ତୁମ୍ବେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୯
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଦେବ ତୁମ୍ବେଶ୍ୱର,ଚମ୍ପକବନେ ବିହର ।ୠଷିକୁଲ୍ୟା ଜଳ ଖାଇ,କି ଚିକଣ ଉମାସାଇଁ ହେ ।୧।ଲକ୍ଷ ଲକ୍ଷ ଚମ୍ପାଫୁଲ,ଦେଇ ସେବକଙ୍କୁ ମୂଲ ।ତବ ଶିର ମଣ୍ଡାଇଲେ,ଦୁଃଖୀ ପରଜା ଭାସିଲେ ହେ ।୨।ସେବିଥିଲେ ପୂର୍ବେ ରାମ,କରିଥିଲ ତାଙ୍କ କାମ ।ସୁଚିତ୍ର ମଣ୍ଡପେ ବସି,ଅଳସୁଆ ହେଲ ଖାସି ହେ । ୩।ବଡ ବଡ ମହାଜନ,କରାଇ ଚାନ୍ଦା ଘଟନ ।ସୁରମ୍ୟ ବେଢ଼ା ପ୍ରାଙ୍ଗଣ,ମଣ୍ଡପ କଲେ ନିର୍ମାଣ ହେ ।୪।ଗୋଟିଏ ସେବକ ପିଲା,ରଙ୍ଗ କାର୍ଯ୍ୟେ ଯୋଗ୍ୟ ଥିଲା ।କାରିଗର ଗଲେ ଛାଡି,ଦେଇଥିଲ ତାକୁ ଶାଢ଼ି ହେ ।୫।ପୂର୍ବଖଣ୍ଡ ଧରାନାଥ,କରୁଥାନ୍ତି ପ୍ରଣିପାତ ।ପ୍ରତାପପୁର କୁମୁଟୀ,ବଣିକେ ଦିଅନ୍ତି ମୁଠି ହେ ।୬।ପାଶରେ କମା ଦେଉଳ,ଦିଶଇ ବଡ ମଞ୍ଜୁଳ ।ଠାକୁରାଣୀଙ୍କର ଧାମ,ଅତିଶୟ ମନୋରମ ହେ ।୭।ଶିରୁଳି ମହାବୀର ହନୁ ମାନମହାବୀର ହନୁମାନ,ଶିରୁଳୀ ଗ୍ରାମେ ଆସ୍ଥାନ ।ପୁରୁଷୋତ୍ତମ ନିକଟ,ପଶ୍ଚିମଦିଶ ପ୍ରକଟ ହେ ।୧।ତିନିକ୍ରୋଶ ମଧ୍ୟ ସ୍ଥାନ,ରହିଅଛି ବ୍ୟବଧାନ ।ଏପଥେ କଲେ ଗମନ,ପଡେ ବହୁତ ଶାସନ ହେ ।୨।ଜଗନ୍ନାଥ ଭୋଗ ଅନ୍ନ,ନିତି ହୁଏ ସମର୍ପଣତୁମ୍ଭ ପାଶେ ମହାରଥା,ଅଛି ବହୁକାଳୁଁ ପ୍ରଥା ହେ ।୩।ଆମ ରାମ ରାଜା କାମ,କଲନେଲ ବଡ ନାମ ।ଲଙ୍କାଗଡ ଜଳାଇଲ,କି ବିକ୍ରମ ଦେଖାଇଲ ହେ ।୪।ପର୍ବତ ପାହାଡ କାଟି,ପକାଇଲ ସେତୁ ମାଟି ।ଏହା କି ସହଜ କଥା,ଜାଣେ ତୁମ୍ଭ ମଥାବ୍ୟଥା ହେ ।୫।ରାମ ରାବଣ ଲଢ଼ାଇ,ଦେଲ ସକଳ ସଜାଇ ।ରାବଣକୁ ମରାଇଲ,ସୀତାଙ୍କୁ ମୁକୁଲାଇଲ ହେ ।୬।ନ କରି କିଛି ଆପତ୍ତି,ପ୍ରଭୁ ରାମସେନାପତି ।ହେବ ଯେବେ ତୁମ୍ଭେ ଛିଡା,