ଉତ୍କଳ−ଲକ୍ଷ୍ମୀ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
ତୁଙ୍ଗ ଗିରି ଘନ ବନ ଦୀର୍ଘନଦୀରାଜି-ଭୀମକାନ୍ତ ବେଶେ ଅଛୁ ଅପଘଟନ ସାଜି ।ଶ୍ୟାମଳ କୋଦାରପନ୍ତି ଦିଗନ୍ତବିସ୍ତାରୀ,ଦେଖି ସ୍ୱର୍ଣ୍ଣବର୍ଣ୍ଣ ଫଳ ପ୍ରାଣଦାନକାରୀ ।ଦିଗଦିଗନ୍ତରୁ ଆସି ବୈଦେଶିକଗଣ,କରନ୍ତି ସ୍ୱଚ୍ଛନ୍ଦେ ସୁଖେ ଜୀବିକୀ ଅର୍ଜନ ।କୋଟି ସୁତେ ଘୋର ଦୁଃଖେ ଖଟି ବାରମାସବେଳେ ଖାଇ ଦୁଇବେଳ ରହନ୍ତି ଉପାସ ।ଔଦାସିନ୍ୟ−ଅବସାଦ−ନିଦ୍ରା−ନିମଗନ,ଅସାର ସଂକୀର୍ଣ୍ଣ ଗର୍ବେ ଆନେ ବିଚେତନ ।ସ୍ୱଜାତି−ନିନ୍ଦୁକେ ଦେଇ ଭକ୍ତି, ପାନାହର,ତୋର ବରପୁତ୍ରଗଣ ଉଦାସ ଉଦାର ।କେବେ ପାକ ହେବ ଦୁଃଖ−ଦଶା ମା ତୋହର,ତୋ ସୁତେ କରିବେ ନିଜ ଧନେ ନିଜ ଘର ?ବସନ୍ତ−କୋକିଳ
-୧-
ବସନ୍ତନିଶାନ୍ତେ ରବି ଅନନ୍ତେ ଉଦିତନୀରବେ ନିସର୍ଗ ଗାଏ ଜୀବନସଙ୍ଗୀତ ।ଦୂରଗ୍ରାମପ୍ରାନ୍ତେ ବହେ କ୍ଷୀଣ−ତରଙ୍ଗିଣୀ,ତା ତଟ−କୁଟୀରେ ସୁପ୍ତ ପଲ୍ଲୀସୀମନ୍ତିନୀ ।ବସନ୍ତ−କୋକିଳ ! ତହିଁ ପଞ୍ଚମ−ରାଗିଣୀ,ଢାଳୁ, ନୀଳଗଗନରେ ବହେ ମନ୍ଦାକିନୀ ।ଗାଉ ‘କୁହୁ’ ‘କୁହୁ’ ପିକ, କି ଅପୂର୍ବ ତାନେ !ଜୀବନ−ଜାହ୍ନବୀଧାରା ବହେ ବିଶ୍ୱପ୍ରାଣେ ।ଶୁଣନ୍ତେ ସୁନୀଳକେଶୀ ତରଳଲୋଚନା,ପଦ୍ମ ଆସ୍ୟ ଟେକି ଚାହେଁ ଚମ୍ପକବରଣା ।ଲାବଣ୍ୟ ନିର୍ମଳତନୁ ହୁଏ ଆନ୍ଦୋଳିତ,ନବୀନ ବକ୍ଷୋଜ ପୀନ ମୃଦୁ ପ୍ରକମ୍ପିତ ।ବାସନାବିକ୍ଷୁବ୍ଧ ପ୍ରାଣେ ଉଦ୍ଦାମ ଯୌବନେକି ବାରତା ଦେଉ ପିକ ! ସୁଦୂରେ ନିର୍ଜନେ ?
-୨-
ଥାଆନ୍ତା ମୋଗୀତେ ଯେବେ ତୋର ମଧରିମା,ଥାଆନ୍ତା ମୋ ଗୀତେ ଯେବେ ସ୍ୱର୍ଗୀୟ ଗାରିମା ।ପାର୍ଥିବ−ଅର୍ଥର କ୍ଷୁଦ୍ର ସୀମା ଅତିକ୍ରମି,ବିଶାଳ କଳ୍ପନା−ଦେଶେ କିଛି ଦୂର ଭ୍ରମି ।ଧରା ଧୁଳି ତେଜି ନୀଳ ନିର୍ମଳ ଗଗନେ,ଗାଆନ୍ତି ତୋ ସଙ୍ଗେ ଦିବ୍ୟ ଅମୃତନିଃସ୍ୱନେ ।ଗୀତେ ମୋର ପ୍ରଚାରନ୍ତି ପ୍ରୀତି−ମଧୁରିମା,ପ୍ରଚାରନ୍ତି ଜନ୍ମଭୂମି−ଏତୀତ−ମହିମା ।ଶୁଣି ତା ଜାଗନ୍ତା ସୁପ୍ତା ଉତ୍କଳଜନନୀ,ତୋ ଗୀତେ ଜାଗଇ ଯେହ୍ନେ ପଲ୍ଲୀସୀମାନ୍ତିନୀ ।କିନ୍ତୁ ହାୟ ବୃଥା ଆଶା ! ମୋ ପାରାଣର ଭାଷାଆବିଳସଲିଳା ଯେହ୍ନେ ନଦୀ କର୍ମନାଶା ।ପିକ ତୋର ‘କୁହୁ’ ଧ୍ୱନି ସ୍ୱର୍ଗମନ୍ଦାକିନୀ,ତା ନୀର କରନ୍ତି ପାନ ସୁରସୀମନ୍ତିନୀ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ