ସଂସାର
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୦
- ସ୍ଥିତି
- ସାର୍ବଜନୀନ (Public domain)
ସଜ୍ଜନ ସଂସାରେ କଳଙ୍କିତ ହୁଏଯେହ୍ନେ ଧୋବାତୁଠ ଗଣ୍ଡି,ଲୁଗାରୁ ମଳିଆ ଛଡ଼ାଇ ହୁଏ ସେସେହି କଳଙ୍କରେ ମଣ୍ଡି ।ଗଢ଼ିଛ ହେ ହରି ଏ ପୋଡ଼ା ସଂସାରେକି ଭୀଷଣ ଉପାଦାନେବାଳିକାର ପରି ସୃଜେ ଭେଲିକି ସେକେଡ଼େ କୁଟ ମନ୍ତ୍ର ଜାଣେ ।ଗୋଡ଼ ଧରି ଜାଣେ ଚୁଟି ଧରି ଟାଣେବେଳ କାଳ ଦେଖି ଚାହି,କେଉଁ କଥାରେ ସେ ଅପାରଗ ନୁହେଁନାହିଁ ତା ଜାତକେ ନାହିଁ ।କେତେ ପ୍ରକାରରେ ଠକାଉଛି ମୋତେସେ ଯେ ଠକ-ଶିରୋମଣି,କେତେ ପୁଣି ଜାଣେ ଚଟକ ଛଟକଅଦ୍ଭୁତ ତାହା କରଣି ।ଇଚ୍ଛା କଲା କ୍ଷଣି ଫୁଟାଇପାରେ ସେଆକାଶରେ ପଦ୍ମଫୁଲ,କରିପାରେ ପୁଣି କାଚଠାରୁ ଊଣାବାରବାନୀ ସୁନା ମୂଲ ।ସଂସାରର ଏହି ଦୁଷ୍ଟପଣ ଦେଖିଦିଶୁ ନାହିଁ ପ୍ରଭୁ ବୁଦ୍ଧି,ଏ ସଙ୍କଟ କାଳେ ତୁମ୍ଭେ ଏକା ସିନାସହାୟ କୃପା- ଅମ୍ୱୁଧି ।ସବୁ ଅତ୍ୟାଚାର ଶାସ୍ତି ତାର ଯେହ୍ନେସହିବି ମୁଁ ମଥା ପାତି,ଶୁଳ ପ୍ରହାରକୁ ନ ଡ଼ରି ଆଗ୍ରହେଦେଖାଇଦେବି ମୁଁ ଛାତି ।ବଜ୍ରାଘାତ କଲେ ମଣିବି ତାହାକୁଶୀତଳ ପ୍ରଲେପ ପରି,ଧୈର୍ଯ୍ୟ ସହିଷ୍ଣୁତା ନିରଭିମାନରେଯାଉ ଏ ହୃଦୟ ଭରି ।ଜନ-ଅପବାଦ ଥଟା ଟାହୁଲିକୁନ କରିବି ଲଜ୍ଜାଭୟ,ହସି ହସି ସବୁ ସହିବି ଏ ଶକ୍ତିପ୍ରଦାନ ହେ ଦୟାମୟ ।ନୀରବତା ଆଣି ଦିଅ ମୋ ପ୍ରାଣରେନୀରବେ ତୁମ୍ଭଙ୍କୁ ଧ୍ୟାୟି,ଆଉ ସବୁ କଥା ଅସାର ଜ୍ଞାନରେପଛକୁ ଦେବି ପକାଇ ।ସବୁ ଝଞ୍ଜାବାତ ପରାଜୟ ମାନେନୀରବତା ଶକ୍ତିଠାରେ,ନୀରବତା ଏକା ଅଶକ୍ତ ଜନରଲାଗେ ମହା ଉପକାରେ ।ବସିଥାଏ ଯେହୁ ନୀରବେ ଏକାନ୍ତେତୁମ୍ଭ ପୁଣ୍ୟ ପାଦ ଧ୍ୟାୟି,ଶିଳା ପଥରର ଆଘାତ ତାହାରକିଛି କରିପାରେ ନାହିଁ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ