ଭିକ୍ଷା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ, ମୋର ସବୁ ଇଚ୍ଛା କରିଛ ପୁରଣ,ଗୋଟିଏ କଥାରେ କିପାଁ ହେଉଛ କୃପଣ ।ଦେଇଥିଲ ଭୋଗ ତୁମ୍ଭେ, ଦିଅ ଏବେ ତ୍ୟାଗ,ବୟୋଧର୍ମେ ତୁଟିଲାଣି ଭୋଗୁଁ ଅନୁରାଗ ।ମାଗିବାକୁ କଳ୍ପନା ମୁଁ କରି ନାହିଁ ଯାହା,ତାହା ସୁଦ୍ଧା ଦେଇଅଛ ଯାଚି ଜଗୁନାହା ।ଭକ୍ତିରେ ବିଶ୍ୱାସ ଦିଅ, ବିଶ୍ୱାସେ ଦୃଢ଼ତା,ତଡିଦିଅ ହୃଦୟରୁ ମୂଢ଼ତା, ରୁଢ଼ତା ।ଭରିଦିଅ ମନେ ପ୍ରାଣେ ଆଧ୍ୟାତ୍ମକ ଶକ୍ତି,ଏହା ଛଡ଼ା ନାହିଁ ମୋର ଅପର ଆସକ୍ତି ।ଦେହର ଶକ୍ତିକୁ ଜରା ସାରିଲାଣି ଖାଇ,ଦୈବୀଶକ୍ତି ବିନା ଆଉ କେ କରିବ ତ୍ରାହି ।ସାଧନାରେ ଉପାର୍ଜନ କରିବାକୁ ତାହା,ବୁଢ଼ାକାଳେ ଆଉ ହରି ଖଟୁ ନାହିଁ ଗାହା ।ନ ମାଗୁଣୁ ନିଜେ ନିଜେ ଦେଇଛ ତ ସବୁ,ମାଗୁଛି ଏତିକି ଏବେ ଦୟାକର ପ୍ରଭୁ ।କଳୁଷିତ ଜୀବନକୁ କର ସୁନିର୍ମଳ,ହେଉ ସେ ଜ୍ୟୋତିରେ ତବ ସୁନ୍ଦର ଉଚ୍ଛ୍ୱଳ ।କେତେ ମାଗି ସାରିଲିଣି ମାଗୁଣି ଆପଣେ,ଲୋଭୀ ବୋଲି ଘୃଣା ପ୍ରଭୁ କର ନାହିଁ ମନେ ।ନୁହେଁ ଏହା, ଅବିଧି ତ ମାନ - ହାନିକାରୀ,ବାପ ପାଖେ ଚିରଦିନ ପୁଅ ଯେ ଭିକାରୀ ।ବାପକୁ ମାଗିଲେ ପୁଅ ଦୋଷ ଅବା କିସ,ଭିକ୍ଷା ଦିଅ ଭିକ୍ଷା ଦିଅ ପିତା ଜଗଦୀଶ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ