ସୀତା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ବିପୁଳ ଭାରତ ମଧ୍ୟେ କ୍ଷୁଦ୍ରା ଶ ବିଦେହେକ୍ଷୁଦ୍ରତର ରାଜପୁରେ କ୍ଷୁଦ୍ରତମ ଗେହେଜନ୍ମିଥିଲ ଦୂର-ଅତି ଦୂର ଅତୀତରେ,ପାରି ହେଲା ମହୀ କେତେ ଯୁଗଯୁଗାନ୍ତରେ ।ମିଶିଗଲା କେତେ କଥା ବିସ୍ମୃତ−ଉଦରେ,କେତେ ପୂର୍ବ କୀର୍ତ୍ତି ରାଜେ ଦିଗଦିଗନ୍ତରେ ।ସତୀ ସାଧ୍ୱୀ ରାଜରାଣୀ ନାରୀଶିରୋମଣିଜନମ ଦୁଃଖିନୀ ମାତଃ ପଥଭିକାରିଣୀ ।ଅପାର ଯନ୍ତ୍ରଣା ସହି ନୃପତି ଲଳନାଦେଶେ ଦେଶେ ଉଡ଼ାଇଛ କୀରତିର ବାନା ।ନାରୀତ୍ୱର ସତୀତ୍ୱର ଗରିଷ୍ଠ ଆଦର୍ଶସ୍ଥାପିଛ, କରିଛି ତାହା ଦେବଲୋକ ସ୍ପର୍ଶ ।ଯାବତ ସତୀତ୍ୱ ଭବେ ପାଉଥିବ ପୂଜାସର୍ବାଗ୍ରେ ନମସ୍ୟା ସାଧ୍ୱୀ ବିଦେହତନୁଜା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ