ବାସି — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିଚାରୁ ପୁଷ୍ପରାଜ୍ୟେ ପୁଣ୍ୟ ରାଣୀ ଗୋ ମାଳତି,କାହା ପାଇଁ ଏତେ ତୋର ସେନେହ ପୀରତି ?ଅନାଇ ରହିଛୁ ନିତି କାହା ଆସିବାର,ଗୁନ୍ଥି କାହାପାଇଁ ଏତେ ରଖୁ ପ୍ରୀତିମାଳ ?ନୟନ ପଲକେ ସୁଖେ ରହିଛୁ ଧିଆନେ,କି ଦୂରେ ପ୍ରତିମା ମଧୁ ପ୍ରେମିକ ନୟନେ ?କିପାଇଁ ତୋର ଗୋ ଏହି ଚାହିଁ ବସିବାର,କି ବାଞ୍ଛା ସିଦ୍ଧିକି ଏତେ ଜୀବନ ଜାଗର ?ଦିବା ନିଶି ଅବିରଳ ବସି ଯୋଗାସନେଅଟଳ ସାଧନା ସାଧୁ କି ପୁଲକ ମନେ ?ନିତି ଶ୍ରମେ ଗୁନ୍ଥା ମାଳ ଶୁଖେ ତୋର ନିତି,ଆଶା ମାତରେ ଟି ଦିନୁ ଦିନ ଯାଏ ବିତି ।ପୁଣି ଆଶା ଧରି ବସୁ, ସେ ପଥ ଅନାଇଁ;ନୂଆ କରି ଗୁନ୍ଥି ରଖୁ ମାଳଟି ତା ପାଇଁ ।କିଏ ସେ ଏପରି ଅଛି ଏ ବିଶ୍ୱଭିତର,ତୋର ଏତେ ସାଧନର ଉଚିତ ପାତର ?ତୋ ଜୀବନେ ଅଛି ଯଦି ଏତେ ଚାହିଁ ବସା,ଏ ମହା ସାଧନା ସଙ୍ଗେ ଏ ସେନେହ ଆଶା,ତୋ ହାତରେ ଏତେ ମାଳା ବାସି ହୁଏ ଯେବେ,ମୋ ପରାଣ ନିରାଶାର ହେତୁ କିବା ଭବେ ?ନ ପାରିବି ଭେଟି ?ପାଣି ପବନର କିଛି ନାହିଁ ଯେ କଳନା,ତିମିରେ ଦିବସ ପଡ଼େ ରାତିପରି ଜଣା;ଘନ ଘନ ଗଗନେ କି ଚମକେ ବିଜୁଳି,ଘଡ଼ି ଘଡ଼ି ଶୁଭେ ସିଂହ ଗରଜନ ଭଳି ।ଶଇଳ ଶ୍ୟାମଳ ଚୂଡ଼େ ଜଳଦ ବିହାରେ,ଚଉଦିଗ ଏକାପରି ଦିଶଇ ଆକାରେ;ପୁରି ରହିଅଛି ପାଣି ନଈ ନାଳ ଧରି,ବାଟ ଘାଟ ତିଳେ କାହିଁ ନ ହୁଅଇ ବାରି ।ଏସନ ସମୟେ ମୁଁ ଯେ ଚାଲଇ ଏକାକୀ;କେଡ଼େ ବଡ଼ ପଡ଼ିଆ ସେ,-ପାଉ ନାହିଁ ଆଖି ।ବରଷା ଅସାରେ ସବୁ ଲୁଚି ଦୂର ପାଶେ,ବାଡ଼ ବନ୍ଧ ତରୁ ଗିରି କାହିଁ ତ ନ ଦିଶେ ।ପାଣି ପବନରୁ ଆଶ୍ରା ନେବାପାଇଁ ତିଳେଗଛମୂଳେ, ବନ୍ଧତଳ ଖୋଜି ତ ନ ମିଳେ ।ଏକଇ ଧିଆନ ଧରି ଚାଳଇ ମୁଁ ପାଦ,ପ୍ରତି ପଦେ ଡରୁଥାଏ ଶତ ପରମାଦ ।ବାଟେ ଚାଲଇ, ବା ହୋଇଲିଣି ବାଟବଣା,ନିମିଷେ ଚରଣତଳେ ନ ପଡ଼ଇ ଜଣା ।ଜଣେ ହେଲେ ଥାଆନ୍ତା କେ ପ୍ରାଣୀ କି ପାଦପ,ପଚାରି ବୁଝନ୍ତି ପଥ ମୁଁ ଭ୍ରାନ୍ତ ମାନବ ।କେତେ ଦୂରେ ପଡ଼ିଆରେ ବାଆ ପାଣି ତଳେବୁଢ଼ୀଟିଏ ନଇଁ ନଇଁ ଚାଲେ ଧୀରେ ଧୀରେ ।ବାଛି ବାଛି ଘାସବଣୁ ତୋଳୁଛି ପତର;ଅଣ୍ଟିରେ ପୂରାଇ ତାକୁ ନଉଁଛି ଆବର ।ବଦନେ ବିଷାଦ ଅବା ହାସ ନାହିଁ ତିଳେ,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
କିଏ ଏ ଦୁଃଖିନୀ ଆଜି ଏ ମହୀମଣ୍ଡଳେ ।
ଏତେ ପାଣି ପବନେ ଯେ ହେଇଛି ବାହାର,
କୁଟୀର ଦୁଆରେ ବସି ପାରିଥାନ୍ତା ତାର ।
ଖଣ୍ଡେ ଦୂରୁ ଯେତେବେଳେ ଦେଖିଲା ସେ ମୋତେ,
ଏକାପରି ଚାହିଁ ବୁଢ଼ୀ ରହିଲା ଚକିତେ ।
“ଏତେ ପାଣି ପବନରେ ଏକୁଟିଆ ଆଜି
କାହିଁକି ଆସିଲୁ, ବାବୁ, ଗାଆଁ ଘର ତେଜି ?
ଗୋଡ଼ ହାତ କୋଲ ମାରିଯିବଣି ନିକର,
କିପାଇଁ ଆସିଲୁ, ପୁଅ, ଏଡ଼େ ସୁକୁମାର ?”
“ବାଟବଣା ହୋଇ ମୁହିଁ ଆସିଛି ବାହାରି”
କହିଲାରୁ, ମୋ ସଙ୍ଗତେ ବାହାରିଲା ନାରୀ ।
ଅଣବାଟେ ଅମଡ଼ା ସେ ଚାଲି ଆଗେ ଆଗେ
କେତେ ଦୂରେ ଯାଇ ବାଟେ ମିଳିଲା ସରାଗେ ।
ପଥେ ବେନି ଆଗ ପଛ ହୋଇ ଯିବାବେଳେ
କୁତୂହଳେ କେତେ କଥା ପୁଚ୍ଛା କଲି ତାରେ ।
ଉଦାସ ଯତନେ କେତେ ଲୁଚାଇ ଲୁଚାଇ
କହିଲା ସେ, ଘରେ ତାର କେହି ଆଉ ନାହିଁ;
ତିନୋଟି ପୁଅରୁ ହେଲେ ନ ରହିଲା ଜଣେ,
ସେଲାଗି ଆହାର ଖୋଜି ବୁଲେ ବନେ ବନେ ।
“ଏକୁଟିଆ ପଡ଼ିଛି ରେ ସକଳ ହରାଇ,
ଏ ପୋଡ଼ା ପେଟର ଜାଳା ତିଳେ ଗଲା ନାହିଁ ।”
ଏତେ କହି, ନୟନୁ ତା ଲୁହ ଯାଏ ଝରି;
କଣ୍ଠରୋଧ ହୋଇ କଥା ନ ପାରଇ ସ୍ଫୁରି ।
ସେ ଦୁଃଖ କାହାଣୀ ଶୁଣି, ବିଷାଦ ପରାଣେ,
ଦୀର୍ଘଶ୍ୱାସଟିଏ ଯହୁଁ ତେଜିଲି ମଉନେ,
ଫେରି ଚାଲିଗଲା ନାରୀ ନେତ୍ରୁ ନୀର ପୋଛି,
ଗଲାବେଳେ ପଦେ ହେଲେ କହି ନାହିଁ କିଛି ।
ମୁହିଁ ଦଣ୍ଡେ ଠିଆ ହେଲି ଥକା ମାରି ତହିଁ,
ପଛୁ ତାର ଯିବା ବେଟେ ବିଷାଦେ ଅନାଇଁ ।
ନିମିଷକେ ବରଷାର ଧାରାତଳେ ତହୁଁ
ଲୁଚିଗଲା ବୁଢ଼ୀଟି ସେ, ନ ଦିଶିଲା ଆଉ ।
ସଖାଙ୍କ ସଙ୍ଗତେ ଯାଇ, ନିଶି ଆଳାପନେ
ଯାପିଲି ରଜନୀ ସୁଖେ ସଉଧ ଭବନେ ।
ଗଗନୁ ବରଷାଧାରା ଝରେ ଅବିରଳ,
ଘଡ଼ଘଡ଼ି ଶବଦେ ଯେ ଲାଗୁଥାଇ ଡର ।
କାହିଁ ସେ ରହିଲା ଆହା ଫେରିଯାଇ ତହିଁ
ପଡ଼ିଆର ବୁଢ଼ୀଟି ସେ, କେହି କାହିଁ ନାହିଁ ।
ତା ତୁଲେ ନିମିଷେ ଆଉ ଯୁଗଳ ବିହାରେ
ବୁଲିଥାନ୍ତି ସେହିଭଳି ବାଆ ପାଣି ତଳେ ।
ଆଉ କଥା ଦୁଇ ପଦ ଅଧର କମ୍ପନେ
କହିବାର ଶୁଣିଥାନ୍ତି ତା ଶୁଷ୍କ ଲପନେ ।
ଆହା ସେ ଦୁଃଖିନୀ ଏକା ସେ ଭୀମ ପ୍ରାନ୍ତରେ,
ଥରି ଯାଉଥିଲା ଅଙ୍ଗ ବାଆ ପାଣି ଜାଡ଼େ !
ଦୁଇ ପତ୍ର ଶାଗ ମୁହିଁ ଘାସବଣୁ ତୋଳି
ଯତନେ ଅଣ୍ଟିରେ ତାର ଦେଇଥାନ୍ତି ଭରି ।
ଛିଣ୍ଡା କନା ଖଣ୍ଡିକେ ତା ମେଖଳ ଘେରାଇ,
ବୟସ ବିଷାଦ ଭାରେ ପଡ଼ିଅଛି ନଇଁ ।
କାହିଁ ଏବେ କେତେ ଦୂରେ ରହିଲା ବୁଢ଼ୀଟି;
ବାରେ କି ଜୀବନେ ଆଉ ନ ପାରିବି ଭେଟି ?
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ