ସ୍ଥୂଳ ଓ ସୂକ୍ଷ୍ମ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
ଉନ୍ମତ୍ତ ଯୋବନେ ଯୁବା ରୂପ ରୂପ ହୋଇ ମାତେସୂକ୍ଷ୍ମ ଗୁଣ ତାକୁ ନ ଦିଶଇ,ଦୁଇ ଦିନ ନ ଯାଉଣୁଁ ରୂପର ମୋହିନୀ−ବୀଣାତା ଶ୍ରବଣେ ଆଉ ନ ଶୁଭଇ !ଅପଘନ−ଶୋଭାରାଶି ଭୋଗ−ସ୍ରୋତେ ଯାଏ ଭାସିମଧୁର ସେ ନ ଭାବଇ ଆଉ,ଅଦୃଶ୍ୟ ଗୁମ ଗରିମା ପ୍ରଭାତର ତାରା ପରିପ୍ରାଣାକାଶେ ଦିଶେ ଦାଉ ଦାଉ ।ପାପେ ତୀବ୍ର ସୁଖ−ଆଶା ନ ମେଣ୍ଟଇ କାହାରି ରେଅଛି ଶ୍ରାନ୍ତି ନାହିଁ ତହିଁ ଶାନ୍ତି,ନିବୃତ୍ତ ମଧ୍ୟରେ ସୁଖ ଅଦୃଷ୍ଟ ଅସ୍ପଷ୍ଟ ଥାଏଶେଷେ ବିଭାସଇ ଦିବ୍ୟକାନ୍ତି ।ପୁଣ୍ୟେ ସୁଖ ଅସମ୍ଭବ ମଣି ଭ୍ରାନ୍ତ ନରନାରୀଯାନ୍ତି ପାପ−ମାଗ ଅନୁସରି,ଶେଷେ ଆଶା ଚୂର୍ଣ୍ଣ କରି ବୁଡ଼େ ଶାନ୍ତି−ସୁଖ−ତରୀନୁହେ ସୁଖୀ କେହି ପାପ କରି ।କି ଅଦ୍ଭୁତ ସୃଷ୍ଟି ଲୀଳା ଏତିକି ଦୁର୍ବଳ ଯାହାକେମନ୍ତେ ସେ ଶେଷେ କରେ ଜୟ,ଅସ୍ପଷ୍ଟ ମଧ୍ୟରେ ସ୍ପଷ୍ଟ ଦେଖା ଦିଏ ନିତିପ୍ରତିଆହେ ପ୍ରଭୁ ଆହେ ଦୟାମୟ !ଦେଖି ସେ ପୁଣ୍ୟ ମୂରତି ଆହେ କୁଳିଶ−କଠୋରମୁହିଁ ପୁଣ୍ୟ ମାର୍ଗ ଅନ୍ୱସରେଁ,ମୋହନ ରୂପରେ ହୁଡ଼ି ଦୁରିତ−ପଙ୍କେ ନ ବୁଡ଼ିରଖ ପ୍ରଭୁ ଦୁର୍ବଳ ପାମରେ !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ