କବିର ସମ୍ପତ୍ତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୨
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ପାହାଡ଼ିଆ କେଦାରଦେଖ ହେ କବି! ସ୍ୱଭାବ ଛବି, ନୀଳ ଗଗନେ, କମଳବନ,ପୂର୍ଣ୍ଣ ଚନ୍ଦ୍ରମା, ପୁଷ୍ପସୁଷମା, ମଧୁପପଂକ୍ତି ହେ ।କୁମୁଦସର, ଯୁଗ୍ମ ଚକୋର, ରାଜତ୍ୱ ସହ, ଯୁଦ୍ଧ ବିଗ୍ରହ,ବିଚ୍ଛେଦ ସନ୍ଧି, ମନ୍ତ୍ରଣା ଫନ୍ଦି, ତାରକା ଦ୍ୟୂତି ହେ ।ଜଗତର ମଣ୍ଡନ ରୂପଲାବଣ୍ୟ ହେ,ଘୋର ଅରଣ୍ୟ, ତପସ୍ୟାଶ୍ରମ, ବନ ହେ,ଯୁବା ଯୁବତୀ, ପକ୍ଷିଦମ୍ପତୀ, ପ୍ରଭାତ ସନ୍ଧ୍ୟା, ରଜନୀଗନ୍ଧା,ନବ ଯୌବନ, ପ୍ରେମମିଳନ, କ୍ଷତ୍ରିୟରଣ ହେ ।ନାନାଭିମାନ, ପ୍ରଣୟ ଗାନ, ସଖୀ ବିରହ, କଷ୍ଟ ଦୁଃସହ,ନୟନଜଳ, ହୃଦ ବିକଳ, ମଳୟ ପ୍ରେମାଭିସାର ହେ,କୋକିଳଧ୍ୱନି, ଚନ୍ଦ୍ରବଦନୀ, ମଳୟ ବାୟୁ, ସଙ୍ଗୀତ ଆଉ,ହୃଦ ଯାତନା, ପ୍ରେମ ବେଦନା, ସୁଖ ସଂସାର ହେ ।ନିଶି ନିଦ୍ରା ସ୍ୱପନ ସଖୀ ସଂବାଦ ହେ,ଯୁବଯୁବତୀ ଉକ୍ତି, ଶ୍ରୀହରି ଭକ୍ତି ହେ,କୁଞ୍ଜ କୁଟୀର, ଧ୍ୱନି ବଂଶୀର, ଋତୁ ବସନ୍ତ, ଗ୍ରୀଷମ ଅନ୍ତ,ଦିବସ ରାତ୍ର, ଏତିକି ମାତ୍ର ସମ୍ପତ୍ତି ହେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି