ସୂର୍ଯ୍ୟ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୯
- ସ୍ଥିତି
- ସାର୍ବଜନୀନ (Public domain)
ସୂର୍ଯ୍ୟତାପେ ଉଠେ ଆକାଶଉପରେ,ଶୀତଳ ହୋଇଲେ ପଡ଼ଇ ଧରାରେ,ମାନନ୍ତି କି ଏହା କେବେ ଅଜ୍ଞାନ ।୧୦।ଅଛି ଅନ୍ୟମତ ଦେବ ସୂନାସିର,ଐରାବତଶୁଣ୍ଢେ ନେଇ ତବ ନୀର,ନାନା ଜନପଦେ ଏହି ଅବନୀର,କରନ୍ତି ଅବାଧେ ଜଳବର୍ଷଣ ।ଯାହାର ଯେମନ୍ତ ମନରେ ବିଚାର,ବୁଝୁ ସେହି ଜନ ତେମନ୍ତ ପ୍ରକାର,କିନ୍ତୁ ସବୁ ଜଣା ତୋତେ ପାରାବାର,କହ କିଏ ଠିକ ସତ୍ୟବଚନ ।୧୧।ଦେବୀ ମହାଲକ୍ଷ୍ମୀ ଦୁହିତା ତୁମ୍ଭର,ଦେଇଛ ତାହାଙ୍କୁ ଉପଯୁକ୍ତ ବର,ତାଙ୍କ ଅନୁଗ୍ରହେ ଏହି ଚରାଚର,ଚଳନ୍ତି ସକଳ ପ୍ରାଣୀସମାଜ ।କୋପନା ହୋଇବେ ଯେବେ ସେ କମଳା,ମେଦିନୀ ହୋଇବ ଖାଲି ମୁଣ୍ଡମାଳା,ଅସ୍ଥିମେରୁ ଦଣ୍ଡକଙ୍କାଳବିଶାଳା,ନ ଥିବେ ସମ୍ରାଟ କି ମହାରାଜ ।୧୨।ସୂର୍ଯ୍ୟତୁମ୍ଭପରି ଜଗତେ କେ ପ୍ରତାପୀ ତପନ,କେ ଅବା ପ୍ରକାଶେ ଏଡ଼େ ପ୍ରଖରକିରଣ,ପ୍ରତିଦିନ ପ୍ରଭାତରେ ପୂର୍ବେ ଉଠୁଅଛ ଖରେ,କରୁଛ ଜୀବସଙ୍କୁଳମେଦିନୀ ଦର୍ଶନ,କ୍ରମେ କ୍ରମେ କର ପୁଣି ପଶ୍ଚିମେ ଗମନ ।୧।କାହାର କ୍ଷମତା ଅଛି କରି ନିରୀକ୍ଷଣ,ତୁମ୍ଭ ଆକୃତି ପ୍ରକୃତି କରିବ ଦର୍ଶନ,ଚାହିଁଲେ ତେଜ ବିକାଶି ଦେବ ସେ ନୟନ ଗ୍ରାସିବ୍ୟଥାରେ ଆକୁଳପ୍ରାଣ ହେବ ସେହିଜନ,ଜଗତ ହୋଇବ ଅନ୍ଧକାର ଘୋରବନ ।୨।ନିୟମପ୍ରତିପାଳନେ ତୁମ୍ଭେ ଶ୍ରେଷ୍ଠତର,ତୁମ୍ଭପରି ଚଳେ କିଏ ଜଗତମଧ୍ୟର,ସେହି ଦିଗ ବାରି କରି ନିର୍ଦ୍ଦିଷ୍ଟ ସମୟ ଧରିଚଳୁଛ କେବେ ନ ଯାଅ ଦକ୍ଷିଣ ଉତ୍ତର,ଏମନ୍ତ ଦୃଢ଼ନିୟମେ ଚଳିବେ କି ନର ।୩।ଇଚ୍ଛା କରେଁ ଥରେ ଭାନୁ ଦକ୍ଷିଣଦିଗରେ,ଉଦୟ ହୋଇ ଚଳିବ ଆକାଶମାର୍ଗରେ,ଉତ୍ତର ଦିଗ ତୁମ୍ଭର ହେବ ଅସ୍ତଗିରିବରଦେଖି କି ଆଶ୍ଚର୍ଯ୍ୟଭାବ ନୋହିବ ମନରେ,ବିମୋହିତ ସର୍ବଜୀବ ହୋଇବେ ଲୋକରେ ।୪।କେତେ ବଳ ଏଶରୀରେ କରିଛ ଧାରଣ,କହ ବାରେ ମତେ ଆହେ ବଳିଷ୍ଠତପନ,ଅବିଶ୍ରାନ୍ତତ ଭ୍ରମଣେ କ୍ଳାନ୍ତହେଉନାହଁ କ୍ଷଣେଆକାଶଭ୍ରଷ୍ଟତ କେବେ ନୁହଇ ଚରଣ,ପୃଥିବୀ ପରାଏ ବାରେ ନୁହେତ କମ୍ପନ ।୫।ମଣେ ମୁଁ ଆଶ୍ଚର୍ଯ୍ୟ ବଡ଼ କର ହେ ଖଣ୍ଡନ,ଏ ବଳବିକ୍ରମ ତବ କିପାଁଇ ତପନ,କ୍ଷୁଦ୍ରରାହୁ କରେ ଗ୍ରାସ ନ ଦିଅ ତାହାକୁ ପ୍ରାସକହି ଦିଅ ମତେ ଏଥି କି ଗୂଢ଼କାରଣ,କିବା ଇନ୍ଦ୍ରଜାଲବିଦ୍ୟା କରୁଛ ସାଧନ ।୬।ଗ୍ରୀଷ୍ମକାଳେ ଯେଉଁ କଷ୍ଟ ଦେଉଛ ତପନ,କି କହିବି ସେହି ବ୍ୟଥା ନ ସରେ ବଚନ,ଦିଅ ଏପୃଥିବୀ ଜାଳି ଏଥିପାଇଁ ଲୋକେ ଗାଳିଦିଅନ୍ତି ତୁମ୍ଭଙ୍କୁ କେତେ ନ ଶୁଣେ ଶ୍ରବଣ,ଭାବନ୍ତି କ୍ଷଣକେ ଅବା ଛାଡ଼ିବ ଜୀବନ ।୭।ଶୋଣିତ ବଦଳି ଯାଇ ବହେ ଦେହୁଁ ଝାଳ,ଅସହ୍ୟପୀଡ଼ାରେ ବୋଧ ଘୋଟିଲା କି କାଳ,ଅରଣ୍ୟର ବ୍ୟାଘ୍ର ପରି ନେବ ଆଜି ପ୍ରାଣ ହରିନିଷ୍ଠୁରତପନତେଜେ ଏ ଗ୍ରୀଷ୍ମ କରାଳ,ଉତ୍ତପ୍ତବାୟୁସଙ୍କୁଳ କରି ଅସ୍ତ୍ରଜାଳ ।୮।ଲାପଲାଣ୍ଡ ଦେଶେ ତବ ବଡ଼ ଅନୁଗ୍ରହ,ଅର୍ଦ୍ଧବର୍ଷଯାଏ ତହିଁ ଏକଭାବେ ରହ,ଦିନକ ପ୍ରତାପ ତବ କରି ଦେହେ ଅନୁଭବଜାଣୁ ଯେ ସୁଖସମ୍ଭୋଗ କରୁଁ ତୁମ୍ଭ ସହ,କେମନ୍ତେ ବଞ୍ଚନ୍ତି ଲାପଲାଣ୍ଡଦେଶୀ କହ ।୯।ସେହି ଜନପଦ ସତ ତୁଷାରମଣ୍ଡିତ,ତୁମ୍ଭର କିରଣେ ହିମ ହୁଏ ବିଗଳିତ,ଘଟନ୍ତା ପ୍ରଳୟକାଣ୍ଡ ବୁଡ଼ନ୍ତା ସେ ଲାପଲାଣ୍ଡରହନ୍ତା କେବଳ ହିମରାଶି ସୁସଞ୍ଚିତ,ହୁଅନ୍ତେ କାଳକବଳେ ଲୋକେ କବଳିତ ।୧୦।ଏକା ଭାନୁ ବଡ଼ସୁଖ ସେ ଶୀତକାଳରେ,ତୁମ୍ଭର କିରଣସେବା କରେ ଆଦରରେ,କିରଣ ସତେଜେ ଛାଡ଼ି କୁହୁଡ଼ି ଆକାଶୁଁ କାଢ଼ିନିଅ ଉଦୟ ହୋଇଣ ପୂର୍ବସିଂହାସନେ,କି ଅପୂର୍ବ ସୁଖ ଜୀବେ ଲଭନ୍ତି ହେ ମନେ ।୧୧।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ