ରାଜକୁମାରଙ୍କ ଜନ୍ମଦିନୋତ୍ସବ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ସଂକଳନ: ଟିପାଖାତା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୫୯
- ସ୍ଥିତି
- ସାର୍ବଜନୀନ (Public domain)
ବାମଣ୍ଡାର ବଡ଼କୁମାର ବଳଭଦ୍ର ଏବଂ ଲାଲସାହେବ ଦୟାନିଧିଙ୍କର ଶୁଭାଗମନ । ପଟ୍ଟାୟତବାବୁଙ୍କର ମୃଗୟାପଟୁତା ଏବଂ ଗଭୀର ସାହିତ୍ୟଜ୍ଞାନ । ତାହାଙ୍କଠାରୁ ଶିକ୍ଷାଲାଭ ।
ତାଳଚେର ରାଜାଙ୍କର ଗୁଣବର୍ଣ୍ଣନା ସହୃଦୟ, ନିରହଙ୍କାର, ସମସ୍ତ କ୍ଷତ୍ରିୟୟୋଚିତ ଗୁଣମଣ୍ଡିତ, ସାହିତ୍ୟରସିକ, ଆଇନଜ୍ଞାନରେ ଦକ୍ଷ । ସମସ୍ତ କାର୍ଯ୍ୟ ସ୍ୱହସ୍ତରେ ରକ୍ଷା ।
ରାଜାଙ୍କର ସଦ୍ଗୁଣର ଇୟତ୍ତା ନାହିଁ । ସମଗ୍ର ଓଡ଼ିଶା ଏହାଙ୍କୁ ଜାତୀୟସମିତିର ସଭାପତିପଦରେ ବରଣ କରିଥିଲା । ଏ ବରଣ ଅସ୍ଥାନନ୍ୟସ୍ତ ହୋଇନାହିଁ । ରାଜାଙ୍କର ସର୍ବତୋମୁଖ ଉତ୍କର୍ଷ ଦେଖି ମୁଁ ବାସ୍ତବିକ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲି । ରାଜ୍ୟ ମଧ୍ୟରେ ରାଜା ଉତ୍କୃଷ୍ଟତମ ଅମୋଘବେଧୀ ଶିକାରୀ, ଉତ୍କୃଷ୍ଟତମ ଆଧୋରଣ, ଉତ୍କୃଷ୍ଟତମ ଅଶ୍ୱବାର, ଉତ୍କୃଷ୍ଟତମ ରଥଚାଳକ ।
ନିଯୁକ୍ତହସ୍ତାର୍ପିତ ରାଜ୍ୟଭାରା
ସ୍ତିଷ୍ଠନ୍ତି ଯେ ସୌଧବିହାରସାରାଃ,
ବିଡ଼ାଳବୃନ୍ଦାର୍ପିତଦୁଗ୍ପୁରାଃ
ସ୍ୱପନ୍ତି ତେ ମୂଢ଼ଧିୟୋ ନରେନ୍ଦ୍ରାଃ ।
ତାଳଚେରରେ ଏ ଦୋଷର ସତ୍ତା ମାତ୍ର ନାହିଁ, ରାଜ୍ୟଶାସନର ପ୍ରତ୍ୟେକ ବିଭାଗ ଏବଂ ଉପବିଭାଗ ତାହାଙ୍କର ତୀକ୍ଷ୍ଣ ଅନ୍ତର୍ଭେଦୀ ଦୃଷ୍ଟିଦ୍ୱାରା ପ୍ରଭାବିତ ଏବଂ ପରିଚାଳିତ ।
ପ୍ରବୀଣ କୋଚମାନ୍ମାନେ ଯେଉଁ ତ୍ରସ୍ନୁ ଘୋଟକମାନଙ୍କୁ ଆୟତ୍ତ କରିବାକୁ ଅକ୍ଷମ, କିଶୋରଚନ୍ଦ୍ର ଅବଲୀଳାକ୍ରମରେ ସେମାନଙ୍କୁ ସାଧ୍ୟ କରିପାରନ୍ତି । ନେଲସନ୍ଙ୍କ ପରି ଭୟ କି ପଦାର୍ଥ ତାହା ସେ ଜାଣନ୍ତି ନାହିଁ ।
ମାତ୍ର ରାଜା ଏହି ସଦ୍ଗୁଣମାନଙ୍କର ସଂଯତ ବ୍ୟବହାର କରିଥିବାର ବୋଧ ହେଲା ନାହିଁ । ଥରେ ସେ ଗୋଟିଏ ଦୁଷ୍ଟ ଅଶ୍ୱ ଦ୍ୱାରା ଅତି ନିଦାରୁଣରୂପେ ଦୁଷ୍ଟ ହୋଇ ପ୍ରାୟ ୬ ମାସ କାଳ ଶଯ୍ୟାଶାୟୀ ହୋଇଥିଲେ । ମୃଗୟା ସମୟରେ ହାତୀରୁ ପଡ଼ି ତାହାଙ୍କ ବକ୍ଷସ୍ଥଳରେ ଦାରୁଣ ଆଘାତ ଲାଗିଥିଲା । ସେହି ଆଘାତର କୁଫଳରୁ ସେ ଅଦ୍ୟାପି ମୁକ୍ତ ହୋଇ ନାହାନ୍ତି । ଏହି କଠୋର ଶିକ୍ଷା ପାଇ ସୁଦ୍ଧା ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉଦାସୀନ ।
ତାଳଚେରରୁ- ମସଲ ମୁଁ ପୂର୍ବେ ଦେଖିଥିଲି । ୧୦-୧୨ ବର୍ଷ ପରେ ପୁଣି ଦେଖିଲି । ଏହି ସମୟ ମଧ୍ୟରେ ସମଲରେ ଗୋଟିଏ ପକ୍କା ବଙ୍ଗଳା ନିର୍ମିତ ହୋଇଅଛି ଏବଂ ସମଲର ପ୍ରାୟ ୩-୪ ମାଇଲ ଦୂରରେ କହ୍ନେଇଜେନା ପର୍ବତ ପାଦରେ ଚକ୍ରଶୈଳ ନାମକ ସ୍ଥାନରେ ଗୋଟିଏ ବଙ୍ଗଳା ନିର୍ମିତ ହୋଇଅଛି ।
କହ୍ନେଇଜେନା ପର୍ବତ ଉଚ୍ଚତାରେ କ୍ଷୁଦ୍ର, ମାତ୍ର ଖୋଲମୟ ହୋଇଥିବାରୁ ମୃଗୟୁମାନଙ୍କର ଏହା ପ୍ରିୟତମ ବିହାରସ୍ଥଳୀ ।
ସମଲରୁ-ଗହମ-ବାରୁଆଁ ତାଳୁରେ ବଙ୍ଗଳା । ବୁଲାଝର ବଙ୍ଗଳା ।
ଗହମରୁ-ଖମାର ।
ତାଳଚେରରୁ ଆସିବା ସମୟରେ ତାଳଚେର ରାଜ୍ୟ ପରିଭ୍ରମଣ ମୋହୋର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଯେବେ ସୁବିଧା ହୁଏ ଏବଂ ବାମଣ୍ଡାଧୀଶ୍ୱରଙ୍କଠାରୁ ଯେବେ ଅନୁକୂଳ ଆମନ୍ତ୍ରଣ ପାଏଁ, ବାମଣ୍ଡା ଯିବାର ସଂକଳ୍ପର ଅସ୍ପଷ୍ଟ ଛାୟା ମଧ୍ୟ ମନରେ ସ୍ଥାନ ପାଇ ଥିଲା । ମାତ୍ର ଲହଡ଼ା ଯିବାର ସଂକଳ୍ପ ମନରେ ଉଠିନାହିଁ । ଲହଡ଼ାର ମାଲ୍ୟଗିରି ଗୋଟିଏ ସ୍ୱାସ୍ଥ୍ୟନିବାସର ଯୋଗ୍ୟ ସ୍ଥାନ, ଏହା ପୂର୍ବରୁ ଶୁଣିଥିଲି, ମାତ୍ର ମାଲ୍ୟଗିରି ଅତି ଦୁରାରୋହ ଏବଂ ମାଲ୍ୟଗିରି ଶିଖରରେ ଅବସ୍ଥିତି- ବିଶେଷତଃ ମାଦୃଶ ରୁଗ୍ଣ ବ୍ୟକ୍ତିର ଅବସ୍ଥିତି ନିତାନ୍ତ ବ୍ୟବସାଧ୍ୟ । ସୁତରାଂ ଏ ସଂକଳ୍ପ ମୋହୋର ମନରେ ସ୍ଥାନ ପାଇନଥିବାର ସ୍ୱାଭାବିକ ।
ଲହଡ଼ା ରାଜ୍ୟର- ହୃଦୟବତ୍ତା । ନରପତିହିଁତକର୍ତ୍ତା ଦ୍ୱେଷ୍ୟତାଂ ଯାତି ଲୋକେ ଜନପଦହିତକର୍ତ୍ତା ତ୍ୟଜ୍ୟତେ ପାର୍ଥିବେନ । ଇତି ମହତି ବିରୋଧେ ବିଦ୍ୟମାନେ ସମାନେ ନୃପତିଜନପଦାନାଂ ଦୁର୍ଲଭଃ କାର୍ଯ୍ୟକର୍ତ୍ତା ।
ଲହଡ଼ାର ରାଜା ମୋହର ପୀଡ଼ାର କଥା ଶୁଣିଥିଲେ । ବହୁଦିନ ତାହାଙ୍କ ସହିତ ମୋହର ସାକ୍ଷାତ୍ ହୋଇ ନଥିଲା । ମୁଁ ଭ୍ରମଣକ୍ଷମ ଅବସ୍ଥାରେ ଅଛି, ସମ୍ଭବତଃ ଏହା ସେ ଜାଣିନଥିଲେ । ଜାଣିଥିଲେ ସେ ଯେପରି ସହୃଦୟ, ସ୍ୱତଃପ୍ରବୃତ୍ତ ହୋଇ ସେ ମୋତେ ଆମନ୍ତ୍ରଣ କରିଥାନ୍ତେ ଏବଂ ମୋହର ସ୍ୱାସ୍ଥ୍ୟୋନ୍ନତିର ବିଧାନ କରାଇଥାନ୍ତେ । ମୁଁ ତାଳଚେର ରାଜାଙ୍କ ଯତ୍ନରୁ ତାଳଚେର ପର୍ଯ୍ୟନ୍ତ ଆସିଛନ୍ତି, ଏକଥା ଶୁଣି ସେ ମୋତେ ମାଲ୍ୟଗିରି ନେଇଯିବାପାଇଁ ସ୍ୱୟଂ ତାଳଚେର ଯାତ୍ରାକଲେ । ମାତ୍ର ପଥ ମଧ୍ୟରେ ପୀଡ଼ାଗ୍ରସ୍ତ ହୋଇ ପତ୍ରଦ୍ୱାରା ସମସ୍ତ ବିଷୟ ଜଣାଇ ପୁନଃ ପୁନଃ ସନିର୍ବନ୍ଧ ଆମନ୍ତ୍ରଣ କଲେ । ଲହଡ଼ା ପ୍ରବେଶ ମାତ୍ରେ ମୁଁ ପଦେ ପଦେ ଲହଡ଼ାଧୀଶ୍ୱରଙ୍କର ଅସାଧାରଣ ମହାନୁଭବତାର ପ୍ରମାଣ ପ୍ରତ୍ୟକ୍ଷ କଲି । ଅବଧି ଏ ରାଜ୍ୟେ ପ୍ରାପ୍ତ ହୋଇ ନାହାନ୍ତି । ରାଜ୍ୟରେ ଏହାଙ୍କ କ୍ଷମତା ସୀମାବଦ୍ଧ, ଏହା ସତ୍ତ୍ୱେ ଲହଡ଼ାରେ ମୋହ ପ୍ରତି ଯେପରି ସୌଜନ୍ୟ ଏବଂ ସହୃଦୟତା ପ୍ରଦର୍ଶିତ ହୋଇଅଛି, ତାହାର ତୁଳନା ମୁଁ ସମସ୍ତ ଜୀବନରେ ଦେଖି ନାହିଁ । ରାଜା ନିଯୁକ୍ତ ଲୋକଙ୍କ ଉପରେ ସମସ୍ତ ଭାର ପକାଇ ନିଶ୍ଚିନ୍ତ ହୋଇନାହାନ୍ତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ