ତପସ୍ୟା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ନିର୍ବିକାର ଚିତ୍ତେ ପିତୃ ମାତୃ ବରୀବସ୍ୟା,ଏ ସଂସାର-ତପୋବନେ ପ୍ରଧାନ ତପସ୍ୟା ।ମାତୃଭୂମି ମାତୃଭାଷା ଜନନୀ ସମାନ,ତାଙ୍କ ପଦ-ସେବା ନୁହେଁ ତପସ୍ୟାରୁ ଆନ ।ତୃତୀୟ ତପସ୍ୟା ସତ୍ୟ ନିଶ୍ଚୟ ନିଶ୍ଚୟ,ତାହା ଯୋଗୁଁ ଲଭେ ନର ସର୍ବତ୍ର ବିଜୟ ।ଇନ୍ଦ୍ରିୟସଂଯମ ପୁଣ୍ୟ ଜୀବନ୍ମୁକ୍ତି ରାହା,ତପସ୍ୟା ନାମରେ ଏଣୁ ଅଭିହିତ ତାହା ।ନିରଙ୍କୁଶ ଭାବେ ସ୍ୱୀୟ କର୍ତ୍ତବ୍ୟ ସାଧନ,ମହୀ-କର୍ମକ୍ଷେତ୍ରେ ମହା- ତପସ୍ୟାଚରଣ ।ଅହିଂସା ତପସ୍ୟା ମଧ୍ୟ୍ୟେ ନାହିଁ କିଛି ଭେଦ,ଉଚ୍ଚାରେ ଉଚ୍ଚରେ ଏହି ମହାସତ୍ୟ ବେଦ ।ତୀବ୍ର ତପ ସ୍ୱାର୍ଥଶୂନ୍ୟ ପର ଉପକାର,ଜନ୍ମ ଯନ୍ତ୍ରଣାରୁ ଜନେ କରେ ସେ ଉଦ୍ଧାର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ