ତାଳଚେର ପ୍ରବେଶ
ରାଧାନାଥ ରାୟ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ସଂକଳନ: ଟିପାଖାତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ତାଳଚେରରେ ଦୀର୍ଘ ଅବସ୍ଥିତି । ରାଜାଙ୍କର ଅସାଧାରଣ ସଦାଶୟତା ଏବଂ ଆତିଥେୟତା । ପ୍ରତ୍ୟହ ହସ୍ତିଦ୍ୱାରା ଅରଣ୍ୟ ପ୍ରଭୃତି ଭ୍ରମଣ । ଗଡ଼ର ସଂଲଗ୍ନ ରକ୍ଷିଣୀ । ଏ ରକ୍ଷିଣୀ ପ୍ରାୟ ୨ ବର୍ଗ ମାଇଲ । ନାନାବିଧ ଅନତିବୃଦ୍ଧ ତରୁରାଜିରେ ପୂର୍ଣ୍ଣ ଶାଳ, ଅଶନ, କିନ୍ଦୁକ, ତିଳକ, ପିଆଳ, ପୁଷ୍ପାଦିର ଶୋଭା । ପଲ୍ୱଳ ଏବଂ ତତ୍ସନ୍ନିହିତ ମୃଗୟାମଞ୍ଚ । ନାନାବିଧ ବନପଶୁଙ୍କର ପାଦଚିହ୍ନ । ରଗଡ଼ି ଏବଂ ଦ୍ରୋଣୀ ପ୍ରଭୃତି ।
ତାଳଚେରର ରାଜସଭା । ସାହିତ୍ୟ ସଭା । ପଣ୍ଡିତ ହରିହର ବିଦ୍ୟାଭୂଷଣ, ଚିକିତ୍ସକ ତର୍କଭୂଷଣ ଏବଂ ଦୀକ୍ଷିତ, କବିଭୂଷଣ, ଭାଗୀରଥି ପଦ୍ୟାଳଙ୍କାର, ରଘୁନାଥ ମିଶ୍ର, ରାମଚନ୍ଦ୍ର ପଦ୍ୟବିନୋଦ, ହରିକୃଷ୍ଣ ବଡ଼ପଣ୍ଡା, ହେମେନ୍ଦ୍ରବାବୁ, ଦାମୋଦର ମିଶ୍ର ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ