ଶୋକ-ଶ୍ଳୋକ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୨୧
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଉଚ୍ଛ୍ୱାସ
(ରସକୁଲ୍ୟା ବୃତ୍ତ)ଭଞ୍ଜଭୂମିପତି ଶ୍ରୀରାମଚନ୍ଦ୍ରକୋଟି ହୃଦାକାଶ-ପୂର୍ଣ୍ଣିମାଚନ୍ଦ୍ର;କୋଟି ହୃଦୟର ଆଶା-ଆସ୍ପଦ,ଜୀବଜଗତର ଯଥା ଜଳଦ,କାହିଁ ଗଲେ ମହାବାହୁ ?ଅକାଳେ ଅକାଣ୍ଡେ ଦୈବଦୁର୍ବିପାକେବିଧୁକୁ ଗ୍ରାସିଲା ରାହୁ ।୧।ପୌର୍ଣ୍ଣମାସୀ ଆହା ଅମାନିଶାରେପରିଣତ କାଳ-ଛାୟା-ପ୍ରସାରେ;ଘୋଟିଯାଇଅଛି ଘୋର ଅନ୍ଧାର,କାହିଁ ଗଲା ଜ୍ୟୋସ୍ନା-ମୟ ସଂସାର ?ଏ କି ଘୋର ବିଡ଼ମ୍ବନା !କି ଦାରୁଣ ଦାଉ ସାଧିଲୁ ରେ କାଳକି ଦୁରନ୍ତ ତୋ କଳ୍ପନା ।୨।କାହିଁକି ରେ କାଳ ହେଲୁ ତୁ ବାମ ?ହରିଲୁ ସେ ଦେବ-ମୂର୍ତ୍ତିଲଲାମ,ରାଜଶ୍ରୀମଣ୍ଡିତ ସୌମ୍ୟ ବଦନ,ସେ ଲଲାଟ ଜ୍ଞାନ-ଜ୍ୟୋତିସଦନ;ରଞ୍ଜିତ କି ଦିବ୍ୟାଞ୍ଜନେସେ ଯୁଗଳ ନେତ୍ର ଶ୍ରଦ୍ଧାର ଶ୍ରୀକ୍ଷେତ୍ରଶ୍ରେୟର ନୈମିଷ-ବନେ ।୩ ।କେମନ୍ତେ ହରିଲୁ ସେହି ପ୍ରତିଭାପ୍ରସନ୍ନ ନିର୍ମଳ ସ୍ୱର୍ଗଙ୍ଗା-ନିଭାବିଜ୍ଞାନ-ଦର୍ଶନ-କଳା-ସକଳେନବଯୁଗୋଚିତ କର୍ମକୌଶଳେଅବାରିତ ଯା’ର ଗତି,ଉଇଁ ଆସିଥିଲା ଉତ୍କଳ-ଉଦୟଗିରିଶିରେ ଯାର ଜ୍ୟୋତି ।୪।କାହିଁ ଗଲା ସେହି ଦେବଚରିତ୍ର,ବ୍ରହ୍ମପାଦ-ପଦ-ଲାଭେ ପବିତ୍ର,ବିନୟ-ସୌଜନ୍ୟ-ଶ୍ରଦ୍ଧା-ମଣ୍ଡିତ,ଭକ୍ତି-ପ୍ରୀତି-କ୍ଷମା-ଗୁଣେ ଖଚିତ,ସଂଯମର ଆଦରଶ,ତୁଷାର ଶିଖରୀ ପରାଏ ଉଦାରମୂର୍ତ୍ତିମନ୍ତ ଶାନ୍ତରସ ।୫।କେଣେ ଘେନିଗଲୁ ନବଯୁଗରନୃପତି ସତ୍ତମ ପ୍ରଜାକୋୟର ?ରାଜ୍ୟର କଲ୍ୟାଣେ ନିତ୍ୟ ନିରତ,ପ୍ରଜାହିତ ଯାର ନିୟତ ବ୍ରତ,ରାଜ-ୠଷି ରାଜ୍ୟାଶ୍ରମେ;ରାମରାଜ୍ୟ ବୋଲି ପ୍ରଶସ୍ତି ଲଭିଲାଯାର ରାଜ୍ୟ ସୁନିୟମେ ।୬।କାହିଁକି ବା କାଳ ନିନ୍ଦଇ ତୋତେଭାସିଯାଇ ଶୋକ-ନୈରାଶ୍ୟ-ସ୍ରୋତେ;ନ ଶୁଣି ତୋହର ସୁନୃତ ଗିରମୋହ-ଭ୍ରାନ୍ତିନାଶୀ ମହାଗମ୍ଭୀର‘‘ଅଲଙ୍ଘ୍ୟ ବିଧିର ବିଧି,ସେ ମହାଶାସନ ବ୍ରହ୍ମାଣ୍ଡ-ବନ୍ଦିତମୁଁ ତା’ର ଛାର ପ୍ରଣିଧି ।୭।ମାରାତ୍ମକ ନୁହେ ମୃତ୍ୟୁବିଧାନ,ମୃତ୍ୟୁ ଅମୃତର ଅଟେ ସୋପନ,ଜୀବନମୃତ୍ୟୁର ଲୀଳା-ରହସ୍ୟମୃତ୍ୟୁ-ମୃତ୍ତିକାରେ ଜୀବନଶସ୍ୟବଢ଼ଇ ବିଚିତ୍ରଭାବେଲୋକଲୋକାନ୍ତରେ କାଳକାଳାନ୍ତରେଆବିର୍ଭାବେ ତିରୋଭାବ ।୮।ଯଥାକାଳେ ପୁଣି ଯଥାବିଧାନେବିଧିର ମଙ୍ଗଳ-ପୂତ ଆହ୍ୱାନେଭବବାସୁଁ ଭଞ୍ଜଦେବ ଶ୍ରୀରାମଯାଇଛନ୍ତି ଚାଲି ଅମରଧାମ ।’’ଭାଷି ଏ ଅମୃତ ବାଣୀଡାକ ଆସୁଅଛି କେନ୍ଦ୍ର-ନିକେତନୁ*ପାରିଅଛି ଏବେ ଜାଣି ।୯।ଯାଙ୍କ ଲାଗି ଶୋକ କରୁ ରେ ନରନୈରାଶ୍ୟ-ଗରଳେ ହୋଇ ଜର୍ଜର,ଚିନ୍ତି ତାହାଙ୍କର ମେଲାଣି ବାଣୀଗୂଢ଼ ଅର୍ଥ ତାର ଅନ୍ତରେ ଜାଣି,ଗୁଣି ତାଙ୍କ ଗୁଣ-ରାଶି,ଦେଖ ରେ ଅମୃତ- ଜୀବନେ ଜୀବିତଶ୍ରୀରାମ ବୈକୁଣ୍ଠବାସୀ ।୧୦।ଦେବଦେବ-ମହାଦେବ-ପ୍ରଣିଧି !ମହାକାଳ ମହା-ରହସ୍ୟ-ନିଧି,ସୁଧାମୟ ଦିବ୍ୟ ଉଦନ୍ତ ତବନୁହଇ କଦାପି କୂଟ କୈତବ;କଲ ଯେ ଅଭୟ ଦାନ,ନୈରାଶ୍ୟ-ଜଡ଼ ଏ ମୋହାନ୍ଧ ପରାଣେବିତରୁ ସେ ଦିବ୍ୟଜ୍ଞାନ ।୧୧।ଦୀନ କବିଜନେ ହେ ଦେବଦୂତ !ଦିଅ ଦିବ୍ୟଦୃଷ୍ଟି ବିଶ୍ୱାସପୂତ ।ବାସନା-ବାଡ଼ବ-ଦଗ୍ଧ ସଂସାରପାରାବାରାପାରେ ପରା-ବିଦ୍ୟାରଜ୍ୟୋତିର୍ମୟ ନିକେତନେ,ଘେନିଯାଅ ଆଜି ଦେଖାଅ ହେ ମୋତେସେହି ପୁରୁଷରତନେ ।୧୨।
[* ମହାରାଜ ଶ୍ରୀରାମଚନ୍ଦ୍ର ମୃତ୍ୟୁର କିୟତ୍କ୍ଷଣ ପୂର୍ବେ ତାଙ୍କ ପତ୍ନୀଙ୍କୁ କହିଥିଲେ, “Central Telegraph Station ରୁ ମୋ ନିକଟରୁ ଡାକ ଆସୁଅଛି । ତୁମେ କଣ ଶୁଣିପାରୁନାହଁ ?’’]
ଦ୍ୱିତୀୟ ଉଚ୍ଛ୍ୱାସ
ଜୈତ୍ରଯାତ୍ରା-ଅନ୍ତେ ବିଜୟୀ ଶୂରବାହୁଡ଼ନ୍ତି ଯଥା ହର୍ଷେ ସ୍ୱପୁର,ଦେଖଇ ମୁଁ ଏବେ ତଥା ନୃମଣି !ମର୍ତ୍ତ୍ୟକାର୍ଯ୍ୟ ସାରି ତେଜି ଧରଣୀକଲ ଯାତ୍ରା ସ୍ୱର୍ଗଧାମେ;ବାହୁଡ଼ା-ବିଜୟ ଅଟେ ଏ ତୁମ୍ଭରକୁହା ସିନା ମୃତ୍ୟୁ ନାମେ ।୧।ଅମର-ସେବିତ ଅମରାବତୀତବଯୋଗ୍ୟ ପୁର ଅମରବ୍ରତୀ,ନନ୍ଦନନଗରଆନନ୍ଦମୟ,ନାହିଁ ଯହିଁ ମୃତ୍ୟୁ-ସନ୍ତାପ ଭୟ,ଶାନ୍ତି-ନିକେତନ ସେହି,ଯା ଲାଗି ଜଗତେ ଅନ୍ତରେ ଅନ୍ତରେପିପାସିତ ସଦା ଦେହୀ ।୨।ସେ କେନ୍ଦ୍ର-ଆଳୟ-ଆହ୍ୱାନ ଶୁଣିପ୍ରବେଶନ୍ତେ ତଥି ହେ ଦିବ୍ୟ ଗୁଣୀଦେଖିନାହିଁ ଯାହା ମର ନୟନ,ଦେଖୁଛ ସେ ଜ୍ୟୋତିର୍ମୟ ଭୁବନ,ଆଲୋକର ମନ୍ଦାକିନୀ,ଜ୍ଞାନ-ପ୍ରେମ-ପୁଣ୍ୟ ତରଙ୍ଗେ ଯାହାରବାଜେ ବୀଣା ବାଗ୍ବାଦିନୀ ।୩।ଦେଖୁଛ ଅଦୂରେ ସେ ନଦୀତଟେନନ୍ଦନକାନନ-ଶୋଭା-ପ୍ରକଟେ,କୋଟି କୋଟି ଜ୍ୟୋତିର୍ମୟ ସନ୍ତାନପାରିଜାତରୂପେ ପ୍ରକାଶମାନ,ଅନନ୍ତ ବସନ୍ତ-ରସେଚିନ୍ମୟ ଅମୃତ ଜୀବନ-ଉତ୍ସବଲୀଳାରେ ରତ ରଭସେ ।୪।ହେ ରାଜର୍ଷି ! ତବ ଶୁଭାଗମନମହୋତ୍ସବ ଆଜି ଦେବ-ଭବନେ;ଆହା କି ଅମୃତ ବୀଣା-ଝଙ୍କାର,ହରଇ ସକଳ ଦୁଃଖବିକାର;କି ସଙ୍ଗୀତ ସୁଧା-ଧାରା,ହେଉଛି ବର୍ଷିତ ବିମଳ ବୈକୁଣ୍ଠ-ଅମର ଶ୍ରୀକଣ୍ଠଦ୍ୱାରା ।୫।ଗାଉଛନ୍ତି ଦେବେ ସ୍ୱାଗତ-ଗିର,‘‘ଆସ ଆସ ପୁଣ୍ୟ-ଶ୍ଳୋକ ସୁଧୀର !ମାନବକୁଳରେ ମାଣିକ୍ୟ-ମଣି !ଧନ୍ୟ ଆପଣାକୁ ମଣେ ଧରଣୀତୁମ୍ଭଙ୍କୁ ଉତ୍ସଙ୍ଗେ ଧରି,ଧନ୍ୟ ହୋଇଅଛି ଜୀବନ ତୁମ୍ଭରଶ୍ରେୟପଥ ଅନୁସରି ।୬।ଶାନ୍ତଚିତ୍ତେ ଧ୍ୟାୟି ବିଶ୍ୱବିଧାନଦେଖିଅଛ ମୂଳେ ନିତ୍ୟ କଲ୍ୟାଣଅନାଦି ଆନନ୍ଦ-ପ୍ରେମ-ନିଧାନଦେଖିଛ ଅନନ୍ତ ଶାଶ୍ୱତ ଜ୍ଞାନ;ଦେଖିଅଛି ହେ ଆବରମାନବାତ୍ମା ଅଟେ ଅମୃତର ସୁତ,ଅବତାର ଆନନଦର ।୭।ସେହି ଧ୍ରୁବସତ୍ୟ ହୃଦୟେ ହେଜି,ଅସାର ସଂସାର-ବିଳାସ ତେଜି,ପରାତ୍ପରପଦେ ନିବେଶି ମନ,ତାଙ୍କ ମହୀୟସୀ ଇଚ୍ଛା-ସାଧନକରିଅଛ ପ୍ରାଣପଣେ,ଆସ ତେବେ ଭୁଞ୍ଜ ସୁକୃତର ଫଳଅମୃତର ନିକେତନେ ।୮।ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ ଉନ୍ନତତରହେଉ ଗତି ତବ ହେ ଦ୍ୱିଜବର !*ପରାତ୍ପର ଦେବ-ଦେବାରାଧନା,ଜ୍ଞାନ-ପ୍ରେମ କର୍ମ-ଯୋଗ-ସାଧନା,ବିଧିଦ୍ୱୟ-ସମନ୍ୱୟେଅଗ୍ରସର ହୁଅ ଲଭି ନିତି ନିତିବିଧାତାର ବରାଭୟେ ।୯।ସ୍ୱର୍ଗର ଅସଂଖ୍ୟ ଦେବନଗରେନିମ୍ନେ ଉର୍ଦ୍ଧ୍ୱେ ଦଶ-ଦିଗେ ଅମରେତୁମ୍ଭ ଆଗମନେ ଆନନ୍ଦଭରେସାଧୁ ସାଧୁ ବାଣୀ ଉଦାତ୍ତସ୍ୱରେକରୁଛନ୍ତି ଉଚ୍ଚାରଣ,ବିଧାତାର ଆଶୀ- ର୍ବଚନ ସେ ବାଣୀକର କର ହେ ଗ୍ରହଣ ।୧୦।ଦେଖ ଦେଖ ଦେଖ ଏ ଦେବଲୋକେଦିବ୍ୟ ଚୈତନ୍ୟର ସ୍ୱଚ୍ଛ ଆଲୋକେ,କୋଟି କୋଟି ନର-ନାରୀ ନିକରଦେବଦେବୀରୂପେ ଏବେ ଭାସ୍ୱର,ୠଷି କବି ସାଧୁ ବୀରସତୀ ସାଧ୍ୱୀ ସର୍ବେ ଏକତାନେ ବ୍ରହ୍ମ-ଶ୍ରୀପଦେ ପ୍ରଣତଶିର ।୧୧।ଦିବ୍ୟ ବାଗୀଶ୍ୱରୀ-ନାଦବୃତ୍ତିରେପ୍ରତିନିନାଦିତ ବିଶ୍ୱ-ମନ୍ଦିରେ,ସ୍ୱର୍ଗର ମହିମ୍ନଃ ସ୍ତବ ଗମ୍ଭୀରେଗାଉଛନ୍ତି ଦେବେ ଦିବ୍ୟ ବିଧିରେଜୟ ଦେବ-ଦେବ-ଗାନ ।‘‘ସେ ପରମ ବେଦ ଦେବ-ସୂକ୍ତ ଗାଇଦେବଦଳେ ଲଭ ସ୍ଥାନ ।’’ ।୧୨।[* ପାର୍ଥିବ ଜୀବନାନ୍ତେ ସ୍ୱର୍ଗୀୟ ଜୀବନରେ ନବଜାତ ଏହି ଅର୍ଥରେ ’ଦ୍ୱିଜ’ ଶବ୍ଦ ଏଠାରେ ପ୍ରଯୁକ୍ତ ହୋଇଅଛି ।]
ତୃତୀୟ ଉଚ୍ଛ୍ୱାସ
ସଂଶୟ-ନୈରାଶ୍ୟ-କଳୁଷହରଏହି ଦେବ-ଦୃଶ୍ୟ ଶାନ୍ତ ସୁନ୍ଦରବିଶ୍ୱାସ ନୟନେ କରି ଦର୍ଶନଆଶ୍ୱାସ ଲଭିଲା ଏ ଦୀନଜନ,ବିଳାପର ହାହାକାରପରିବରତିତ ଆନନ୍ଦ-ସଙ୍ଗୀତଦିବ୍ୟାଲୋକେ ଅନ୍ଧକାର ।୧।ପରଲୋକପ୍ରାପ୍ତ ନୃପତିମଶି !ରାଜ୍ୟହିତ-ଅର୍ଥେ ଦିନ ରଜନୀଭାଳି ଭାଳି ଯେଉଁ ମହତ ଳକ୍ଷ୍ୟେପୋଷି ରଖିଥିଲେ ହୃଦୟକକ୍ଷେ,କାଳାଭବେ ସୁଧାରିତନୋହିଲେହେଁ ତାହା, ଗୌରବ ତାହାରରହିଥିବ ଅକଣ୍ଡିତ ।୨।ମରଲୋକେ ସୁଦ୍ଧା ତୁମ୍ଭେ ଅମର,କିଏ ନାଶିପାରେ କୀର୍ତ୍ତି ତୁମ୍ଭର ?ଅନିର୍ବାଣ ତବ ହୃଦୟ-ଜ୍ୟୋତି,ସାତ୍ତ୍ୱିକ ତାହାର ରଶ୍ମି-ସନ୍ତତି,ଉଜଳିବ କେତେ ପ୍ରାଣ,ଆଲୋକରୁ ସିନା ଆଲୋକ ସମ୍ଭବ ,କଲ୍ୟାଣୁ ସିନା କଲ୍ୟାଣ ।୩।ଦେବସ୍ପୃହଣୀୟ ବୈରାଗ୍ୟ ତବଶମ-ଦମ-ଧୃତି-ଦୟା-ବିଭବତବ ଜୀବନର ଦିବ୍ୟ ମାଧୁରୀରହିବ ସଂକ୍ରମି ଏ ଧରାପୁରୀ;ଯୁଗେ ଯୁଗେ ଥିବ ବଞ୍ଚି,ଅମୃତ ସେ ନିଧି ଧରଣୀ ପୁରନ୍ଧ୍ରୀଅଞ୍ଚଳେ ରଖିବ ସଞ୍ଚି ।୪।ବ୍ରତନିଷ୍ଠ ତବ ଜୀବନ-ତତ୍ତ୍ୱସଞ୍ଚାରିବ କେତେ ପ୍ରାଣେ ମହତ୍ତ୍ୱ ।ତେଜିଣ ତାମସ ଗର୍ବ ବିଳାସରାଜ୍ୟକୁ ମଣିବେ ପବିତ୍ର ନ୍ୟାସ,କେତେ କେତେ କ୍ଷିତିପତି;ବହ୍ନି-ସ୍ପର୍ଶଜାତ ବହ୍ନିଶିଖା ସମଉର୍ଦ୍ଧ୍ୱକୁ କରିବେ ଗତି ।୫।ସ୍ୱର୍ଗେ ଥାଇ ଦେବ ! ସ୍ୱର୍ଗର ଧର୍ମ,ମହେଶଙ୍କ ବିଶ୍ୱ-ମାଙ୍ଗଲ୍ୟ କର୍ମସାଧୁଥାଅ ଜ୍ଞାନେ ପ୍ରେମେ ଆନନ୍ଦେବନ୍ଦୁଥାଅ ପୁଣ୍ୟ ଭକ୍ତିର ଛନ୍ଦେପରମ ବରେଣ୍ୟ ପଦ,ସେହି ମହାଦୃଶ୍ୟ ନିରେଖି ଉତ୍କଳଲୋଡ଼ୁ ସ୍ୱର୍ଗଶ୍ରୀ-ସଂପଦ ।୬।ଯେ ରାଜ୍ୟ ପାଳିଲ ଏତେ ଯତନେ,ନ୍ୟାୟ-ମଙ୍ଗଳର ପୁଣ୍ୟ ଶାସନେ,ତଥିପରେ ବିଶ୍ୱ-ବ୍ରହ୍ମାଣ୍ଡ-ଈଶବରଷନ୍ତୁ ସଦା ଶୁଭ ଆଶିଷ ।ସୁବିନୀତ ସୂନୁ ତବ,ତୁମ୍ଭପରି ଶ୍ରେୟ ପଥ ଅନୁସରିଲଭନ୍ତୁ ବର-ଗୌରବ ।୭।ଘେନ ଏବେ ଦେବ ! ଅଭିନନ୍ଦନ,ଏ ଭବଧାମର ଶ୍ରଦ୍ଧାବନ୍ଦନ ।ଜ୍ଞାନପ୍ରେମୋଲ୍ଲାସେ ପୁଣ୍ୟ ସନ୍ତୋଷେଶୁଭ୍ର ହିରଣ୍ମୟ ଚିନ୍ମୟ କୋଷେ ।ନିରେଖିଣ ନିରଞ୍ଜନେଦିବ୍ୟ ଶାନ୍ତିମୟ ଶାଶ୍ୱତୀ ପ୍ରତିଷ୍ଠାଲଭ ଅଭୟ ଚରଣେ ।୮।
ସମ୍ବନ୍ଧିତ ରଚନା
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ