ସିନ୍ଧୁପଥେ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ଚାଲୁ ଚାଲୁ ବାଟ ନ ହୁଡିମୃତ୍ୟୁସିନ୍ଧୁ ଆଚମ୍ବିତେ ଗଲି ହାବୁଡି । ପଦ ।ଉତ୍ତାଳ ତରଙ୍ଗରାଜିଧାଏଁ ବେଗେ ଗଳଗାଜିଘୂର୍ଣ୍ଣାବର୍ତ୍ତେ କେତେ ତରି ଯାଉଛି ବୁଡି । ୧ ।ହେରି ସିନ୍ଧୁ ରୁଦ୍ରରୂପ,ଧୂମରୂପେ ଯଥା ଧୂପଧୈର୍ଯ୍ୟ ତଥା ବାସ୍ପ ହୋଇ ଯାଉଛି ଉଡି । ୨ ।କିଏ ସମର୍ଥ ଏପରି,ବାହିବ ତା ବକ୍ଷେ ତରୀ,ତୁମ୍ଭ କୃପା ବିନା ହରି ଯିବି ଉଜୁଡି । ୩ ।ଦେଲେ ସିନା ପଦ-ତରୀ,ଯିବି ତହିଁ ସିନ୍ଧୁ ତରି,ନ ଦେଲେ ବେଳାରେ ବସି ଛାଡିବି ହୁଡି । ୪ ।ସଞ୍ଜ ହେବାଯାଏଁ ତହିଁ,ଡ଼ାକୁଥିବି ବସି ରହି,ପାରି ନ କଲେ ନ ଯିବି କେବେ ବାହୁଡି । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ