ଶୂନ୍ୟ ମନ୍ଦିର — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଦେବତା-ଚରଣ ପରଶି ରଜନୀ-ଦିବାତରଳ ଲହରେ କହଇ ଚିଲିକା କିବା,ସମୀରଣ ତାର ମର୍ମ୍ମର ପରଶନେସେବଇ ସେ ପଦ ନତଶିରେ ନିତି ଅବା ।ସହି ଶିଳା ଖରା, ଚନ୍ଦ୍ର ପୀୟୁଷଧାରାପାତିଛି ତା ବୁକେ ଦେବତା ଆସନ ପରା,ତିଳ ତିଳ ତାର ତନୁ କରି କ୍ଷୀଣତରସହିଛି ଜଗତ ଜନନୀ ସକଳ ଭାରା ।ସନ୍ଧ୍ୟା-ବଧୂର ପାଟଳ କପୋଳ ତଳେ,ଦିନପତି ଯେବେ କନକ ଭୂଷଣେ ଚଳେପ୍ରିୟା ତୁଲେ ତାର ମରାଳ ରଚଇ ବାସଦେଉଳ-କିରିଟୀ କାଳିଜାୟୀ ଗିରିପରେ ।ଲହରୀ-ତଳପେ ଚଳାଇ ନଉକା ଧୀରେଫେରିଯାଏ ଦୂର ବାଟୋଇ ସେ ଗିରି ତଳେ,କରଯୁଗ ତାର ଉଠଇ କପାଳେ ତହିଁ–‘ଦୟାମୟି ! ମୋତେ ଲଗାଅ ନେଇ ସେ ତୀରେ ।’କେତେ ଦିନ କେତେ ବରଷ ଗଲାଟି ବିତି,କେତେ ରବି, ଶଶୀ, ତାରା ହସିଗଲେ ନିତି,ବହିଲା ସମୀର, ଖେଳିଲା ଲହରୀ କୂଳେପାରିହେଲେ କେତେ ପାନ୍ଥ ସେ ଗିରି କତି ।ଲାଗିଲା ନଉକା ଦିନେ ସେ ଶିଖରୀ ପାଶେ,ପତିତପାବନୀ-ଚରଣ ପୂଜିବା ଆଶେଚପଳ ଚରଣେ ଅମର ବାଳକ ସତେପରଶିଲେ ଭୂଇଁ ଛବିଳ ମରତ-ଦେଶେ !ନିଶି ସୁଗଭୀର, ନାଚିଲେ ଊର୍ମିମାଳ,ଗାଇଲା ଚିଲିକା–କଳ କଳ, କଳ କଳ,ନୀଳ ଅମ୍ବରେ ଗଲା ତାରା-ସଭା ବସିବନ୍ଦନା ଗୀତ ଗାଇଲେ ବାଳକଦଳ ।ଏ କାଳେ ଉଠିଲା କାହାର ମର୍ମକଥା,ଏକାଠି କି ହେଲା ଖିଳ-ସଂସାର ବ୍ୟଥା ।ପାଷାଣ-ଗରଭେ ଜାଗିଲା ପରାଣ ସତେ !ମିଳିଲେ ଛାଗଳ-ଶିଶୁଏ ନୁଆଇଁ ମଥା ।ମୂକ ନର ଶିଶୁ, କହିଲେ ସେ ଖାଲି ବାଣୀ,ଦେଲା ପ୍ରତିତାଳ ଉଛୁଳି ଚିଲିକାପାଣି–‘କେଉଁ ଦେବତାର ଘୋର ଅଭିଶାପ ଫଳେନିର୍ବାସିତ ଆମେ, ନ ପାରୁ ତିଳେକ ଜାଣି ।’‘ପଧାନ ଘରର ପୁଅ ପାଳି-ଜରେ ପଡ଼ିସରିଯିବ ବୋଲି ପଡ଼ିଲା ଯେକାଳେ ରଡ଼ିମତେ ମାରି ତାର ମୁକ୍ତି ବିହିବା ଆଶେଛାଡ଼ିଗଲେ ଏଥି’–କହିଲା କେ ଲୁହ ଢାଳି ।ଆନ କେ କହିଲା–‘ଶୁଣ ହେ ମର୍ତ୍ତ୍ୟ-ବାସୀ !ସରବରାକାର ପୁଅ ଯାଇଥଇଲେ ରୁଷି,ଫେରିବା ପାଇଁ ସେ ବିଦେଶୁ କୁଶଳେ ଘରେଦେଇଛନ୍ତି ମତେ ଏ ଯମ-ନିଳୟେ ପେଡ଼ି ।’କହିଲା କେ ଆଉ–‘ଶିର ମୋ ପଡ଼ିଚି ଢଳି,ବାର ବରଷର ଅଟେ ମୁଁ ଯେ ମଲା ଛେଳି,ପରିଡ଼ା କୁମର ପାଠେ ଜୟଲାଭ ଆଶେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଯାଇଥିଲେ ମୋତେ ଏ ମରୁଭୂଇଁରେ ଛାଡ଼ି ।’
ଉଠିଲା କାହାର ବିକଳ କଣ୍ଠଧ୍ୱନି–
‘ନିଷ୍ଠୁର ନରେ ଦେବତା କହନ୍ତି ପୁଣି !
ପୁଅ ବାହାଘର ମଙ୍ଗଳ କାମନାରେ,
କି ଲାଗି ଛାଡ଼ିଲେ ମୋତେ ଏଥି, ନାହିଁ ହାଣି ।’
ବୁକୁଫଟା କଥା କହିଲା କିଏ ସେ ଥାଇ–
‘ନରଶିଶୁ ତୁମେ ଅଟ କି ହେ ନରଦେହୀ ?
ତୁମରି ଜୀବନ-ପାତକ ଚିହ୍ନ ସତେ,
ଏପଶୁ ଲୋଚନ ଲୁହ କି ପାରଇ ଧୋଇ ?
ଉଠି କେ ନ ପାରି ଅନାଇଁ ପାଷଣେ କହେ–
‘ଏଡ଼େ ଟାଣ ମନ ବିଷୋୟୀ ବୁଢ଼ା କି ବହେ !
ତା ବିଲରୁ ନିତି ଧାନ ଗଲା ବୋଲି ଚୋରି,
କି ଲାଗି ଦରିଆ ପାରିକରି ମୋତେ ଦହେ !’
ଆଉ କେ କହିଲା କୁରୁ-ଗମ୍ଭୀର ତାନେ–
‘କିଣିବା ଆଶାରେ ବରଷକୁ ବିଲି ମାଣେ
ରଥ ବଡ଼ ପୁଅ ଦେଇଛି ଏ ଠାବେ ପେଷି,
ଲୋଭୀ ନିର୍ମ୍ମମ ରଥ କି ଧରମ ଜାଣେ ?’
ପଛେ ଥାଇ କିଏ କହଇ ଦୁଃଖ ତାର–
‘ମର୍ତ୍ତ୍ୟେ କି ସତେ ଏଡ଼ିକି ଆପଣା-ପର ?
ଅଶୀ ବରଷରେ କୁମର ପାଇବା ପାଇଁ
ଦାସ ବୁଢ଼ା ଏଥି କଲା ମୋତେ କଲବଲ ।’
ଶେଷେ ବଖାଣିଲା ବୃଦ୍ଧ ବିକଳ ଛେଳି,
ଥରେ ଥରେ ତାର ନୟନୁ ଲୋତକ ଢାଳି–
‘ଦେବତା ଗଲେଣି, ମନ୍ଦିର ନାହିଁ କେହି
କେତେ କାଳ ମହୀ ରହିବ ଏ ଭାରା ଧରି ?
ପୂଜିବ ଦେବତା, ଆସିଚ ମାନବ ଶିଶୁ !
ତୁମ ବୁକୁପରେ ଆମ ଲୁହଗାର ଦିଶୁ,
ବିଶ୍ୱେ ପ୍ରଚାର କର ହେ ଏ କଥା ଯାଇ–
ମାନବ କରିଚି ବନ୍ଦି ଏ ମୂକ ପଶୁ !
ସେବଇ ଦେବତା ଯେ କରେ ମାନବ ଭବେ,
ସେ କରେ ଲାଗିଚି ଆମରି ରକ୍ତ ଏବେ,
କହିବ ଏ କଥା ହେ ଶିଶୁ ଯାତ୍ରିଦଳ–
ଅମର ଭୋଗ୍ୟ ସେ କର ଜିନିଷ କେବେ ?’
ବାଜି ଏ କାତର କରୁଣ କାହାଣୀ କାନେ,
ମରତର ଶିଶୁ-ପରାଣ ଦହିଲା କ୍ଷଣେ,
ନିହି ବୁକୁପରେ ପଶୁ ଲୁହଧାର ଛାପ,
ଜୀବନେ ସେ ଅବା ଦେଖିଲେ ସ୍ୱପ୍ନ କ୍ଷଣେ ?
ଶୋଇଲେ ଉପଳେ ଢଳି ଗୋଟି ଗୋଟି କଳି,
ଗାଇଲା ଚିଲିକା କି ଗୀତ ଲହରୀ ତୋଳି
ସପନେ ସକଳେ କହିଲେ ଉଚ୍ଚେ ଡାକି–
‘କାହିଁ ମା’ ରହିଚ ଜଗଜ୍ଜନନୀ ବୋଲି ।
ନିଷ୍ଠୁର ନର ରଚେ ନିର୍ମମ ଖେଳ,
ନିକଟ କି ନାହିଁ ହୋଇଚି ପ୍ରଳୟ ବେଳ,
ଦେଉଳ କିରୀଟ ପଡ଼େ ନାହିଁ କିମ୍ପା ଖସି
ଦୁଷ୍ଟ ନିବାରି ସନ୍ଥ କି ନାହିଁ ପାଳ ?’
ପାଷାଣ ଦେବତା କହିଲେ ସେକାଳେ କଥା,
ରହିଥିଲା ଘୋଟି ଧରା ନଭେ ନୀରବତା–
‘ଏ ଦୂର ରାଜ୍ୟେ ଖୋଜୁଚ ଦେବତା ମିଛେ,
ଜଳେ ଖାଲି ଏଥି ନିଷ୍ପେଷିତର ଚିତା ।
ଉଠେ ଖାଲି ଏଥି କ୍ରନ୍ଦନ କୋଳାହଳ
ଦିବା ବିଭାବରୀ ଝରଇ ଲୋଚନୁ ଜଳ,
ମୋ ନାମେ ମାନବ ରଚି କଂସେଇଖାନା
କରିଚି ଜୀବନ ଚିର-କଳୁଷିତ ତାର ।
ମୋର ନାମେ ମୋର ସନ୍ତାନେ ଦେଇ ବଳି
ପଧାନ ଘରର ପୁଅ ସେ ଯାଇଚି ମରି
ସରବରାକାର ପୁଅ ଫେରିନାହିଁ ଘରେ,
ପଶୁ ନିଃଶ୍ୱାସେ ଉଆସ ହୋଇଛି ଧୂଳି ।
ପରିଡ଼ା କୁମର ହୋଇଚି ମୂର୍ଖତର
ବାହିନୀପତିକି ନ ମିଳେ ଅନ୍ନ ଜଳ,
ପୁଅ ବାହା ପରେ ହୋଇଚି ବିଧବା ବୋହୂ
କେତେ ଯେ ବିଷୋୟୀ ଅନାହାରେ କଲବଲ ।
ଶିଳା ପାଲଟିଛି ସେଦିନୁ କୁଞ୍ଜବନ,
ଶୂନ୍ୟ ସେଦିନୁ ମନ୍ଦିର ଅଙ୍ଗନ,
ଶୂନ୍ୟେ ଦେଖଇ ନିତି ମୁଁ ଅଶ୍ରୁ ଢାଳି,
ବନ୍ଦି ମୋ ଘରେ ମୋହରି ପରାଣଧନ !
ମୋ ଧନ ଲୋତକେ ମୋ ଘର ଉଠଇ ଭାସି
ନିଷ୍ଠୁର ଜନ ଦେଖେ ତାହା ହସି ହସି,
ମୁକ୍ତିରେ ତାର ଆପେ ବନ୍ଧନ ପାତି
ମୁକ୍ତି-ସପନ ଦେଖେ ଅଣବିଶ୍ୱାସୀ ।’
ପାହିଲା ରଜନୀ, ଦେଖିଲେ ଯାତ୍ରିଦଳ
ପାଷାଣ ଦେଉଳେ ପାଷାଣ କରିଛି ଘର
ସେ ପାଷାଣ ଆଗେ କରେ ପଶୁ ହାହାକାର
ଦେବତା ନାହିଁରେ, ନାହିଁରେ ଦେବତା ମୋର ।’
(ଚିଲିକା ଭିତରେ ଥିବା କାଳିଜାୟୀ ପାହାଡ଼ରେ କାଳିଜାୟୀ ଠାକୁରାଣୀଙ୍କ ମନ୍ଦିର ଅଛି-। କୌଣସି ମାନସିକ କରି ଲୋକେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ସେଠାରେ ବୋଦା (ଅଣ୍ଡିରା ଛେଳି), କୁକୁଡ଼ା ଛାଡ଼ିଆସନ୍ତି । ସେମାନେ ସେଠାରେ ବନ୍ଦି ରହିଲାପରି ରହି ଖାଇବା ପିଇବା ବିନା ଛଟପଟ ହୋଇ ମରିଯାନ୍ତି । ଥରେ ବାଣପୁର ହାଇସ୍କୁଲର ଛାତ୍ରମାନେ କାଳିଜାୟୀ ଦେଖିବାକୁ ଯାଇ ରାତିରେ ସେଠାରେ ରହିଥିଲେ । ସେତିକିବେଳେ ଲେଖକ ମଧ୍ୟ ସେଠାକୁ ଯାଇଥିଲେ । )
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ