ସୁନ୍ଦର ଶିଶୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୫
- ସ୍ଥିତି
- ସାର୍ବଜନୀନ (Public domain)
କି ସୁନ୍ଦର ଶିଶୁ ବିଶ୍ୱଭକ୍ତି-ଉଜୁଡା,କଥା କହେ ଯେହ୍ନେ ଅତି ପୁରୁଣା ବୁଢ଼ା । ୦ ।ବର୍ଣ୍ଣେ ଜିଣେ ନୀଳକାନ୍ତ,ପଡି ନାହିଁ ଦୁଧ ଦାନ୍ତ,କ୍ଷୁଦ୍ରଶିରେ ଶୋଭେ ଚାରୁ ଚନ୍ଦ୍ରିକାଚୂଡ଼ା । ୧ ।କି ଶୋଭା ଚାହାଣିଠାଣି,ଭାଷେ କେତେ ନୀତିବାଣୀ,ଦୁଷ୍ଟ ଦୈତ୍ୟ ଦାନବଙ୍କ ଭେକାଳବୁଡା । ୨ ।କି ସରସ ଶିଶୁହୃଦ,ଶିଶୁ ନୁହେଁ - ଶିଶୁ ବୃଦ୍ଧ,ଦୁର୍ବଳର ବଳ, ଦମ୍ଭି-ଦମ୍ଭ-ଭଜୁଡ଼ା । ୩ ।ଏବେ ତ ଅଧଚାଖଡ଼,କି ନ ହେବ ହେଲେ ବଡ,ହେବ ନିଶ୍ଚେ ଜଗତର ଭୀତି-ଘଉଡା । ୪ ।ହେ ଜିଜ୍ଞାସୁ ପାନ୍ଥ ଶୁଣ,ଶିଶୁର ଅଶେଷ ଗୁଣ,କବି କହେ ଏ ଶିଶୁଟି ତ୍ରିକାଳ ବୁଢ଼ା । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ