ତେସନେ ସଂସାରକଷଣେ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୪
- ସ୍ଥିତି
- ସାର୍ବଜନୀନ (Public domain)
ବିତରେ ସାଧୁ ପ୍ରେମଧନେ ।୧।କାଞ୍ଚନ ଅଗ୍ନିପରୀକ୍ଷାରେଝଟକେ ତେଜେ ଯେ ପ୍ରକାରେ,ସଜ୍ଜନ ଦୁଃଖାଗ୍ନିରେ ଦହିପୁଣ୍ୟର ତେଜରେ ଶୋଭଇ ।୨।ଏକାଗ୍ର ଦୃଷ୍ଟି ନିରନ୍ତରରଖି ଯେ ଲକ୍ଷ୍ୟେ ପେଶେ ଶର,ଲକ୍ଷ୍ୟ ଭେଦଇ ସେହି ଜନଲଗାଇ ତହିଁ ପ୍ରାଣ ମନ ।୩।ସିଦ୍ଧି ଲଭିବ ଯଦି ନରେ,ତେବେ ଏକାଗ୍ର ମାନସରେସ୍ଥିର ସଂକଳ୍ପ ଅନୁସରିକୌଶଳେ କର୍ମ ଯାଅ କରି ।୪।ଫଳଭରେ ଅବନତ ଯଥା ତରୁଗଣ,ଜଳଭରେ ଅବନତ ନୀରଦ ଯେସନ,ନାନାଗୁଣେ ସେହିପରି ନମ୍ର ସାଧୁଜନେ,ଐଶ୍ୱର୍ଯ୍ୟରେ ମଧ୍ୟ ଗର୍ବ ନ ବହନ୍ତି ମନେ ।୫।ପାଦମସ୍ତକେ ଯଥା ରୌଦ୍ରତାପ ସହିଛାୟାଦାନେ ପଥିକର ସନ୍ତାପ ହରଇ,ସ୍ୱସୁଖକାମନା ତେଜି ବହୁ କ୍ଲେଶ ସହିସାଧୁଜନ ତଥା ଲୋକ-କଲ୍ୟାଣ ସାଧଇ ।୬।ଅସାଧୁ ହୁଅଇ ସାଧୁ ସାଧୁର ସଙ୍ଗରେ,ନିର୍ମଳ ପଙ୍କିଳ ଜଳ ନିର୍ମଳାଯୋଗରେ ।ସଲିଳ ସଞ୍ଚୟ କରି ବାରିଦ ଯେସନଲୋକହିତ ଲାଗି ତାହା କରଇ ବର୍ଷଣସାଧୁଜନ ସେହିରୂପେ ଅରଜିଣ ଧନଲୋକହିତ ଲାଗି ତାହା କରେ ବିତରଣ ।୭।କାଞ୍ଚନ ବିଶୁଦ୍ଧ କିମ୍ବା ସେ ଅଟେ ମିଶ୍ରିତ,ଜଣାପଡ଼େ ଅନଳରେ ହେଲେ ପରୀକ୍ଷିତ ।ସାଧୁତା ବେ ଅସାଧୁତା ମନୁଷ୍ୟର ତଥାବିପଦକାଳରେ ଜଣାପଡ଼ଇ ସର୍ବଥା ।୮।ବାଳୁଙ୍ଗା ଉପାଡ଼ି କ୍ଷେତୁଁ କୃଷକ ଯେସନଶସ୍ୟକୁ ବଢ଼ାଏ କରି ବିବିଧ ଯତନ,ଉପାଡ଼ିଣ ହୃଦୟରୁ କୁପ୍ରବୃତ୍ତିଗଣସୁଜନେ ସଦ୍ଗୁଣଚୟ କରନ୍ତି ବର୍ଦ୍ଧନ ।୯।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର