ଆହେ ନୀଳାଚଳ ନାୟକ
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୦
- ସ୍ଥିତି
- ସାର୍ବଜନୀନ (Public domain)
ଦୀନ ଅକିଞ୍ଚନ ସୁଖଦାୟକ ॥
ଚନ୍ଦ୍ରକାନ୍ତି ଜିଣି କମନୀୟ ଠାଣିକଳା କଳେବର କି ଜକଜକଆର୍ତ୍ତୀ ଜନଙ୍କର ଆର୍ତ୍ତ ବିଧ୍ୱଂସନେମହାବାହୁ ପ୍ରସାରିଛ କାଳକ ।୧।ଧବଳା କମଳ ନୟନ ଯୁଗଳଚାହାଣି ଭଙ୍ଗିମା ତ ଅତିରେକ ।ଦଶନ ବସନ ରଙ୍ଗିମା ଅତୁଳପ୍ରସନ୍ନମୟଶ୍ରୀକଳା ଶ୍ରୀମୁଖ ।୨।କପାଳରେ ସୁନା ଚିତା ସୁଶୋଭିତାତହିଁକି ପୁଣି କସ୍ତୁରୀ ତିଳକ ।ଚନ୍ଦନର ବିନ୍ଦୁ କି ସେ ବାଳଇନ୍ଦୁଅତ୍ୟନ୍ତ ଘଟଣ ସେ ତ୍ରିପୁଣ୍ଡକ ।୩ ।ଶ୍ରବଣ ଯୁଗଳେ ମକର କୁଣ୍ଡଳଖେଳଇ ସେ ଗଣ୍ଡମଣ୍ଡଳ ପାଖ ।କରରେ କଚଟି କଙ୍କଣ ବାହୁଟିହୃଦୟରେ ବ୍ୟାଘ୍ରନଖୀ ପଦକ ।୪।କଣ୍ଠେ ବିଲମ୍ବିତ ମଣିମୟ ହାରକଉସ୍ତୁଭଦୀପ୍ତିମନ୍ତ ଝଲକ ।କଳିତ ଲଳିତବାସବନମାଳବୈଜୟନ୍ତିମାଳାଆଜାନୁତକ ।୫।କଷ୍ଟ ଦୁଷ୍ଟ ବିନାଶକ ଶ୍ରୀଆୟୁଧଶଙ୍ଖ କମଳ ସୁଦର୍ଶନ ଚକ୍ର ।କଟି କି ଶୋଭଇ କନକ କିଙ୍କିଣୀତହିଁ ରାଜେ ପୀତପଟ ଝଟକ ।୬।କିବା ଦେବା ଲକ୍ଷ୍ୟ କରୁଣା କଟାକ୍ଷକୋଟି ମଦନରୁ ଧନୁଶାୟକ ।ମୋହନ ବେଶକୁ ଭକ୍ତେ ଦେଖୁ ଦେଖୁସର୍ବାଙ୍ଗରେ ଜାତ ହୁଏ ପୁଲକ ।୭।ଭଣେ ଦୀନକୃଷ୍ଣ ହୋଇଣ ସତୃଷ୍ଣଅରୁଣ-ପଙ୍କଜ ଚରଣ ରଙ୍କ ।ବଳୀୟାର ଭୁଜ ଛାୟା ତଳେ ପ୍ରଭୁଆହ୍ଲାଦ ହୃଦୟେ ଦାସକୁ ରଖ ।୮।
ସମ୍ବନ୍ଧିତ ରଚନା
ନାଗନାଥ
ଗୋବିନ୍ଦ ରଥ
ନାର ।ୟଣୀ
ଗୋବିନ୍ଦ ରଥ
ବିରାଟ ଗୀତା
ବଳରାମ ଦାସ
ବଳଦେବ
ଗୋବିନ୍ଦ ରଥ