ସୂର୍ଯ୍ୟ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ନମୋନମଃ ବିଶ୍ୱଚକ୍ଷୁ ଦେବ ଦିବାକର,ରୋଗଶୈତ୍ୟତମୋନାଶୀ ତବ ଦୀପ୍ତ କର ।ପ୍ରକୃତି ପଟ୍ଟର ତୁମ୍ଭେ ମହାଚିତ୍ରକର,ମଣ୍ଡ ନିତ୍ୟ ନବଚିତ୍ରେ ତାହା କଳେବର ।ତୁମ୍ଭ ଯୋଗେ ଶସ୍ୟପ୍ରସୂ ହୁଏ ବସୁମତୀ,ମାନବର ମେଧା ଶକ୍ତି ଲଭେ କ୍ରମୋନ୍ନତି ।ମାସ ଋତୁ ଦିନ ବକ୍ଷ ଯୁଗ ଅଧିରାଜ,ତବ ହେତୁ ଜ୍ୟୋତିଷ୍ମାନ ଜ୍ୟୋତିଷ୍କ ସମାଜ ।ପାରାବାରୁ ବାରିରାଶି କରିଣ ଶୋଷଣ,କରୁଅଛ ଦେବ ତୁମ୍ଭେ ଘନ ବିସଜନ ।ସେହି ମେଘମାଳେ ଦେଇ ଯଥାକାଳେ ଜଳ,ଚରାଚର ପ୍ରାଣୀଙ୍କର ସାଧନ୍ତି ମଙ୍ଗଳ ।ପ୍ରଦାନ ପ୍ରପଞ୍ଚେ ତୁମ୍ଭେ ନିତ୍ୟ ନବପ୍ରାଣ,ଜଳେ ସ୍ଥଳେ ତବ ଶକ୍ତି କରେ କ୍ରିୟାମାନ ।ଧରିଛି ଧରଣୀ ତୁମ୍ଭେ ଆକର୍ଷଣ ବଳେ,ନତୁ ସେ ଭ୍ରମନ୍ତା କେଉଁ ନିରୁଦ୍ଦେଶ୍ୟ ସ୍ଥଳେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ