ଶିଶୁ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୦
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଦୂରେ କାହିଁ ଅଜଣା କି ଦେଶତେଜି ତୁ ଆସିଲୁ ଏଥି;ଏ ନବ ରାଇଜେ ହସି ଖେଳି, ଶିଶୁବିହାରିବୁ ନିତି ନିତି ।ତୋ ମୁଖ ନିରେଖି ପରାଣ ଉଷତେସାଇ ପଡ଼ିଶାଏ ଆସି,ରୂପ ବଇଭବେ କେତେ ପରି ତୋରତୋଷି ହେଉଛନ୍ତି ବସି ।ବନ ତରୁଲତା ଶ୍ୟାମଳ ଗହଳେଏକାକୀ ଫୁଲଟି ପରି ,ଫୁଟି ଦିଶୁ ଆଜି କେଡ଼େ ତୋରା ତୁ ରେ,ଏ ଘର ବାହାର ପୁରି ।ସକାଳେ ଫୁଟିଲା କଳିଟି ସରମେଧୀରେ ତରୁଡ଼ାଳେ ଚାହିଁ,ସଞ୍ଜ ନୋହୁଁ ଆହା ପଡ଼ଇ ମଉଳିଦିବସ-ଆତପ ସହି !ଆଜି ସିନା ବାବୁ, ଶୋଇଛୁ ପୁଲକେ,ହସୁଛୁ ସପନେ ଭୁଲି;ହାତ ପାଦ ସୁଖେ ହଲାଇ ଖେଳୁଛୁପଦପାଖୁଡ଼ାଟି ପରି ।କାଲି ଯେବେ ପୁଣି ତେଜି ଏ ସପନବୁଲିବୁ ସଂସାରେ ଯାଇ,ଭଲ ମନ୍ଦ, ବାବୁ, କେତେ ଭେଟିବୁ ରେ,କେତେ ସୁଖ ଦୁଃଖ ତହିଁ ।ସହି କି ପାରିବୁ ତିଳେ ସେ ଦାଉ ତୁକୋମଳ ପରାଣେ ତୋର ?ଏ ସୁଖ ସପନ ସରି କି ଯିବ ରେ,ଏ ହସ ତୋ ବଦନରେ ?ଯା ଅନୁଜ୍ଞା ଆଜି ଘେନି ତୁ ପରାଣେଆସିଛୁ ମରତପୁରେ,ସରଗ ରାଇଜ ସୁଖ ସଉରଭମୂରୁଛି ସକଳ ହେଳେ;ତହିଁ ଯେବେ, ଶିଶୁ, ରଖିଥିବୁ ନିତିତୋ ମନ ଧିଆନ ଢାଳି,ସମ୍ପଦ ବିପଦେ ସୁଖ ଦୁଃଖେ ସଦାପୁଲକେ ପରାଣ ଭରି;ସଂସାର କାଳିମା ବିଷ ପରଶେ ତାଛୁଇଁ କି ପାରିବ ତିଳେତୋ ପରାଣେ ଯେଉଁ ପରଶମଣିଟିଫୁଟିଉଠେ ନିରନ୍ତରେ ?ବନ ପରବତେ ଭ୍ରମିବୁ ପୁଲକେ;ବନତରୁକୁଞ୍ଜେ ବସି,ବନଫୁଲ ପରି ଶୋଇବୁ ନିରତେମନ ସନମାନେ ହସି ।ନଈକୂଳେ ବସି ଜଳ କଳଗୀତିଶୁଣିବୁ ପୁଲକଭରେ;ଶୁକ ପିକ ତୀର କାନନ ଉଢ଼ାଳେଗାଉଥିବେ ଡାଳେ ଡାଳେ ।ପ୍ରଦୋଷ ସମୀରେ ହ୍ରଦ ଊର୍ମିପରେଗଗନ କନକ ଆଭାଚପଳ ସମ୍ପଦେ ଖେଳି ଅବିରଳଦିଶୁଥିବ ମନଲୋଭା ।ସାଗର ସିକତା ସୁଖେ ତୁ ବିହରିମିଶିବୁ ତରଙ୍ଗେ ଯାଇ;
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ