ଆତ୍ମଚିନ୍ତା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
କିଏ ସେ ତୁ ପଥିକ ରେ ଆସିଛୁ କାହୁଁ,କାହିଁକି ଆସିଛୁ କାହା ଭାବୁ ତ ନାହୁଁ ! ପଦ ।ଚାଲିଅଛୁ ଏକଧ୍ୟାନେ,ନିଜକୁ ଅମୀର ଜ୍ଞାନେ,ପଛକୁ ତ ଥରେ ହେଲେ ଫେରି ନ ଚାହୁଁ । ୧ ।କିଏ ତୋର ପିତାମାତା,କିଏ ବନ୍ଧୁ ଭଗ୍ନୀ ଭ୍ରାତା,ପାନ୍ଥଶାଳେ ଛାଡିଯିବେ ରଜନୀ ପାହୁଁ । ୨ ।ଯାହାକୁ ବୋଲୁ ନିଜର,ସେହି ଏକା ସାତପର,ଘୋଟିବ ସେ ତୋତେ ଯେହ୍ନେ ଚନ୍ଦ୍ରକୁ ରାହୁ । ୩ ।ଯେତେ ଦମ୍ଭ କର ହିଆ,ତଥାପି ତୁ ଏକୁଟିଆ,ଆଶ୍ରାକର ସ୍ୱଧର୍ମର ଅଭୟ ବାହୁ । ୪ ।ଚିରସଙ୍ଗୀ ଏକା ଧର୍ମ,ଚିରସଙ୍ଗୀ ନିଜ କର୍ମ,ସେ ବେନିକୁ ସଖା କର ସମୟ ଥାଉଁ । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ