ଉମା ଶିବ ମନୋହାରୀ
୧୮୬୭–୧୯୪୩
- ସଂକଳନ: ମଧୁଚକ୍ର
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୮୨
- ସ୍ଥିତି
- ସାର୍ବଜନୀନ (Public domain)
ଗଙ୍ଗାକୁ ବହିଲେ ଶିରେ କ୍ଷୋଭ ସେ ନ କରି ।କଙ୍କଣ ଶିଳାକୁ ଜଳୌକା ନିକି ହୁଏ ଦଂଶକକଉଶିକେକିଛି ନ ଦିଶେ ହେଉଁପ୍ରାତଆଲୋକ ।ସ୍ୱଭାବ ଏକ ଭଲୁକ ଖଳ ଏହୁ ବେନି,ସନ୍ତୋଷ ସେ ଦୋଷୋଦୟଦୋଷୋଦୟ ଘେନି ଯେ ।ଶୁଣି ହସି ବୋଇଲେଯଦୁରାୟ,ସାରଙ୍ଗ ଅଙ୍କୁଶ ତୁରଙ୍ଗ କିବିକା ନ ମାନିଲେ କି ଉପାୟ ।ସୁବଳିଷ୍ଠ କେହି ନାହିଁ କର୍ମକୁ,ସିଦ୍ଧ କରେ କେତେବେଳେ ବାମକୁ ।ସୁଜ୍ଞାନୀ କି ଶୁଣିଲା ବ୍ରହ୍ମଜ୍ଞାନ,ସରିସୃପ ମନ୍ତ୍ରେ ଲୟ ଦେଲା ପ୍ରାୟେ ସେ ବାଣୀରେ ଦେଲା ମନ ।ସୂଚି ଘେନି ଭେଦି ଲୋଡ଼ ଶିଖରୀ,ସୂକ୍ଷ୍ମ ସୂତ୍ରରେ ବାନ୍ଧି ଲୋଡ଼ କରୀ,ସୃଷ୍ଟିପ୍ରଳୟଜଳ ଚଳୁ ହୁଏ କି, ଲୋଷ୍ଟ୍ରେଚୁରି ହୁଏ ଗିରି ।ସହଜେ ଅଙ୍କୁଶ ଲଜ୍ଜା ଯୁବତୀଙ୍କିସଚିବବାଣୀନୃପତିକିସେ ନ ମାନିଲେ କି ବୁଦ୍ଧି ଏଥିକି ।ସଲୋଭେ ଚନ୍ଦ୍ରର ଶଶ ନାଶ ଗଲାକାହାକୁ ହେଲା କଳଙ୍କ ।ସ୍ୱୟଂବଡ଼ ହେଲେ ମୂଳ କରମସିନ୍ଧୁ ମନ୍ଥନ ଛଡ଼ାଇଛି ଭ୍ରମସୁରେ ସୁଧା, ବିଷ୍ଣୁ କମଳା ଲଭିଲେବିଷ ପାନ କଲେ ଭୀମ ।ସତ୍ୱ କେତେ କି ଜତୁର ନ ତରଳେଅନଳ ନିକଟ ହୋଇଲେ ।ତୃଷାର୍ତ୍ତୀ ସିନା ସଲିଳ ପାଶେ ଉପଗତ,ପାଣି ତୃଷାର୍ତ୍ତୀ ପାଶକୁ ଆସେ କି ଘେନିତ ।ଜଳ ସନ୍ନିଧିକି ଜଳ ପାନ କରି ଗଲେତାହା ଅସନମତହୋଇଛି କେଉଁ କାଳେ ।ଗଜ ବଳବନ୍ତ ହୋଇ ଅଙ୍କୁଶ କି ନ ମାନଇ,ଶଶୀ କ୍ଷୀଣ ଯେ ହୁଅଇ କଳା ବା ବୃଦ୍ଧି କରଇ ।ଯେଡ଼େଦୃଢ଼ ଚିତ୍ତ କଲେ ପାରଇ କି ରଖିବୃଦ୍ଧି ସରିତକୁ ବାଲି ବନ୍ଧ ନିକି ସଖି !ପ୍ରଚଣ୍ଡ କିରଣେ ରବି ତୋଷଇ ନଳିନଅଳି କେଳିରେ ନୁହଇ ଶିରୀଷ ମଳିନ ।ଅମରେ ଭୋଗ କରନ୍ତି ରଖି ଶଶୀ ଶେଷଲତାରୁ କଳିକାଛାଡ଼ି ତୋଳି ସୁମନସ ।ବିଧି ବୋଲନ୍ତି ବିଧାତାକୁ କାହିଁକି ଅବିଧି କଲା ତ,ଅମୃତ ଭୁଞ୍ଜାଇ ପିଚୁମର୍ଦ୍ଦଛଦତାମ୍ବୁଳ ଦେଲା ତ ।ରାହୁଗ୍ରାସେ ଅଶୁଦ୍ଧ କି ହୁଏ ସୁଧାକର,ଅମରେ କରନ୍ତି ତହୁଁ ଅମୃତ ଆହାର ଯେଏହା ଲେଖି ଦେଇ ଗଲା ଖଡ଼ି ଅକ୍ଷରେଆତୁର ନ ପାଏ କାର୍ଯ୍ୟ କେଉଁ କାଳରେ ।ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ ।ବ୍ୟାଧିବନ୍ତରବାଞ୍ଚିତଉପଚାର ବୈଦ୍ୟବିହିଲାର ପରି ।ଗୁରୁଦ୍ରୋହୀପୁଣସ୍ୱର୍ଗଭୋଗ ପାଇଛି,ସାତ ସିନ୍ଧୁ ଚଳୁ ଭିତରରେ ରହିଛି,ପକ୍ଷ ବିନା ହୋଇଅଛି ଗଗନ ଗତି,ଜଳ ଉପରେ ଶଇଳ ଭାସି ଅଛନ୍ତି ।ଯେଉଁ ଦଇବେ ହୋଇଛି ଏତେ ବିଧାନ,ସେହି ଦଇବର କିବା ଅସାଧ୍ୟ ଆନ ।ସୁଧା ପାନ କଲା ରାହୁ ଉପାୟରେ,ପ୍ରୀତି ହୋଇଅଛି ଚନ୍ଦ୍ର କୁମୁଦରେ,ଗୁଞ୍ଜ ତୁଳା ହୋଇଛିସୂବର୍ଣ୍ଣ ତୁଲେ,କର୍ମ ସବୁ ଉଚ୍ଚ ନୀଚ ପାଞ୍ଚ ବଳେ ।ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ,ଯାହାର ଯହିଁରେ ବଳଇ ପ୍ରେମ ।ପୁଣି ବୋଲଇ ହେ ଜାଣି ମୁଁ ନ ଥିଲିଦଇବ ତୁ ଏଡ଼େ ଦାରୁଣ,କ୍ଷୁଧାତୁରକୁ ସୁଧାତୁଲ୍ୟଭୋଜନପରଶିଲୁ କେଉଁ କାରଣ,ଭୁଞ୍ଜି ବସିବା ବେଳେ କୁଳିଶ ବୃଷ୍ଟି କଲୁ,ଯେବେ କଲୁ ତେବେ ପରାଣ ନ ନେଲୁଏଡ଼େ ବ୍ୟାକୁଳ କିପାଁ କଲୁ ।ବୋଲେ ନାଗରୀ ସାଗରେ ସ୍ନାନ କରିଯେମନ୍ତ ତୃଷା ନ ତୁଟିଲା,କଳ୍ପତରୁରେ ଫଳ ନାହିଁ ଯେମନ୍ତତେମନ୍ତ ଦଶା ତ ଘଟିଲା ।ସବୁ ବଡ଼ ଦଇବ,କାହା ମନେ ଥିଲା ଅଗାଧ ସମୁଦ୍ରଚଳୁ ଭିତରେ ସମ୍ଭାଇବ ।ପବନକୁ ପାଶ ପାତି ବସିଥିଲେ ସେକାହିଁ ହୋଇବ ବନ୍ଧନ ।ତୁଳାପାତ୍ରେ ଊଣା ଅଧିକ ପଦାର୍ଥପଡ଼ିଲେ କି ସମ ହୋଇବ ।ଦୁର୍ବଳ ମାରିବାକୁ ସମସ୍ତେ ଆଗ,କାମକୁ ବାମଦେବ କଲେ ଅନଙ୍ଗ ଯେ ।ଜୀବନ ଥିଲେ ହୁଏ ସବୁ ପ୍ରାପକ,ହୁଅଇ ସମ୍ଭାବିତ ଅସମ୍ଭାବିତ ଯେ ।କିସ ପୁଣି ଦେଖା ନ ଯାଏ ଯଦି ଥାଇ ଜୀବରେବିଷମ ସମସ୍ୟା ପୂରଣ ହେଲା ଏହି ଠାବରେ ।ଆରତ ହେଲେ କାର୍ଯ୍ୟ ନୁହଇ ବେଗ,କାଳକୁ ଚାହିଁ ଭୋଗ ହୁଅଇ ଯୋଗ ଯେ ।ବିଷହିଁ ହୁଏ ହିତ ସନ୍ନିପାତରେ ।ଚନ୍ଦ୍ର ଲଭିଲା, ମଲା ଉତ୍ତାରୁ ଶଶା ।କୋଟି କଳ୍ପେ ଏ କଥା ହୋଇଛି ନିକି ଆନ,ଘନ ତେଜିଗଙ୍ଗା ଜଳେ ଚାତକର ମନ ଯେ ।ନାରୀକେଳ ଯେ ରସପୁର,ଭକ୍ଷି ନ ପାରଇ ବାନର,ତାର କି ସ୍ୱାଦୁ ଯଶ ନୋହି,ପ୍ରସଙ୍ଗୁଗଲି ମଧ୍ୟ କହି ।ଦୂତ ହେଲେ ମିଥ୍ୟା କହି,କାର୍ଯ୍ୟକାଳେ ମିଥ୍ୟା କହିବାର ଦୋଷ ନାହିଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ