ବେଗେ ଯାଉ ପାଇ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୫
- ସ୍ଥିତି
- ସାର୍ବଜନୀନ (Public domain)
କି ବିଷମ ଅନ୍ଧକାରେ ଘୋଟିଅଛି ମହୀ;ଆକାଶ ଆବନୀ କାହିଁ ବାରି ହେଉ ନାହିଁ ।ଅସରା ଅସରା ହୋଇ ଆସୁଛି ବରଷି,ନଈ ନାଳ ପୂରି ପାଣି ଯାଉଅଛି ଭାସି ।ତହିଁ ପୁଣି ବହୁଅଛି ବାଆ ଅଣଞ୍ଚାଶଥରିଯାଏ ହୃଦ, ଅଙ୍ଗ ହୁଅଇ ଅବଶ ।ଘନ ଗରଜନେ କମ୍ପି ଉଠେ ଗୃହ ବନ,କୁଳିଶ ପଡ଼ଇ କିବା ବିଦାରି ଗଗନ ।ବେଳେ ବେଳେ ଜଳିଉଠେ ବିଜୁଳିର ଜ୍ୟୋତି,ଫେଇ ଏ ନିଶୀଥ ଭୀମ ବିକଟ ମୂରତି ।ଏ ଯେ କି ବିଷମ ନିଶି, ମରଣରୁ ବଳିଉପୁଜାଏ ମୋ ପରାଣେ ଆତଙ୍କ ଆହୁରି ।ଏ ଅନ୍ତେ ନ ଥାନ୍ତା ଯେବେ ସୁଖ ଉଷା ପୁଣି,କ୍ଷଣେ କି ପରାଣ ଧରିପାରନ୍ତା ପରାଣୀ !କାଲି ଯେତେବେଳେ ଢାଳେ ପାଇଯିବ ରାତି,ଚାରୁ ବେଶେ ଉଭା ହେବ କନକ ପାହାନ୍ତି;ଉଠିବ କୋଳୁ ତା ଢଳି ବାଳିତ ତପନ,ହେମ ପରିଧାନେ ମଣ୍ଡି ସରଗ ଭୁବନ;ସୁନୀଳ ଗଗନ ବୁକେ ସୁଖେ ହସି ଖେଳି,ଧୀରେ ବାହି ନେଉଥିବ ବିଶ୍ୱ ପ୍ରାଣତରୀ ।ମୃଦୁ ପକ୍ଷେ ସମୀରଣ ଉଡ଼ି ଉଡ଼ି ଆସି,ପତ୍ର ଫୁଲେ ଯାଉଥିବ ପୀରତି ପରଶି ।କୁଆ କୋଇଲିଏ ଡାଳୁ ଗୁପତେ ଭସାଇ ,ବନ ଖେଳେ ଦେବେ ନିଜ ସମ୍ପଦ ମିଶାଇ ।ଏ ନିଧି ନ ଥାନ୍ତା ଯେବେ ଉଷା ଆଗମନେ,କେ ସହିପାରନ୍ତା ରାତି ବାଆପାଣି ଦିନେ ?ଏ ଟିକି ପରାଣେ କେତେ ବିତିଗଲା ରାତି;ପାଦତଳେ ପଡ଼ିଅଛି ପଥ ଅକଳନ୍ତି ।ଏ ଘନ ଅନ୍ଧାରେ କିଛି ନ ହୁଅଇ ବାରି;ପାଷାଣହୃଦୟ ହେଳେ ଯାଉଛି ତରଳି ।ପାଣି ପବନର ତିଳେ ନ ହୁଏ କଳନା,ଚିର ସ୍ରୋତେ ବାଟ ଘାଟ ସକଳ ଅଜଣା ।ଏ ଯେ କି ବିଷମ, ବଳି ସିଂହ ଗରଜନ,କୁଳିଶ ଶବଦ ପ୍ରାଣେ ବାଜେ ନିତିଦିନ ।ଏସବୁ ଭିତରେ ପୁଣି ବିଜୁଳି ତରାସବେଳେ ବେଳେ ଆସି କ୍ଷଣେ ହୁଏ ପରକାଶ ।ଯେ ଭୀମ ମୂରତି ଲୁଚି ରହନ୍ତା ଗୋପନେ,ନିମିଷେ ନଚାଏ ଆଣି କାତର ନୟନେ ।ଏ ବଡ଼ ବିଷମ ମୋର ବାଟ ଚାଲିବାର,ଥୟ କରି ନୁହେଁ ପାଦ, ଚିତ୍ତ ଅସମ୍ଭାଳ ।କେତେବେଳେ ଅନ୍ତେ ପୁଣି ପାଇବ ଏ ରାତି,ନବ ବେଶେ ପ୍ରାଚୀ-ନଭେ ଶୋହିବ ପାହାନ୍ତି ?ନବ ଦିନମଣି ଉଇଁ ବିହରି ଗଗନ,ସୁବର୍ଣ୍ଣ କିରଣେ ଦେବ ପଖାଳି ପରାଣ ?ରବିକରେ ଧୀର ବାଆ ସୁଲୁ ସୁଲୁ ବହିକୋମଳ କଳିଟି ଦେବ ନିମିଷେ ନଚାଇ ?ଶୁଆ ସାରୀ ମଧୁ ରାବେ ପୁରାଇ ଅନ୍ତର,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ