ଶିଶିର
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୯
- ସ୍ଥିତି
- ସାର୍ବଜନୀନ (Public domain)
କାଶ, କମଳ ହାସ ଲଙ୍ଘି ଜଗତେପ୍ରବେଶ ଶୀତ ରମ୍ୟ ଶରତ ଅନ୍ତେ;ବିକଶେ ବିଶ୍ୱପ୍ରାଣେ ରଜତ ଶିରୀନିସର୍ଗ ପ୍ରେମେ ଯତିମାନସ ପରି ॥
ପ୍ରାବୃଟେ ଥିଲେ ଯେଉଁ ସଲିଳଧରଭୀମ ବିକାଶେ ଘୋଟି ମିହିର-କରକାହିଁ ଚଳନ୍ତି ଶୁଭ ଅଙ୍ଗେ ଆକାଶେସାରଲ୍ୟ ଯଥା ମାୟା ମାନସ ଶେଷେ ॥
କମଳହୀନ ଶୀତେ ହେବାରୁ ଜଳକୁମୁଦ ହେଲା ତା’ର ପୂରଣ ସ୍ଥଳ;ସ୍ନେହ ତୁଟିଲେ ଯଥା ସାଧୁ ଅନ୍ତରବିରାଗ ଭାବ ହୁଏ ପ୍ରବଳତର ॥
କାହିଁ ଫୁଟନ୍ତି ରକ୍ତକୁମୁଦଚୟଶ୍ୱେତ କୁମୁଦେ କରି ଅଲକ୍ତମୟ;ସଜ୍ଜନ ସହ ବାସେ ଯଥା ଦୁର୍ଜ୍ଜନଲଭଇ ତତ୍ତ୍ୱଜ୍ଞାନ ମହତ ଧନ ॥
ସର, ସରିତ ହେଲେ ଶୀର୍ଣ୍ଣ ଶରୀରବିତ୍ତହୀନ ଯଥା ବିଷୟୀ ନର;ଫୁଟିଲେ ନୀଳୋତ୍ପଳ ପ୍ରକାଶି ପ୍ରଭାନାସ୍ତିକ ହୃଦେ ହରି ଭକ୍ତି କି ଅବା ?ଶୀତ ସମୀରେ ଗଲା ଲୋମ ଟାଙ୍କୁରିପାପ-ପରଶେ ଯଥା ହୃଦୟ-ପୁରୀ,କୁହୁଡ଼ି କଲା ଚତୁର୍ଦ୍ଦିଗ ବେଷ୍ଟନସାତ୍ୱିକ ହୃଦେ ଯଥା ଭବ-କଷଣ ॥
ପଡ଼ଇ ଆକାଶରୁ ନିଶି କାକରବର୍ଷନ୍ତି ସୁଧା ଅବା ସୁଧା ଆକର;ଧୂଳିଧୂସର ହେଲା ପଡ଼ି ଭୂତଳେଅପାତ୍ରେ ସାଧୁ ଯଥା ବ୍ୟବହାରରେ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର