ଶ୍ରାଦ୍ଧ ମୋର-ଜୀବନ ଦାନ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୬
- ସ୍ଥିତି
- ସାର୍ବଜନୀନ (Public domain)
ନବ ଓଡ଼ିଶାର ଯାତ୍ରାପଥେ ଯାତ୍ରୀ ଚାଲେ ରିକ୍ତ କରେଝଞ୍ଜା ଉଠେ, କୁଳିଶ ଫୁଟେ ତରୁଣ ମନ-ମଣ୍ଡପରେଜୀବନ ପଥେ, ରକ୍ତ ରଥେକେତନ ଉଡ଼େ ଝଞ୍ଜା ବାତେ,ଅଟ୍ଟହାସେ ଗଗନ ଫାଟେ, ଦୁର୍ଦ୍ଦିନେ ଏ ବକ୍ଷ ଥରେବହ୍ନି ଜଳେ ! ବହ୍ନି ଜଳେ !! ବହ୍ନି ଜଳେ !!! ଚରଣ ତଳେ ।ଯାତ୍ରୀ, ଆ’ରେ, ନୟନ ଜଳେ ଆଜି ଏ କା’ର ଶ୍ରାଦ୍ଧ ଦିନ ?ପାଷଣ ତଳେ ରକ୍ତ ଢାଳେ ଉଛୁଳିଉଠେ; ବଦ୍ଧ-ମନ,ଆଜି ଏ ହୃଦ-ସିଂହାସନେକା’ ଅଭିଷେକ ମୃତ୍ୟୁ-ଗାନେସୌମ୍ୟ ଚିର-ଶାନ୍ତ କା’ର ଗଉର ତନୁ ଉଠଇ ଝଳିତରୁଣ ଚାଲେ ମରଣ ପଥେ, ତରୁଣୀ ଦିଏ କି ହୁଳହୁଳି !ସମ୍ୱର ଏ ସମର ଗୀତି, ସୈନିକ ହେ ନ ଯାଅ ଚାଲି,ଏଇ ଯେ ଦୂରେ ସ୍ୱର୍ଗପୁରେ ଶୁଭଇ କା’ର ବିଜୟ-ତାଳିଚରଣ ତଳେ ଏଇ ଯେ ଧୂଳି,ଅଙ୍ଗେ ଦିନେ ହୋଇ କେ ବୋଳି,ଏଇ ଧରଣୀ ସରଣୀ ପାଶେ ବରଣ କଲା ଭିକ୍ଷା-ଥାଳ,ମନେ କି ପଡ଼େ ଆଜି ସେ କଥା, ହୃଦୟ ବ୍ୟଥା ଗଭୀର ତା’ର ।ବଉଳ ବନେ ସାକ୍ଷୀ ନାଥ ସାକ୍ଷୀ ଦେବ ଭୁବନେ ଆଜି-ତମାଳ-ତାଳ-ଶ୍ୟାମଳ କୋଳେ ମନ୍ଦିର ସେ ପଡ଼ିଲା ଭାଜି,ରକ୍ତ ତାର ପଡ଼ିଛି ଝରିଶ୍ରାବଣ ଘନ ବର୍ଷା ସରିତରୁଣ ମନ କୁଞ୍ଜବନେ, ଯେ ରଣ ରୋଳେ ବିଶ୍ୱ ଥରେତହିଁ ସେ ଗଲା ରିକ୍ତ କରେ, ବଜ୍ର ଶିରେ ଏହି ପଥରେ ।ଲୁପ୍ତ ଶିର ବାରବାଟୀର କ୍ଷିପ୍ତ ଶିଳା ତଳପେ ବସିଚନ୍ଦନ ସେ କରିଲା ତାର ପଙ୍କ ଯେତେ ଅଙ୍ଗେ ଘଷିସେ ଶମଶାନେ ଅଶ୍ରୁ ଢାଳିକେତେ ଯେ ହାଡ଼ ଧଇଲା ତୋଳିକହିଲା, ଦେବି ଜୀବନ, ପବି ଗଢ଼ିବି ବସି ଗୋଟିକି ଗୋଟିତରୁଣ ପୁରେ ସାଜିବି ମୁଁ ରେ, ନଚାଇ ଦେବି ଏ ଭୂଇଁ ମାଟି ।ନଚାଇଦେଲା ଭସାଇନେଲା ସତେରେ ଭାଇ ସେ ସେନାପତିସାଗର ଗିରି, କାନନ, ବିଲ ଗାଇଲେ ତାର ବିଜୟ ଗୀତିଦାଣ୍ଡେ ବୁଲି ଦୁଃଖୀ ପ୍ରାଣଭଜିଲା ତାର ମଧୁର ନାମଥରାଇ ଦେଲା ସିଂହାସନ ଧରାଇ ବୀର କରେ କୁଳିଶ,ସଂଚରିଲା ତରୁଣ-ବନେ ବିଦ୍ରୋହର ଅଗ୍ନି-ବିଷ ।ଯାତ୍ରୀ ! ଆଜି ଦେଖ ତ ଦେଖି ରକ୍ତ-ପୋଥି ଫିଟାଇ ବୁକେଶ୍ରବଣ ତବ ବାଙ୍କେ ଢାଳି ଶୁଣ ବା ଗୀତି ସମୀରଧମନୀ ତବ ଦେଖ ହେ ଚିପିଥରଇ ତହିଁ କା ମୂକ-ଲିପିସେହି ସେ ଭାଇ ବୃନ୍ଦାବନେ କୃଷ୍ଣବେଶେ ବଜାଇଗଲା,ମରଣ ପଥେ ବରଣ-ବେଣୁ-ନଚାଇ ଦେଲା, ଭସାଇ ନେଲା ।ଯାତ୍ରୀ ! ଆଜି ବଂଶୀ ଡାକେ, ବୃନ୍ଦାବନେ ଚାଲରେ ଯିବା,ରକ୍ତ ମୁଖେ ମଶାଣି ଧୂଳି ଚୁମ୍ୱି ତାର ରଜନୀ ଦିବା,ଦୀକ୍ଷା ତହିଁ ଘେନିବା ବସି,ଚକିତ ହେବେ ବିଶ୍ୱବାସୀଶ୍ରାଦ୍ଧେ ତାର ଶ୍ରଦ୍ଧା ନାହିଁ, ରୁଦ୍ଧ ବୁକେ ମାରିବା ବାଣ,ବଂଶୀ ତାର କହୁଚି, ଶୁଣ-“ଶ୍ରାଦ୍ଧ ମୋର-ଜୀବନ ଦାନ ।”
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ