ସପତ୍ନୀ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିଇନ୍ଦ୍ରପ୍ରସ୍ଥ ଆଜି ଯାଇଛି ମୁଦ−ସମୁଦ୍ରେ ବୁଡ଼ି,ଦୀର୍ଘ ବନବାସୁଁ କିରୀଟା ଆସିଛନ୍ତି ବାହୁଡ଼ି ।ଧର୍ମ−ଅର୍ଥେ ସତ୍ୟ ଲଙ୍ଘିଣ ବୀର ପୃଥାନନ୍ଦନରାଜ୍ୟ ଗୃହ ତେଜି ଗମିଣ ଥିଲେ ଗହନ ବନ ।ନାନା ତୀର୍ଥ ଅଧ୍ୱ ଅଟବୀ ନଗ ନଗରୀ ଭ୍ରମିକେତେ କାଳ ପୁଣି ଗମିଲେ ତୀର୍ଥ−ପ୍ରଭାସେ ରମି ।ଶ୍ରୀକୃଷ୍ଣ−ସଙ୍ଗତେ କ୍ରୀଡ଼ିଲେ ରୈବତକ ପର୍ବତେ,ଛଟକେ ହରିଣ ସୁଭଦ୍ରା ବସାଇଲେ ସ୍ୱରଥେ ।ପୁଷ୍ପରାଦି ତୀର୍ଥ ଭ୍ରମିଣ ଇନ୍ଦ୍ରପ୍ରସ୍ଥେ ମିଳିଲେ,ଗୁରୁଜନ−ପଦେ ପ୍ରଣମି କୃଷ୍ଣା ପାଶେ ଗମିଲେ ।ପତି ମୁଖ ଚାହିଁ କହନ୍ତି ଦୁଃଖେ ଦ୍ରୁପଦ କନ୍ୟା,“ଆଉ କାହିଁପାଇଁ ଏଠାରେ ଆହେ ଗାଣ୍ଡୀବଧନ୍ୱା!ଛୁଅଁ ନା ଛୁଅଁ ନା ଅର୍ଜ୍ଜୁନ, ଆଉ ମୋ ଅପଘନ,ଅନ୍ୟନାରୀ ସହ ହୋଇଛି ତୁମ୍ଭ ପାଣି−ପୀଡ଼ନ ।ଯାଅ ନବକାନ୍ତା ସୁଭଦ୍ରା−ପ୍ରେମ ସମ୍ଭୋଗି ସୁଖେସୁଖାର୍ଣ୍ଣବେ ସଦା ଭାସିବ ମୋତେ ନିହିଣ ଦୁଃଖେ ।ପୁରାଣ ନିର୍ବଳ ପାଶରେ ବଦ୍ଧ ଯେଉଁ ପଦାର୍ଥ,ନବପାଶେ ଦୃଢ଼େ ବାନ୍ଧିଲେ ତାହା କି ହୁଏ ପାର୍ଥ ?ନବ ଯୁବତୀର ପ୍ରୀତିରେ ବଦ୍ଧ ତୁମ୍ଭ ହୃଦୟ,ନିଶ୍ଚୟ ନିଷ୍ଠୁର ! ପାସୋରି ଅଛ ପୂର୍ବ ପ୍ରଣୟ ।ସଜଫୁଲ ପାଇ ମଧୁପ ବାସିଫୁଲେ କି ରସେ,ସୁଭଦ୍ରାକୁ ଛାଡ଼ି ଆଉ କି ରହି ପାର ମୋ ପାଶେ ?ହେ ନବରସିକ, ପ୍ରଣୟ−କଥା ପଛେ ଭୁଲିବ,ପରିଣୟ କଥା ହୃଦୟୁଁ ପୋଛି ନ ପକାଇବ ।ଯେଉଁ ରୂପେ ମୋତେ କିରାଟୀ ! ଲକ୍ଷ୍ୟ ଭେଦି ଜିଣିଲ,କି ନିର୍ଦ୍ଦୟୁପ୍ରାଣେ ପ୍ରାଣେଶ । ହେଲେ ତା ବିସୋରିଲ ?ବିପ୍ରବେଶଧାରୀ ତୁମ୍ଭର ଉତ୍ତରୀୟ−ଧାରଣେଅନୁସରିଥିବା ଘଟନା ରଖି ଥିବ ସ୍ମରଣେ ।ପଦତଳେ ତବ ଶୋଇଲି ମୋର ପିତୃନଗରେଭସ୍ମାବଲୁଣ୍ଠିତା ହୋଇଣ ସେହି କୁରାଳ ଘରେ ।ହେମ ଇନ୍ଦ୍ରକୋଷ ବରଜି ଧରା ତଳେ ଶୋଇଲି,ତୁମ୍ଭ ପାଇଁ ସିନା ଅର୍ଜ୍ଜୁନ, ପଞ୍ଚ ପତି ବରଲି !ଏକରୂପେ ପାଞ୍ଚଭାଇଙ୍କୁ ଏକଭାବେ ଦେଖଇଁ,ବୀର ! ତୁମ୍ଭ ପ୍ରତି ଦୁର୍ବଳ ଚିତ୍ତ ବଳେ ଧାବଇ ।ଅତୀବ ଦାରୁଣ ହୃଦୟ ସଖା, ଅଟେ ତୁମ୍ଭର,କି ଦୋଷେ ଦ଼ାସୀକି ତେଜିଲ ଆହେ ପ୍ରେମିକବର ?ସୌଭାଗ୍ୟବତୀ ସେ ସୁଭଦ୍ରା ଧନ୍ୟ ଧନ୍ୟ ଅଙ୍ଗନା !ବଳେ ଧନୁର୍ଦ୍ଧାରୀ ବୀରଙ୍କ ହେଲା ଅଙ୍କ−ଶୟନା ।କେମନ୍ତେ ସହିବି ଏ ଦୁଃଖ ଆହେ ପରାଣ−ସାଇ ?ପ୍ରାଣ ରଖି ଯାହା ଦେଲ ହେ ଦୁଃଖାର୍ଣ୍ଣବେ ଭସାଇ !ମନେ କରିଥିଲି ଜୀବନେ ଯେଉଁ ଦୁଃଖ ପଡ଼ିବ,ବୀର ଧନଞ୍ଜୟ କୃପାରୁ ପଲକରେ ତୁଟିବ ।
ଆଜି ଯେଉଁ କ୍ଳେଶ ଦେଲ ହେ ଦଗ୍ଧ ପ୍ରାଣେ ମୋହର,
ଶାନ୍ତି ନୀର କିଏ ସିଞ୍ଚିବ ଆହେ ସୁଭଦ୍ରାବର !”
ଦ୍ରୁପଦ−ଦୁଲଣୀ ଯାତନା ଦେଖି ଗାଣ୍ଡିବଧନ୍ୱା
କୋମଳ ବଚନେ ତାହାଙ୍କୁ ଦେଲେ ବହୁ ସାନ୍ତ୍ୱନା ।
ନିଜ ଉତ୍ତରୀୟେ ପୋଛିଣ ପ୍ରିୟା−ନୟନୁଁ ନୀର,
ଚମ୍ବି ଚିବୁକରେ ଭାଷିଲେ ପୃଥ୍ୱୀ−ପ୍ରଖ୍ୟାତ ବୀର ।
“ନିଜଗୁଣେ ଦେବୀ, କୃପାରେ କ୍ଷମ ଆପଣା ଜନେ,
ଚିରକାଳ ପୂଜା ପାଇବ ମୋର ହୃଦୟାସନେ ।
ତୁମ୍ଭ ପ୍ରତି ପ୍ରୀତି ସତୀ ଗୋ ! ଊଣା ନୋହିବ କେବେ
ପିଣ୍ଡେ ପ୍ରାଣ ଥାଉଁ ସେ ପ୍ରେମ ଭୁଲିବା କି ସମ୍ଭବେ ?”
ପାଶୁଁ ବୀର ପାର୍ଥ ଯାଆନ୍ତେ ଘୋର−ଦୁଃଖ−ତିମିର
ଘୋଟି ବିକ୍ଷୋଭିଲା ହୃଦୟ; ଚକ୍ଷୁ ଝରିଲା ନୀର ।
ନିମିଷ ମଧ୍ୟରେ ସୁଭଦ୍ରା ଯାଜ୍ଞସେନୀ−ପୟରେ
ଆସି ପ୍ରଣମିଲେ ସାଷ୍ଟାଙ୍ଗେ ଗୋପାଳୁଣୀ−ବେଶରେ ।
ସନମ୍ର କହନ୍ତି ସୁଭଦ୍ରା “ଦେବି ! ଦାସୀପଣରେ
“ଆସିଛି ରଖ ଗୋ ଅନ୍ୟଥା ନ ବିଚାରି ମନରେ ।”
ଆସୁନ ଉଠିଣ ନରେଶ - ଦ୍ରୁପଦର ଦୁଲଣା
ବୀରପତ୍ନୀ ବୀରଭଗ୍ନୀର କଲେ ସେ ଅଭ୍ୟର୍ଥନା ।
ସସ୍ନେହେ ଆଲିଙ୍ଗି ଅମଳ ଗଣ୍ଡେ ଦେଇ ଚୁମ୍ଭନ
ସପତ୍ନୀକୁ ନାରୀଲଲାମ ଦେଲେ ଆଶୀର୍ବଚନ,
“ଅସପତ୍ନ ହୋଇ ଦେବି ଗୋ, ଭୁଞ୍ଜ ସୁଖେ ସ୍ୱପତି;”
ସାନନ୍ଦେ ଭାସିଲେ ‘ତଥାସ୍ତୁ’ ବାଣୀ ସାତ୍ୱକୀ ସତୀ ।
ନିନ୍ଦୁକପ୍ରତି କବିର ନିବେଦନ
“I pray you mar no more of my verses
With reading them ill. Favouredly. ”
Shakespeare.
ଲାବଣ୍ୟ ସୁନ୍ଦର ଆହା ଧରା ସଂସାର !
ଦେଖି ଉଚ୍ଛୁଳି ଉଠେ ମୋ ଗୀତ ଭଣ୍ଡାର ।
ଛଳ ଛଳ ଢଳ ଢଳ ନାରୀ−ନୟନ
ଦେଖି ମୋ କବିତା−ପକ୍ଷୀ କରେ ଗାୟନ ।
ପୀରତି−ବୋଳା ତରୁଣୀ−କନକ−ବକ୍ଷ
ଦେଖି ମୋ କବିତା−ପକ୍ଷୀ ମୋଲାଏ ପକ୍ଷ ।
ହୃଦୟ−ଆବେଗ ରୋଧି ନ ପାରେଁ ଭାଇ,
ଭାବେ ଭୋଳ ହୋଇ ଗୀତ ଯାଏଁ ମୁଁ ଗାଇ ।
ସଂସାର−ତାପେ ତାପିତ ହେଲେ ମୋ ମନ
ହୃଦ ଫେଡ଼ି ଗୁଣୁଗୁଣୁ କରେ ଗାୟନ ।
ଜାଣନ୍ତି ପ୍ରମାଣେ ଦୋଷ ନାହିଁ ମୋ କିଛି,
ହଟ କରି କରୁ କିମ୍ପା ଇଙ୍ଗିତ ଛି ଛି !
ରଖିଦେ ରଖିଦେ ତୋର ଥଟ୍ଟା ନକଲ
ମୋ କାର୍ଯ୍ୟେ କଣ୍ଟକ ହେବା ନୁହେ ତୋ ଭଲ ।
କିପାଁ ବାଟ ଚାଲିଗଲେ ହସୁ କୋତଲ,
କିପାଁ ଥଣ୍ଡା ପାଣି ଢାଳୁ ଛଳାଇ ସଲ ?
ମୋ ଘର କରେ ମୁଁ ଭାଇ, ତୁହି ତୋ ଘର,
କିପାଇଁ ମନାସ କରୁ ମୋ ହରବର ?
ଛାଡ଼ିଦେ ଛାଡ଼ିଦେ ପଥ ସ୍ୱସ୍ଥାନେ ଯାଏଁ,
ମନସୁଖେ ମନ ଗୀତ ମୋର ମୁଁ ଗାଏଁ ।
ଜ୍ଞାନି ହେ ! ମୋ ଗୀତ ପଛେ ତୁମ୍ଭେ ନ ଶୁଣ,
ଗରଖାତର କର ନା ତା ପୁଣ ପୁଣ ।
ଗୀତ ଶୁଣି ହୁଏ ଯେବେ କିଞ୍ଚିତ ସୁଖ,
ଶୁଣିଲେ ଶୁଣନ୍ତୁ ପଛେ ମୂଲିଆ ମୂର୍ଖ ।
ଥିବ ଯେବେ ସେ ଗୀତରେ କିଞ୍ଚିତ ସାର,
ରଖିବ ତା ମନେ କିଛି ଦିନ ସଂସାର ।
ପ୍ରାଣୁଁ ପ୍ରାଣାନ୍ତରେ ହୋଇ ପ୍ରତିଧ୍ୱନିତ
ନୀରବେ ରଚିବ କାଳେ ଜାତୀୟ ଗୀତ ।
ମୂଲ୍ୟହୀନ ହୋଇଥିଲେ ଜାଣ ନିଶ୍ଚୟ,
ଜୀବନ−ଯୁଦ୍ଧରେ ଆପେ ହେବ ବିଳୟ ।
ବନ୍ଧୁର ପ୍ରଶଂସା କିବା ନିନ୍ଦା ତୁମ୍ଭର,
ଲାଭ କ୍ଷତି ନ କରିବ ତିଳେ ମାତର ।
କୁଟିଳ କଟାକ୍ଷେ କିମ୍ପା ହିଂସାରେ ଭାଇ
କଳୁଷିତ ହୁଅ ନିଜେ ଏଇଥିପାଇଁ ?
ସେହିପରି ଏ ମୋର ହୃଦୟନନ୍ଦକିଶୋର ବଳ