ସ୍ମୃତିର ଛାୟା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୫
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ଆଶାବରୀଦିବା ନିଶି ପ୍ରାତଃ ସନ୍ଧ୍ୟା ସକଳ ସମୟେ-ସେହି ସ୍ମୃତି ଛାୟା ଅଛି ଚିତ୍ରିତ ହୃଦୟେ ଯେ ।ନିରେଖି ନିରେଖି ମୂର୍ତ୍ତି ମାନସନୟନେ,ପ୍ରବୋଧ ସାନ୍ତ୍ୱନା କେତେ ଲାଭ କରେ ମନେ ଯେକେତେ ଥର ଭାଳେ ମନେ ମରୀଚିକା ଆଶା,ବଢ଼ାଇବ ସିନା ବଳବତ୍ତର ପିପାସା ସେ ।ବିସ୍ମୃତିର ଆବରଣ ଢାଙ୍କିଲେ ଯତନେ,ଛିନ୍ନ ଭିନ୍ନ ହୋଇ ପ୍ରତିବିମ୍ବ ପଡ଼େ ମନେ ସେ ।ସ୍ଥିର ଜଳେ ଚନ୍ଦ୍ରବିମ୍ବ ଥାଏ ସମୁଜ୍ଜ୍ୱଳ,ଲହରୀ ଆଘାତେ ହୁଏ ଯଥା ସେ ଚଞ୍ଚଳ ଯେ ।ଭୁଲିବା ସକାଶେ ଯତ୍ନ ସାଧନ କେବଳ,ସର୍ବ ଚେଷ୍ଟା ସର୍ବ ଯତ୍ନ ହୋଇଛି ବିଫଳ ସେ ।ଛିନ୍ନ ଭିନ୍ନ ହୋଇ ଯାଇଅଛି ମୋ ହୃଦୟ,ତଥାପି ଦେଖୁଛି ସେହି ମୂର୍ତ୍ତି ଛାୟାମୟ ଯେ ।ଭସ୍ମମୁଷ୍ଟିରାଗ - ଚୋଖିହେ ପ୍ରଭୋ! ନ ବୁଝି ତତ୍ତ୍ୱ ହେଲିଣି ମୁଁ ବୁଦ୍ଧିହତକାହୁଁ ଆସି କାହିଁ ଯାନ୍ତି ଲୋକ ସମସ୍ତ,ଅଟେ ସେହି କେମନ୍ତ ସ୍ଥଳ,ଯାଇ ଯହିଁ ସମବେତ ପ୍ରାଣୀ ସକଳ ।୨ଯେ କାର୍ଯ୍ୟ ସାଧନ୍ତି ଜନ, କାହାର ବା ପ୍ରୟୋଜନ,ତଥାପି ନିରତ କାର୍ଯ୍ୟ ତତ୍ତ୍ୱ ନ ଜାଣି,ନ ଦେଖେଁ ଏପରି ଜଗତେ,କାର୍ଯ୍ୟ ବିନା ରହି ପାରେ ଲୋକ ନିଶ୍ଚିନ୍ତେ ।୩ଅଚେତନ ଗ୍ରହଗଣେ ନକ୍ଷତ୍ରପୁଞ୍ଜ ଗଗନେଉଦୟାସ୍ତ ହେଉଛନ୍ତି କାହା ଆଦେଶେ?ମାସ ବର୍ଷ ଦିବସ ନିଶିକାହୁଁ ଆସି କାହିଁ ଅବା ଯାଆନ୍ତି ମିଶି?୪ପ୍ରାଣିପ୍ରାଣ ସମୀରଣ ପ୍ରବାହିତ ଅନୁକ୍ଷଣ,ନ ଜାଣିଲି କାହା ଆଜ୍ଞା କରେ ପାଳନ,ନିୟମରେ ଆକାଶୁଁ ବୁଷ୍ଟିହୋଇ ପାଳନ କରଇ କାହାର ସୃଷ୍ଟି ।୫ଏହି ଯେ ମୋର ଶରୀର ଦିଶେ କେମନ୍ତ ରୁଚିର,କି କୌଶଳେ କେ କୌଶଳୀ କଲେକ ସ୍ଥିର,ଏହି ପଞ୍ଚଭୂତ ସମଷ୍ଟିପରିଣତ ହେବ ଭସ୍ମମାତ୍ରକ ମୁଷ୍ଟି ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି