ଆଉ ଥରେ ଯେବେ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଉତ୍କଳମଣି ଆସିବେ !ଆଉ ଥରେ ଯେବେ ଉତ୍କଳମଣିଆସିବେ ଦେଶେସେଇପରି ଦୀନ ବିକଳ ମଳିନଗରିବ ବେଶେ-ଝରିପଡୁଥିବ ଲୋଚନଯୁଗଳୁଲୋତକଧାରଆପଣା ବୁକୁରେ ପକାଇ ଅପରଦୁଃଖର ଗାର ।ମୁକୁଳା ଚରଣେ କଣ୍ଟକ ଗଳିରୁଧିର ଝରିହେଉଥିବ ସେଇ ଗିତପଥ ସେଇ-ରୁଧିରେ ବାରି ।ସେଇ ସେବାରତ କରଯୁଗ ଆନେଆଶିଷ ଦାନେଆଉ ଥରେ ଯେବେ ଆସିବେ ଦେବତାଏଇ ଭୂବନେ ।ଭାବି ଦେଖ ଭାଇ, କି କଥା ଘଟିବକହିବେ ଥୋକେ-ଏଇପରି ଜଣେ ବୁଢ଼ା ଥିଲା କେବେଏଇ ମୁଲକେ !ସେ ଗୋପବନ୍ଧୁ କରୁଣାସିନ୍ଧୁହଠାତ୍ ଦିନେବଜାର-ସଉଦା କରିଯିବେ ଯେବେଟିକଟ ବିନେ;ଦୋକାନ ଦୁଆରେ ସାଗର ଜୁଆରେବହୁତ ଲୋକ,ପରିଚିତ ପରି ଜଣାଯାଉଥିବସବୁରି ମୁଖ ।ଗଳଦ୍ଘର୍ମ୍ମ, ଗଉର ବର୍ଣ୍ଣ-ବୁଢ଼ାରେ ଚାହିଁ,ଫେରାଇଦେବେ ସେ କହି- ‘ତୋର ପଡ଼ି-ଟିକଟ ନାଇଁ’ ।ଥରାଇ ଅଧର ଦେବେ ସେ ଉତ୍ତର-ଏପରି ଥରେଦେଖିଥିଲି ମୁହଁ ଜନସମାଗମମୋର ‘ଡଭାରେ’ସେ କଥା ବିଚାରି ଠିଆହୋଇଥିଲିତାଟକା ହୋଇ-‘ଡଭାର’ ପାଲଟିଗଲା କି ଏ ମୋରଓଡ଼ିଶା ଭୂଇଁ !!କାହାକୁ ନ କହି ସେଇ ନରଦେହୀରାସ୍ତା ଛାଡ଼ିପଶିଯିବେ ଯେବେ ଲାଟସଭାଘରେଆଉଁଶି ଦାଢ଼ି,ପାଗଲା ବାବାଜି ବେଶ କିଏ ସାଜିଆସିଚି ବୋଲିକିଏ ବା ଆଗୁଳି ବାଟ ତାର, ଦେବଦି’ପଦ ଗାଳି ।ଚାଲିଥିବ ସଭା- ବଚନ- ବାଗୀଶଜଣକୁ ଜଣଛାଡୁଥିବେ କରି ଲକ୍ଷ୍ୟ କାହାକୁବାକ୍ୟବାଣ ।ଆପଣା କୁଶଳ, ଦୈନିକ ମୂଲ,ଗସ୍ତ ଭତ୍ତାବିଲ୍ ପ୍ରକଟାଇ ହେଉଥିବେ ଖାଲିଅମରମତା !ଦର୍ଶକ ମେଳେ, ହାୟ ସେ ବାବାଜି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ନୟନ ବୁଜି,
କରିବେ ଭାଳେଣି- କି ଥିଲା ଏ ଦେଶ
କି ହେଲା ଆଜି !!
ହାୟ, ଏତେବେଳେ ଉତ୍କଳମଣି
ଆସିବେ ଯେବେ
ସହର ଛାଡ଼ି ସେ ଭାଇ ଦେଖିବାକୁ
ଗାଆଁକୁ ଯିବେ ।
ସ୍ୱରାଜ ନାମରେ ଲାଗିଚି ଦେଖିବେ
ହଟ୍ଟଗୋଳ,
ତରକାରି ବିନା ଖାଇଲାଣି କିଏ
କଇଁଆ ଝୋଳ ।
କଇଠ କଷିର ଦାମ୍ ଚାରିଅଣା,
ନମିଳେ ପୁଣି,
ଜଣେ ଯାଏ ଆନ ବିଲବାଡ଼ିଯାକ
ବିହନ ବୁଣି !
ଯୁଆଡ଼େ ଦେଖିବ ଅଫିସର ଖାଲି
ଗାଆଁକୁ ଗାଆଁ
ଗୋରୁ-ଦେବତାର ଠୁଙ୍ଗୀ ଦିଶଇ
ଛତୁଆ ଘାଆ ।
ରାମ ଜେନା, ଦାମ ରଥ, ହରି ସାହୁ
କଜିଆ କରି
କିଏ କହେ କାହା ବିଲ ନେଇଯିବ
କାହାକୁ ଧରି !!
ହଠାତ୍ ଯେବେଟି ଉତ୍କଳମଣି
ଆସିବେ ଆଜି
ନୂତନ ଶବ୍ଦ ‘କିଳାପୋତେଇ’ ଟା
କାନରେ ବାଜି,
କିମିତି ଲାଗିବ ଝଣ୍ ଝଣ୍ ଝଣ୍-
ପଚାରି ଗଲେ
‘‘ଅର୍ଥ କହିବି’’ କିଏ ବା କହିବ-
‘‘ଆଠଣା ଦେଲେ !’’
ପରିଚୟ ଯେବେ ମାଗିବେ କାହାର
‘ଦାଶ ଆପଣେ’
କିଏ ସେ କହିବ ‘‘ସାମ୍ୟବାଦୀ’’ ମୁଁ
ଏଠାରେ ଜଣେ ।
କିଏ ବା କହିବ ‘‘କମ୍ୟୁନିଷ୍ଟ’’-
କହିବ କିଏ,
‘‘ଏଇ ଇଲାକାର ପରିଚାଳକ ମୁଁ
ଏମ୍. ଏଲ୍. ଏ. ।
ଯେତେ କିରାସିନି, ଧାନ ଓ ଚାଉଳ,
ହେଙ୍ଗୁ, ଜିରା
ମୋହରି କଲମ ଗାରକେ ମିଳଇ
ଏଇଠି ପରା !’’
ବାଟ ଭୁଲି ଯେବେ ଉତ୍କଳମଣି
ମହାନୁଭବ
ଦେଖିବାକୁ ଯିବେ ‘ଦୁଦୁମା’ କହିବେ-
ହେ ମହତାବ !
କି ଭଳି ଆସନେ ବସି ତୁମେ କଲ
ଏଭଳି କାମ
ତୁମ ଇତିହାସ ତୁମରେ ଦେବଟି
ଏ ବଦନାମ !!
ମାନ ଅପମାନେ ସିଂଭୂମେ ଯେବେ
କରିବେ ଗତି
ବିହାରୀ କହିବେ ନାକ ଟେକି, ଏଟା
ଓଡ଼ିଆ ଜାତି !
ଷଢ଼େଇକଳାରେ ‘ପଳା ରେ’ ‘ପଳା ରେ’
ପଡ଼ିବ ହୁରି,
ତାଟକା ହୋଇବେ ସେ ଗୋପବନ୍ଧୁ
ଦେଶଟା ବୁଲି ।
କହିବେ ଶେଷରେ - ପାଷାଣ ହୋଇ ମୁଁ
ସାଧିବି ଯୋଗ-
କିପରି ଛାଡ଼ିବ ଏ ମହା ଜାତିର
ଏ ମୂଢ଼ ରୋଗ !
ବନ୍ୟାଞ୍ଚଳର ନିମନ୍ତ୍ରଣ
ପାଦ ଓଦା କର, ପାଦ ଓଦା କର,
ନାହିଁ ଯେ ଶୁଖିଲା ଥାନ
ବହୁଦୂରୁ ତୁମେ ଆସିଚ ବନ୍ଧୁ ଦେଖି ଆମ ହଇରାଣ
କୋଟ୍-ସୁଟ୍ କାଢ଼ି, ବୁଟ୍ ଦିଅ ଖୋଲି
ଏଇ ଯେ ଆସଇ ମାଡ଼ି ନଈବଢ଼ି-
ଏହାରି ଭିତରେ ସବୁ ଯାଏ ବୁଡ଼ି ସଭ୍ୟତା ସନମାନ
ପଙ୍କେ ପରଶି ପଦ-ପଙ୍କଜ କର ଆଜି ଅଭିଯାନ ।
ଚରଣ ପଖାଳ, ହାତ ଓଦା କର, କର ହେ ସନ୍ତରଣ
ମରଣର ଏଇ ବୈତରଣୀରେ ଉଠେ ତରଙ୍ଗମାନ,
ଶଙ୍କିତ କର ଅନ୍ତର କି ହେ ?
ବନ୍ଧୁ ! କି ଛବି ଯନ୍ତ୍ରଣା ଦିଏ ?
ମନ୍ତ୍ରଣା କରି ଆସିଚ ପରା ହେ ତୋଳିବ ମୁହ୍ୟମାନ
ନ କରି ପୃଷ୍ଠ କର ଆକଣ୍ଠ ଏଇ ହଳାହକ ପାନ ।
ପାଦ ଓଦା କର, ହାତ ଓଦା କର,
ଦେଖ ହେ ଚକ୍ଷୁଷ୍ମାନ
ଏଇ ଯେ ସାଗର ଅତି ସୁଗଭୀର, ଅତି ପବିତ୍ର ଥାନ ।
ଧାନ ମୁଗ ବିରି ଯା’ କୋଳୁ ଉଛୁଳି
ମଣି-ମୁକ୍ତାରେ ପଡୁଥିଲା ଝଳି
ଅତଳଗର୍ଭେ ଖୋଜିବାକୁ ଯେବେ ମଣ ଆପେ ଅଭାଜନ
ଫେରିବା ଆଗରୁ ମଥା ନତ କର, ଗାଅ ଲଜ୍ଜାର ଗାନ ।
ପାଦ ଓଦା କର, ଶ୍ରୀକର ପଖାଳ, କର ଆଜି ଏଥି ସ୍ନାନ
ଯେ ଭୂଇଁ ଆଦରି ମରଣବରଣ କଲେଟି ଲକ୍ଷ ଜନ !
ପତିତ-ତାରଣ-ପତାକା-ଧାରଣ,
ବୋଲାଉଛ ପରା ଦୁଃଖ-ନିବାରଣ,
କଲ ଅକାରଣ ଆସିବା କାରଣ- ଏଇ କି ଆସ୍ଫାଳନ
ବୋଲାଅ ବନ୍ଧୁ କରୁଣାସିନ୍ଧୁ ? ନୀରସ ବିନ୍ଦୁହୀନ !!
ପାଦ ଓଦା କର, ହାତ ଓଦା କର,
ଗାଅ ଆଜି ସେଇ ଗାନ
‘ଉତ୍କଳମଣି’ କରିଥିଲେ ଯହିଁ ଆକୁଳେ ଅଶ୍ରୁସ୍ନାନ ।
ଆହେ ଭୋଟ-ନାଟ-ଲମ୍ପଟ-ଚାଟ,
ଖୋଲ ଆଖି, ଦେଖ ଏ ମରଣ ହାଟ,
ଶିଶୁ କଙ୍କାଳ, ଯୁବା କଙ୍କାଳ,- ନରକଙ୍କାଳମାନ
ତନୁ କମ୍ପିତ, ଚିତ୍ତ ଶଙ୍କିତ, ଧନ-ସମ୍ପଦ-ହୀନ !
ପାଦ ଓଦା କର, ହାତ ଓଦା କର,
ମଡ଼ା ଡକେ ଘନ ଘନ
ଜୀବନ ମରଣ ମଝିରେ ଶରଣ ମାଗେ ଦୋଦୁଲ୍ୟମାନ ।
ଆଭିଜାତ୍ୟର ଗୌରବ ତଳେ
ଏଇ ଦେଖ ଦୂରେ ଚିତାନଳ ଜଳେ,
ପଛଘୁଞ୍ଚାରେ ଫେରିଲେ ବନ୍ଧୁ ଥରିବ ସିଂହାସନ
ନ କରି ପୃଷ୍ଠ, କର ଆକଣ୍ଠ ଏଇ ହଳାହଳ ପାନ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ