ସୁଲକ୍ଷଣା ଦେବୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ସୁଲକ୍ଷଣା ଦେବି ସୁଲକ୍ଷଣବତୀ ।ପବିତ୍ର ବୈକୁଣ୍ଠ−ଧାମୁଁ ଘେନ ମୋ ପ୍ରଣତି ।ଦରିଦ୍ର ପତିତ ହୀନ ଲାଞ୍ଛିତ ଉତ୍କଳେଜନ୍ମିଥିଲ ଭାଗ୍ୟବତି । କେଉଁ ପୁଣ୍ୟବଳେ ?ଥିଲ ଖତକୁଢ଼−ପଦ୍ମ ଶ୍ମଶାନ−ତୁଳସୀଥିଲ ତୁମେ ଅନ୍ଧକାରେ ପ୍ରତିପଦ−ଶଶୀ ।ଉତ୍କଳ−ଭାରତୀ−କଣ୍ଠେ ଉତ୍କଳୀୟ ବାଳାଲମ୍ବାଇଛ ମାତାଃ ! ଚାରୁ ‘ପାରିଜାତମାଳା’ ।ପ୍ରକୃତିର ପ୍ରିୟଶିଷ୍ୟା ଥିଲ ନିଷ୍ଠାବତି !ଉଡ଼ାଇଛ ନାରୀ−ପ୍ରତିଭାର ବୈଜୟନ୍ତୀକେଉଁ ଦେବକନ୍ୟା ଆସି ଜନ୍ମି ଏ ଉତ୍କଳେଦେଇଅଛ ମହାଶିକ୍ଷା ଗୀତିକାବ୍ୟ ଛଳେ ।ତୁମ୍ଭ ସରି ବୁଦ୍ଧିମତୀ ନାରୀ ଯେଉଁ ଦେଶେଜନ୍ମନ୍ତି, ଉନ୍ନତି ତାର ହେବ ଅବଶେଷେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ