ସାୟାହ୍ନ ଭାବନା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୯
- ସ୍ଥିତି
- ସାର୍ବଜନୀନ (Public domain)
ଲୁଚିଲା ତପନ ଯାଇ ଅସ୍ତାଚଳ ଶିରେ,ଆସଇ ପରାଚୀ ଦିଗୁଁ ମାଡ଼ି ତମ ଧୀରେ ।ପ୍ରତୀତୀ ଗଗନ ପଟ ଦିଶଇ ପାଟଳ,ଦିବସର ଶେଷ ଶିରୀ ସେ ତ ସେ ଦିନର ।ସାରି ବିଲେ ହଳକାମ, ବେଗେ ଚଷା ଭାଇଫେରଇ ଊଷତେ ଏବେ ପୁରେ ଗୀତ ଗାଇ ।ଗଲେ ବାଟୁ ପୋଛୋଟି ମା ନେବେଟି ଆଦରେ,ବାଢ଼ି ଶାଗ ଜାଉ ସ୍ନେହେ ଖୋଇବେ କୁମରେ ।ହମ୍ବାରବେ ଗୋରୁ ଗୋଠ ଯାଆନ୍ତି ଲେଉଟି,ବେକ ଘଣ୍ଟି ସ୍ୱନ ନଭେ ଯାଉଅଛି ଉଠି ।ଦିନସାରା ବନ୍ଧାଛନ୍ତି ଗୁହାଳେ ବାଛୁରୀ ,ଗଲେ ପିଆଇବେ ସ୍ତନ ହୁଅନ୍ତି କାଉଳି ।କାଆ ଘନ ରବେ କୁଆ ପଲ ପଲ ଉଡ଼ି,ବ୍ୟୋମ ବକ୍ଷେ ନୀଡ଼େ ଯାଉଛନ୍ତି ବାହୁଡ଼ି ।ବହଇ ତଟିନୀରାଣୀ କଳ କଳ ଭାଷେ,କହଇ, ‘‘ଯିବି ମୁଁ ତ୍ୱଚା ପାରାବାର ପାଶେ ।ଦିବସଯାକ ମୁଁ ଯାକୁ କହିଥିଲି ବୁକେ,କି ଦୂର ରାଇଜେ ସେ ତ ଚାଲିଗଲା ସୁଖେ ।ଯେତେକାଳ ପୁଣି ସେହୁ ଲେଉଟିବ ନାହିଁ,ଏ ପ୍ରାଣେ କି କାର୍ଯ୍ୟ ମୋର; ବଞ୍ଚିବି କିପାଇଁ ?ଅନ୍ଧାରେ ରଖିବି ରୂପ ଲୁଚାଇ ଉଦାସେ,ତୀରଫୁଲେ ନ ତୋଷିବି ମୋ ଲଳିତ ଭାଷେ ।’’ଘେନିଲି ପରାଣେ ସବୁ ବସି ମୁଁ କାନ୍ତାରେ,ଅନ୍ଧାର ହୋଇଲା ନିଶି ବିଲ ପଦାମାଳେ ।କମଳା କଳିକା ଦେଲା ମୁଦି ନେତ୍ରେ କ୍ରମେ,ଗୁଞ୍ଜ ଗୀତ ମହୁମାଛି ଗାଇଲେ ସମୁମେ ।ବସିଥିଲି ଏକା ମୁହିଁ ଆସି ନଦୀତଟେ,ସାଂଗ ସାଥି ଜଣେ କେ ମୋ ନଥିଲେ ସଙ୍ଗତେ ।ତେବେ, ମୁହିଁ ନିର୍ଜନତା ନଥିଲି ତ ଜାଣି;ସାଥି ଥିଲେ ଯେତେ ଧରା-ନଭ-ନୀର ପ୍ରାଣୀ ।ସରବେ ଏବେ ଯେ ଗଲେ ପଳାଇ ସାୟାହ୍ନେ,ତେଜି ମୋତେ ଏକାକୀଟି ଆକୁଳ ପରାଣେ;ବିଜନେ ଏକା ମୁଁ ଆହା ନିରାଶ ଅନ୍ତରେ,ଏ ଘୋର ବନସ୍ତ ଦେଶେ ବସିଛି କାତରେ ।ଯିବି ଏବେ ଘରେ, କାଲି ଲେଉଟିବା ପାଇଁ,ଦିବାଶିରୀ ତେବେ ପୁଣି ଦେଖିବି ଅନାଇ ।କି ବିଚିତ୍ର ସୃଷ୍ଟି ବିହି କରିଛି ଭିଆଣ,କ୍ଷଣେ ଯେ, ଯେ ରୂପ ଧରେ ପର କ୍ଷଣେ ଆନ ।ପଲକେ ଯେ ନୃପ ଆର ପଲକେ ଭିକାରୀ,ଆଜି ଯେ ସୁନ୍ଦର ଅତି, କୁତ୍ସିତ ସେ କାଲିଏ ଏକା ପ୍ରକୃତ ରୂପ ଅଟେ ଜଗତର,ସୁଖଦୁଃଖ, ଭଲମନ୍ଦ ସମାନ ସକଳ ।ସୁଖ ଅଛି, ତହୁଁ ଦୁଃଖ ରହିଛି ତା ପାଶେ,ସମ୍ଭବି ପାରଇ ଭଲ ମନ୍ଦର ସକାଶେ ।ଖାଲି ଭଲେ, ଖାଲି ସୁଖେ ଅସମ୍ଭବ ମହୀ,ଦୁଃଖ ମୂଳାଧାରେ ସିନା ପାରେ ସୁଖ ରହି ।ଆସ ରାତ୍ରି, ଅନ୍ଧକାରେ ଢ଼ାଙ୍କିଦିଅ ମୋତେ,ତେବେ ମୁଁ ଲଭିବି ଦିବା କାଳ ମହାସ୍ରୋତେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ