ମୋର ଘର
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୩
- ସ୍ଥିତି
- ସାର୍ବଜନୀନ (Public domain)
ଅପନ୍ତରା ବିଲେ ଝାଟିମାଟିରେ ମୁଁତୋଳିଥିଲି ଘରଖଣ୍ଡେ,ଉଚ୍ଚରେ ସେ ଘର ତିନି ହାତୁଁ ବଳିଅଧିକ ଆଉ ଚାଖଣ୍ଡେ ।ବହୁ ବରଷର ପୁରୁଣା ଘର ସେଗଲାଣି ରିଜିଲା ହୋଇ,ଝାଟିଗୁଡାକରେ ଘୂଣ ଲାଗିଲାଣିମାଟି ବି ଗଲାଣି ଧୋଇ ।ଖୁଣ୍ଟଖଣ୍ଡ ସୁଦ୍ଧା ବଙ୍କେଇଗଲାଣିଆଗକୁ ପଡିଛି ଝୁଙ୍କି,ପିଢ଼ାରୁ ଛଅଣ ଉଡ଼ାଇ ଦେଉଛିଜରା-ବଇଆର ଫୁଙ୍କି ।ନଅଟା ଦୁଆର- ଯାକ ସେ ଘରରଗଲାଣି ହୋଇ ମୁକୁଳା,ଚାଳବନ୍ଧା ଗଣ୍ଠି କେତେ ଛିଣ୍ଡିଲାଣିହେଲାଣି କେତେ ହୁଗୁଳା ।ରୋଗ ଦୁଃଖ ଆଦି କେତେ କୀଟ ତହିଁବାନ୍ଧିଲେଣି ଆସି ବସା,ଆଜି କିମ୍ବା କାଲି ଦଦରା ଘରଟାପଡିବ ଭାଙ୍ଗି ସହସା ।ଘରଖଣ୍ଡ ଗଲେ ଅ-ଘରା ହୋଇ ମୁଁବୁଲିବି କୁଆଡେ ଯାଇ,ଚିରକାଳ ପଛେ ଅଘରା ରହିବିଆଉ ଘର ଲୋଡ଼ା ନାହିଁ ।‘‘ଘରକରଣାଟା ଝଅକ ମାରଣା’’ବୁଝିଲିଣି ବହୁବାର,ଶୂନ୍ୟେ ଉଡି ଉଡି ବୁଲିବି ଏଣିକିଘରକୁ କୋଟି ଜୁହାର ।ଭାଙ୍ଗିଯାଉ ଘର ତହିଁ କି ମୋହରନାହିଁ ତିଳେ ମନ ବଥା,ବିଶ୍ୱସମ୍ରାଟଙ୍କ ନଅରରେ ଯାଇଗୁଞ୍ଜିବି ସୁଖରେ ମଥା ।ଚିରଦିନ ପାଇଁ ରହିବି ସେଠାରେହୋଇ ରାଜ-ପରିକର,ସେ ସୁଖକୁ ଛାଡ଼ି କାହିଁକି ବା ଆଉବାନ୍ଧିବି ଗୋଟାଏ ଘର ।ରୋଗ, ଶୋକ, ଦୁଃଖ ଜରା, ମୃତ୍ୟୁଭୟନାହିଁ ସେ ରାଜନବରେ,ହସି ଖେଳି ତହିଁ କାଳ କଟାଇବିପୂଜିଣ ରାଜ-ପୟରେ ।ଘରଖଣ୍ଡ ଚାଣ୍ଡେ ଭାଙ୍ଗିଦିଅ ହରିଉଚ୍ଚାଟ ହେଲାଣି ପ୍ରାଣ,ଚିନ୍ତାମଣି କହେ ଆରତତ୍ରାଣ ହେଆର୍ତ୍ତେ କର ପରିତ୍ରାଣ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ