ନିର୍ଜନେ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୯
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ମଙ୍ଗଳପୃଥିବୀ ବିବିଧ ସୁଖ କରିଛି ସମ୍ଭୋଗ,ଭୁଞ୍ଜିଛି ତ ସୁଖ, ଶାନ୍ତି, କଷ୍ଟକର ଭୋଗ ।ବିଡ଼ିଛି ଜୀବନେ ସୁଖ ଧନ ଉପାର୍ଜନେ,ସମ୍ବାଦପତ୍ରିକା ପାଠ ଗ୍ରନ୍ଥ ଅଧ୍ୟୟନେ ।ବହୁରୂପ ସାଜି- ଅଛି ଲୋକଙ୍କୁ ଭୁଲାଇ,ବକ୍ତୃତା କରିଛି କେତେ ସଭାସ୍ଥଳେ ଯାଇ ।ସ୍ୱଦେଶେହିତୈଷୀ ବୋଲି ଜଣାଇଛି ଲୋକେ,ମୋ ବକ୍ତୃତା ଶୁଣି ଠକି ଯାଇଛନ୍ତି ଥୋକେ ।ହେଉ ବା ନ ହେଉ କାର୍ଯ୍ୟ କିଞ୍ଚିତ ମାତର,ଊଣା ଥିଲା କାହିଁ ବକ୍ତୃତାର ଆଡ଼ମ୍ବର?ପର ଉପକାର କିମ୍ବା ପରର ଅନିଷ୍ଟ ।ଜୀବନ କାଳରେ କରି ଯାଇଛି ଯଥେଷ୍ଟ ।କରିଛି ମୁଁ କେତେ ଲୋକେ କେତେ ଅପମାନ,ତ୍ରୁଟି କରି ନାହିଁ ପୁଣି ଦେବାକୁ ସମ୍ମାନ ।ନାଚି କୁଦି ହସି ଖେଳି ବିଷାଦେ କ୍ରନ୍ଦନେନାନାରୂପ ସୁଖ ଦୁଃଖ ବିତିଛି ଜୀବନେ ।ଥାଉ ଏବେ ସଭା ଗୃହ ସାନ୍ଧ୍ୟ ସମ୍ମିଳନ,ଥାଉ ନାଟ୍ୟଶାଳା ଗୀତ ରେଲ ଇଷ୍ଟେସନ,ଥାଉ ସେ ବଜାର ହାଟ ଲୋକ କୋଳାହଳ,ଏବେ ତହୁଁ ଦେଖୁଛି ତ ଅଶାନ୍ତି କେବଳ ।ଲୀଳାମୟ ରଙ୍ଗାଳୟେ ଧରୁ ନାହିଁ ମନ,କରିଛି ନିବୃତ୍ତି- ସ୍ରୋତେ ଆତ୍ମବିସର୍ଜନ ।କାଳସିନ୍ଧୁ ଛୁଏଁ ଛୁଏଁ ଜୀବନର ସ୍ରୋତ,କଦାଚ ଅବଶ୍ୟ ମନ-ବାରଣ ଉନ୍ମତ୍ତ ।ଦୀପ ଶିଖା ତେଜିଅଛି ଜୀବନ-ପତଙ୍ଗ,ନିର୍ବିଷ ନିସ୍ତେଜ କାଳସ୍ୱରୂପ ଭୁଜଙ୍ଗ ।ନିଃଶବ୍ଦେ ବାହିତ ଜୀବସ୍ରୋତ ଧୀରେ ଧୀରେ,ନିଃଶବ୍ଦେ ମିଳିବ ଯାଇ କାଳସିନ୍ଧୁ ନୀରେ ।ନିତାନ୍ତ ବିଚିତ୍ର ମୋର ଜୀବନସମସ୍ୟା,ହରି ହରି ବୋଲ ମୋର ହେଲାଟି ‘‘ଭୀମସ୍ୟା-’’ଥାଉ ଏବେ ସବୁ କଥା ଅନ୍ଧାର ନିର୍ଜନେ,କରିବି ବିଭୁଙ୍କୁ ଚିନ୍ତା ଏହି ବାଞ୍ଛା ମନେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି