ତାହାରି ସବୁ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୨
- ସ୍ଥିତି
- ସାର୍ବଜନୀନ (Public domain)
ଅଧରତଳ ମଧୁରେ ମୋର କାମନା ଜାଗେ ଗୋ,ତାହାରି ଚଳ-ଚରଣଗତି ଏ ବୁକେ ଲାଗେ ଗୋ !ମୁଦିତ ତାର ଲୋଚନଗାର ମରମେ ପୀଡ଼େ ଗୋ ,କୋମଳ ତାର ସେ କରତଳ କାମିନୀ ଗଡ଼େ ଗୋ !ତାର କନକ ଆଙ୍ଗୁଳିର ପରଖ ଝୁରେ ଗୋ,କଣ୍ଠବାଣୀ ମନ୍ଦାକିନୀ କାହିଁ ସେ ଦୂରେ ଗୋ ?ତାର ବିଗ୍ରହ ବିଧୂର ବ୍ୟଥା ଅଧୀର କରେ ଗୋ;ତା ତନୁ ତାପ ପୁଲକ ଆଣେ ଏ ତନୁ ତଳେ ଗୋ !ତାହାର ତନୁ-ତୀର୍ଥେ ମୋର ବାରୁଣୀ-ବୁଡ଼ ଗୋ,ତିା ରୂପ ସମ ବିଶ୍ୱେ ନାହିଁ କରିବି ମୂଲ ଗୋ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର