ଉତ୍କଳ−ଭାରତୀ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୪
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳ−ଭାରତୀ ! ତବ ନିକୁଞ୍ଜେ ନିଭୃତକଲେ କୁହରିତ କେତେ କବି ପରଭୃତ ।ପହିଲେ ଅଯୋଧ୍ୟା ଲଙ୍କା ବିଷମ−ସମରଦୁଯେ ମହାଘୋରାହବ କୁରୁ−ପାଣ୍ଡବର,ରାମ ଲକ୍ଷ୍ମଣଙ୍କ ଶୌର୍ଯ୍ୟ−ସଂଯମ−ସଙ୍ଗୀତକୌଶଲ୍ୟା−ସୁମିତ୍ରା−ସୀତା−ସତୀତ୍ୱ−ଚରିତ,ଭୀଷ୍ମ−ଦ୍ରୋଣାର୍ଜ୍ଜୁନ−ଅଭିମନ୍ୟୁ−ବୀର୍ଯ୍ୟ କଥାକୃଷ୍ଣ−ଯୁଧିଷ୍ଠିର ନ୍ୟାୟ ସତ୍ୟର ବାରତା,ନଳ−ଦମୟନ୍ତୀ, ସତ୍ୟବାନ−ସାବିତ୍ରୀର,ହର−ଚୌରୀ ବିଷ୍ଣ−ଲକ୍ଷ୍ନୀ ସୁମଧୁର ଗିର,ଦେବାସୁର−ଯକ୍ଷ−ନାଗ−ଗନ୍ଧର୍ବ−କିନ୍ନରଦେବର୍ଷି−ବ୍ରହ୍ମର୍ଷି−ରାଜଋଷି ଚରିତରଗାଇଛନ୍ତି କେତେ କବି କଳକଣ୍ଠ ପିକ;ଅଛି ତବ ନିକୁଞ୍ଜରେ ବିଭବ ଅଧିକ-ବେଦାନ୍ତର ବ୍ରହ୍ମତତ୍ତ୍ୱ ଆତ୍ମା ପରମାତ୍ମାପ୍ରଚାରି ଅଛନ୍ତି ପଞ୍ଚସଖାଦି ସହାତ୍ମା,କର୍ମଗାଥା ରାମାୟଣ ମହାଭାରତରଜୀବାତ୍ମା ପରମାତ୍ମା ଜ୍ଞାନ ଷଡ଼ ଦର୍ଶନର,ଅଷ୍ଟ୍ରାଦଶ ପୁରାଣର ଗଭୀର ଭକତି−ଭଣ୍ଡାରେ ସଞ୍ଜିତ ତବ ଉତ୍କଳ−ଭାରତ !ବୌଦ୍ଧଧର୍ମ−ସାମ୍ୟ−ମୈତ୍ରୀ−ପ୍ରାଣୀହିତ−ଗୀତତୋ’ ଶ୍ୟାମଳ କୁଞ୍ଜେ ମାତଃ ! କରେ ନିନାଦିତ“ମହିମାଧର୍ମ”ର ଏକେଶ୍ୱରବାଦାମୃତପଞ୍ଚସଖା ଭକ୍ତିଗୀତେ ତେ ନିକୁଞ୍ଜ ପୂତ ।କିନ୍ତୁ କାମ−ଗୀତେ ମତ୍ତ ଉତ୍କଳ−ସନ୍ତାନଆଦିରସ ମଦିରାକୁ କରୁଛନ୍ତ ପାନ ।ଶୁଭୁଅଛି ମାତଃ, ସୁମଧୁର ବଂଶୀ ସ୍ୱନବିଳାସୀ−ରସିକଜନ−ମନବିମୋହନ ।କେବେ ମା ଶୁଭିବ ଦେବପୂଜା ଶଙ୍ଖ ସ୍ୱନ,ଭେରୀ ଦୁନ୍ଦୁଭିର ଘୋର ଗମ୍ଭୀର ଗର୍ଜନ ?ଶିଶୁ ସମ ବାଲ୍ୟୋଚିତ ସଙ୍ଗୀତେ ମୋହିତକେବେ ହେବୁ ମହାରାଣୀ ମୁକୁଟମଣ୍ଡିତ,ଉନ୍ନତ−ସାହିତ୍ୟ ସହ ବସି ଏକାସନେବୀରମାତା ସମ ହାସ୍ୟମୁଖେ ହୃଷ୍ଟମନେ ?ଯେହ୍ନେ ଦ୍ରୋଣଗୁରୁଠାରୁ ଅସ୍ତ୍ରଶସ୍ତ୍ର ଶିକ୍ଷାସାଙ୍ଗ କରି ଦେଲେ ଶୌର୍ଯ୍ୟବୀର୍ଯ୍ୟର ପରୀକ୍ଷାକୌରବ ପାଣ୍ଡବଗଣ ଅପୂର୍ବ, ଅଦ୍ଭୁତବୀରମାତା କଲେ ନେତ୍ରୁଁ ଆନନ୍ଦାଶ୍ରୁଚ୍ୟୁତ;କେବେ ଦେବେ ତବ କୋଟି ନିଦ୍ରିତ ସନ୍ତାନସେହିପରି ଜନନୀ ଗୋ ! ପରୀକ୍ଷା ପ୍ରଦାନ ?ଅଛି ତୋ ନିସର୍ଗ−ଶକ୍ତି ନୋହୁ ତୁହି ଦୀନାକେବଳ ପ୍ରତିଭାଶାଳୀ ସୁପୁତ୍ରବିହୀନା ।କିନ୍ତୁ ମାତଃ ! ସବୁଦିନେ ଥିବୁ କି ଏପରିନୋହିବୁ କି ବୀରକବିମାତା ରାଣୀ ସରି ?ଉଠ ହେ ଉତ୍କଳବାସି ! ପାହିଛି ରଜନୀନିଖିଳ ଜଗତୁଁ ଆସି ଅଛଇ ବରଣୀ,ପ୍ରାଚ୍ୟ−ପ୍ରତୀଚ୍ୟର ଏହି ସମନ୍ୱୟସ୍ଥଳେନବସାହିତ୍ୟର ଜନ୍ମ ହେଉ ଏ ଉତ୍କଳେ,ମହାକାବ୍ୟ ଇତିହାସ, ବିଜ୍ଞାନ ଦର୍ଶନକରୁ ତବ ଚାରୁ ତନୁ ମାତଃ ! ବିମଣ୍ଡନ ।ବୁଝନ୍ତୁ ମା ଉତ୍କଳୀୟେ ଜାତୀୟ−ଜୀବନଜାତୀୟ ସାହିତ୍ୟ ବିନା ନ ହୁଏ ଗଠନ ।ଜ୍ଞାନୀ ଦେଉ ଜ୍ଞାନ, ଭକ୍ରଂ ଭକ୍ତି, ଧନୀ ଧନକରନ୍ତୁ ଉତ୍କଳବାସୀ ସାହିତ୍ୟ ଗଠନ ।“ଜ୍ଞାନ ପ୍ରୀତି, ଧର୍ମ ସଙ୍ଗେ ବିଷୟ ଉନ୍ନତିପ୍ରକୃତ ଉନ୍ନତି” ଏହା ଘୋଷ ମା ଭାରତି !
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ