ଖଣ୍ଡପ୍ରଳୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୭
- ସ୍ଥିତି
- ସାର୍ବଜନୀନ (Public domain)
ଆଣିଲା ଖଣ୍ଡପ୍ରଳୟ ନବତ୍ରିଂଶ ଅଙ୍କ,ସ୍ମରଣେ ସେ ରୁଦ୍ର ଦୃଶ୍ୟ ଉପୁଜେ ଆତଙ୍କ ।ବିଦାରି ବ୍ରହ୍ମାଣ୍ଡ-ଭାଣ୍ଡ- କଠୋର ଗର୍ଜନେ,ଗରଜି ମୂଷଳଧାରେ ବର୍ଷିଲେ ପର୍ଜ୍ଜନ୍ୟେ ।ଅବିରତ ବାରିପାତେ ଧରଣୀମଣ୍ଡଳ,ଗଭୀର ହୁତ୍କମ୍ପି ଧୁ ଧୁ ନାଦେ ଟଳମଳ ।ଖେଳିଲା ଚୌଦିଗେ ବେଗେ ସ୍ରୋତ କରି ଗତି,-ଦୁର୍ବାର, ଦୁର୍ବାର ଯଥା ଉଚ୍ଛୃଙ୍ଖଳ ମତି ।କ୍ଷଣେ ପରିଣତ ହେଲା ଧରା ନବାର୍ଣ୍ଣବେ,ଭାସିଲେ ମାନବ ପଶୁ ପକ୍ଷୀ ଆଦି ସର୍ବେ ।ନକୁଳ ମାର୍ଜାର ମୂଷା ଭେକ ବିଜେଶୟ,ଗ୍ରହିଛନ୍ତି ଏକ ବୃକ୍ଷେ ସକଳେ ଆଶ୍ରୟ ।ସହସା ହେଲା କି ଧରା ମହା ତପୋବନ,କରିଛନ୍ତି ଯେଣୁ ସର୍ବେ ହିଂସାବିବର୍ଜନ ।ଦେଇଅଛି ମୃତ୍ୟୁଞ୍ଜୟ ଏ ନିର୍ବେଦ ଦକ୍ଷା,ଜୀବନର ଏହା ସିନା ଭୀଷଣ ପରୀକ୍ଷା ।ସୃଷ୍ଟି ସତୀ ଏହିପରି ଧରି ଭୀମବେଶ,ନରପ୍ରାଣେ ବିଭୁସତ୍ତା କରାଏ ଉନ୍ମେଷ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ