ଆଗାମୀ ନାରୀ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୭
- ସ୍ଥିତି
- ସାର୍ବଜନୀନ (Public domain)
ବରଚି ତୁମର ପ୍ରମୋଦ-ତରଣୀଆଗୋ ନାରି, ମଗୋ ନାରି !ହେଲା ଏ ପୁରୁଷ ଯୁଗ -ଯୁଗ ଧରିପ୍ରେମ-ପାରାବାର ପାରି ।ତୁମରି ଅଧର-ମଧୁରେ ହୋଇଲାଭ୍ରମର ସେ କାଳ କାଳ,ବକ୍ଷେ ଉଠାଇ ଝଞ୍ଜା ତୁମର,ନେତ୍ରେ ବନ୍ୟା ଜଳ !!ଆଉ ଏତେବେଳେ ଲୋଡ଼ କାହିଁପାଇଁପ୍ରମୋଦୋଦ୍ୟାନ, ଦେବି,ଅଣ୍ଟିଲା ନାଇଁ ଯୁଗ-ଯୁଗ ହେଲାପୁରୁଷ ଚରଣ ସେବି ?ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ,ମିସ୍, ଦେବୀ, ବାଳା, ଦେଈଇଙ୍ଗିତ ତବ ଆବୃତ କରଦୀର୍ଘ ବସନ ଦେଇ ।କଥା ଅଛି ପରା ପୁରୁଷ ବିଚାରଭଗବାନ କରେ ଆନମହତାବ କହେ - ସେ କଥା ହେଲାଣିକାଲିଠାରୁ ପୁରାତନ ।ପୁରୁଷ ବିଚାରେ, ନାରୀ ଥାଇ ଘରେଓଲଟପାଲଟ କରେନାରୀ ପୁରୁଷର ସମର ସଜ୍ଜାଏଇ ଲାଗିଲାଣି ଦୂରେ ।ତୁମେ ନାରୀ ଫେସ୍ପାଉଡରମୟୀସୁପରଫାଇନ୍ବତୀନବନୀତ ତନୁ କର ଗୋ କଠିନ,ନିର୍ମମ କର ଛାତି ।ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ-ମିସ୍, ବାଳା, ବେବୀ, ଦେଈଇଙ୍ଗିତ ତବ ଆବୃତ କରଦୀର୍ଘ ବସନ ଦେଇ ।ନିନ୍ଦିତ କରଘର ପରିବାର,ବନ୍ଦୀନୀ କାଳ କାଳତୁମରି ପ୍ରମୋଦେ ଉଦ୍ୟାନ ହେଉସନ୍ତାନ ପାଳିବାର ।ପାଳି ଗୁହାଳରେ ପୁରୁଷ-ପଶୁରେ,ଚାଷ କର, ଚାଷ କରପ୍ରମୋଦୋଦ୍ୟାନ ଛାଡ଼ି ଏତେବେଳେତୁମେ ଖାଲି ପାଶ୍କର ।ଚଢ଼ ସାଇକେଲ, ଧର ଗୋ ମୋଟର;ଉଡ଼ାଅ ଗଗନ .ତରୀସାର୍ଥକ କର ସ୍ୱାଧୀନ ଭାରାତ,ମର୍ତ୍ତ୍ୟର ଅପସରୀ ।ଅୟି ଲାବଣ୍ୟେ, ଓଡ଼ିଶୀ କନ୍ୟେ-ମିସ୍,ବାଳା,ଦେବୀ, ଦେଈଇଙ୍ଗିତ ତବ ଆବୃତ କରଦୀର୍ଘ ବସନ ଦେଇ ।ସହର ଓ ମଫସଲସହର-ଶେଯରୁ ନ ଉଠୁଁ ଚା’କପେ ଦେଇଆଲୋ ମାଆ, ଯାହା କରିବୁ ପଛେକହିଦେଇଥାଆ ପୂଜାରୀ ଟୋକାକୁରାତି ନ ପାଉଣୁ ଡାକିବ ମତେ,କହିଆସିଥିଲି ବୀରେନ୍ଭାଇରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର