ବହୁରୂପୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୨
- ସ୍ଥିତି
- ସାର୍ବଜନୀନ (Public domain)
ଖାଇଲୁ କି ମନ ତୁ ରେ ଚ୍ୟବନପ୍ରାଶ,ହେଉ ତ ନାହିଁ ତୋହର ଯୌବନ ହ୍ରାସ । ପଦ ।ଏକା ଦିନେ ଦେହ ସଙ୍ଗେ,ଜନ୍ମିଲୁ ଧରା ଉତ୍ସଙ୍ଗେ,ଦେବୁ ବୁଢ଼ା ହେଲା ତ ଭୁଞ୍ଜ ବିଳାସ । ୧ ।ଲଙ୍ଘିଯାଉ ପାରାବାରେ,ତୋ ସଙ୍ଗେ ଦେହ ନ ପାରେ,ଭଜିଲାଣି ବଳ ଶକ୍ତି ତାର ବିନାଶ । ୨ ।କରୁ ତୁ ହୁକୁମ ଜାରି,ଦେହ ତୋର କର୍ମଚାରୀ,କାମ କରି କରି ମରେ ସେ ବାର ମାସ । ୩ ।ଦେହ ତୋର ବଡଭାଇ,ତା କାନ୍ଧେ ଭାର ବୁହାଇ,ଲୁଚି ରହି ପ୍ରକାଶୁଛୁ ମୁରୁକି ହାସ । ୪ ।ବୁଲୁ ତୁହି ଦେଇ ଫାଙ୍କି,ମନ୍ଦ ନୁହେଁ ଏ ଚାଲାଖି,ସାବାସ ସାବାସ ତୋତେ ଶତ ସାବାସ । ୫ ।ବାବୁ ପରି ତୋ ମିଜାସ,କରୁ ବାର ଫରମାସ,କେତେବେଳେ ପାଗଳ ତୁ କେବେ ଉଦାସ । ୬ ।ଘଡିକେ ତୁହି ଅମରି,ଘଡିକେ ପୁଣି ଫକୀର,ବହୁରୁପୀ, ବହୁରୂପ କରୁ ପ୍ରକାଶ । ୭ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ