ବର୍ଷାୠତୁ ପ୍ରତି
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୯
- ସ୍ଥିତି
- ସାର୍ବଜନୀନ (Public domain)
ଦାନେ କୁଣ୍ଠିତ କାହିଁକି ବରଷା,ତୁ ଯେ ମହୀର ସକଳ ଭରସା ।ତୁ କି ଏମନ୍ତ ଭାବିଥାଉ ମନେ,ମହୀ ରହିଛି ସାଗରବେଷ୍ଟନେ;ତାକୁ ନ ଥିବ ଜଳର ଅଭାବ,ତେବେ ନ ଜାଣୁ ତୁ ଲୋକସ୍ୱଭାବ ।ବଡ଼ ହେଲେହେଁ ଯେ ନୀଚହୃଦୟ,କେବେ ହୋଇଛି କି ପରେ ସଦୟ ?ମହୀ ମଲେହେଁ ହୋଇ ଶୁଷ୍କକଣ୍ଠସିନ୍ଧୁ ସଲିଳ ବିନ୍ଦୁ ଲାଭ କଷ୍ଟ ।କ୍ଷୁଦ୍ର ହେଲେହେଁ ମହୀ କି ଅଚଳଉଚ୍ଚହୃଦୟ ହେତୁ ଦିଏ ଜଳ ।ମେଘମାନେ ତୋ’ ଉତ୍ତମ ଚାକର,ଅତି ଉନ୍ନତ ହୃଦୟ ତାଙ୍କର ।ମହୀ ଜୀବନ ରକ୍ଷା ଚିରକାଳକରୁଅଛନ୍ତି ବିତରି କୀଲାଳ ।ତୋର ଆଦେଶ ପାଇବା ମାତରେଦାନ କରିବେ ଜଳ ଅକାତରେ;କେହି ବୋଲିବେ ଅବା ସିନ୍ଧୁନୀରଶୋଷି ହୋଇଛି ସିନା ଦାନବୀର ।ନିଜେ ବିତରି ନ ଜାଣେ କୃପଣଖଣ୍ଟେ ନିଅନ୍ତି ବଳେ ତାର ଧନ ।ଖଣ୍ଟ ହେଲେହେଁ ପରକୁ ପ୍ରଦାନକରି ଜାଣେ ଯେ ସେ ଲୋକ ପ୍ରଧାନ ।ନିଜେ ତୁ କରି ନାହୁଁ ଖଣ୍ଟପଣ,ଗ୍ରୀଷ୍ମ କରିଛି ତୋ’ କରେ ଅର୍ପଣ ।ତୁହି ମହୀକି ଦେବୁ ଯେତେ ଜଳ,ଦେବ ସିନ୍ଧୁକୁ ନ ଥୋଇ ସକଳ ।ନୀଚହୃଦୟେ ସଞ୍ଚି ରଖେ ଧନ,ସାଧୁ ସାଧଇ ଲୋକପ୍ରୟୋଜନ ।ଫଳ ପ୍ରସୂନ ବସ୍ତ୍ର ଉପାଦାନମହୀ କରିବ ଜୀବକୁଳେ ଦାନ ।[୧୯୧୪ ମେ, ଉତ୍କଳ ସାହିତ୍ୟ][୩୧/୭/୧୫,‘ସମ୍ୱଲପୁର-ହିତୈଷିଣୀ]’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର