ଭିଖାରି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୧
- ସ୍ଥିତି
- ସାର୍ବଜନୀନ (Public domain)
ଦୁଆରୁ ଦୁଆରେ ବୁଲି, ରେ ଭିଖାରି,ବାଧିବଣି ଅଙ୍ଗଶ୍ରମ;ଏ ଭିଖ ମୁଠିକ ଘେନି ଏବେ ଘରେଫେରି ତୁ ଯାଅ ବହନ ।ନିତି ନିତି କେତେ ବୁଲୁଛି ଏଭଳିଗାଆଁରୁ ଗାଆଁକୁ ଯାଇ,ପୁଅ ଦୁହିତାଙ୍କ ପେଟ ପୋଷିବାକୁଚାଉଳ ମୁଠିକ ପାଇଁ ।କେତେ ଠାବେ କେତେ ଗାଳି ପରାଭବସହୁଛୁ ମଉନ ଭରେ ।ଧନି-ନୟନର ରକ୍ତିମ ଚାହାଣୀବହୁଛୁ ନୀରବ ଭାଲେ ।ଖରା ବରଷାରେ ଶୀତ କ୍ରୂର ହିମେପୁଲକେ ଯାଉଛୁ ଚାଲି,ଜୀବନର ସେ ଯେ ମଧୁ ଧ୍ରୁବତାରାହୃଦୟ ବେଦୀରେ ଧରି ।ଯାହା ଲାଗି ଏତେ ଦୁଃଖ ଦୁରଗତିପରାଣ ନିରାଶାମାନ–ତିଳେ କି ଏଥୁ ସେ ପାରୁଥିବେ ଜାଣି,ଉଦାସେ ବିତାଇ ଦିନ ?କି ପୀରତି ହୃଦେ ଧରିଛୁ ରେ ପୋଷି,ଯାହାର ଅନୁଜ୍ଞା ପାଇଁ,ଏ ଦୁଃଖ କଷଣ ଅଧର ତରଙ୍ଗେରଖିଛୁ ବୁଡ଼ାଇ ଦେଇ ।ଏ ସକଳ କଥା ଲବ ମାତରକେପାରନ୍ତେ ଯେବେ ସେ ଜାଣି,ପାଶୁ କି ନିମିଷେ କରନ୍ତେ ଅନ୍ତରଜୀବନ ଅମୂଲ୍ୟ ମଣି ?ଦୁଆରୁ ଦୁଆରେ ମାଗି ମାଗି ଯାଉ,ବଖାଣି ହରଷଭରେଦୁଃଖୀ ପରାଣର ଯେ ଗୂଢ଼ ବାରତାରହିଛି ଏ ମହୀତଳେ ।ଚାଉଳ ମୁଠିକ ପାଇଁ, ରେ ଭିଖାରି,ହେଉ ଏତେ ହୀନିମାନ;ସରାଗେ ମୁଠାଏ ଦେଲେ ଜଣେ, ରୋଷେଅନାଏ କେହି ବା ଜନ ।ଯାହା ଦୁଆରେ ଯେ ହୁଅଇ ଭିଖାରିଏ ବିଶ୍ୱ ଅନନ୍ତ ଦେଶେ,କୁବେର ଜନକ ସଉଧ ବେଢ଼ାରେସୁଦାମାକାଳିମ ବେଶେସେ ଯେବେ ନିମିଷେ ଘେନନ୍ତା ହୃଦୟେତା ହୃଦ ବେଦନାମାନ,ଏ ଦୁଃଖ ନିରାଶା ଭାଳେଣି ସକଳକାହିଁକି ଜାଣନ୍ତା ପ୍ରାଣ ?ଦୁଃଖୀ ପାଇଁ ଦିନେ କାହାରି ଜଗତେନ କାନ୍ଦେ ଅନ୍ତର ତିଳେ;ଯାହାର ଯେତିକି ଧନ ମାନ ଶିରୀପୂଜା ତାର ମହୀତଳେ ।ସୁଚାରୁ ସୁମନ ତରୁଡାଳେ ଖୋଜିଆସେ ମଧୁ ସଉରଭ;ତଳେ ଝଡ଼ିପଡ଼ି ଥିବାର କଳିଟିଭାଗୀ କି ତହିଁରେ ହେବ ?ବରଷା ଧଉତ ଜଳଦ କପୋଳେ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ