ଭକ୍ତବତ୍ସଳ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୧
- ସ୍ଥିତି
- ସାର୍ବଜନୀନ (Public domain)
ଭକ୍ତବନ୍ଧୁ ଜଗନ୍ନାଥ ଭକ୍ତି -ଭିକାରୀ,ପ୍ରେମମୂଲ୍ୟେ କିଣା ତୁମ୍ଭେ ମୁକ୍ତି -ବେପାରୀ ।୦।ଭକ୍ତ ତୁମ୍ଭ ପ୍ରାଣ-ପ୍ରାଣ,ରକ୍ଷା କର ଭକ୍ତ ମାନ,ଭକ୍ତ ତୁମ୍ଭ ପରିବାର ପୁତ୍ର କୁମାରୀ ।୧।ଭକ୍ତ ହିତ ପାଇଁ ହରି,ପାର ତୁମ୍ଭେ ସବୁ କରି,ପାର ମହାଗିରି ଧରି ଗିରି-ବିହାରୀ ।୨।ଭକ୍ତ ହେତୁ ଦେହ ଗଢ଼ି,କଳାଧଳା ଘୋଡ଼ା ଚଢ଼ି,କାଞ୍ଚି ରାଜ୍ୟେ କଲ ଯାଇ ଯୁଦ୍ଧ ମୁରାରି ।୩।କାଞ୍ଚି ବଳ ଖଡ୍ଗେ ହାଣି,ବିଜୟ-ଲକ୍ଷ୍ମୀଙ୍କି ଆଣି,ବସାଇଲ ଭକ୍ତକାନ୍ଧେ ମାନ ଉଦ୍ଧାରି ।୪।ଧନ୍ୟ ସେ ପୁରୁଷୋତ୍ତମ,ସୁସାଧକ ଅନୂପମ,ଭକ୍ତିରେ ତୁମ୍ଭଙ୍କୁ ବଶ କଲା କଂସାରି ।୫।ସୌଭାଗ୍ୟବତୀ ମାଣିକା,ଗୋପାଳୁଣୀ-ଭାଲ-ଟିକା,ଭୁଞ୍ଜାଇଲା ପଥେ ସର ସେ ଗୋପନାରୀ ।୬।ଦେଲ ତାକୁ ରତ୍ନ ମୁଦି,ହେ ପ୍ରଭୁ କୃପା-ଅମ୍ବୁଧି,ନିସ୍ତରିଲା ତୁମ୍ଭ ରୂପ ନେତ୍ରେ ନିହାରି ।୭।ଦୂରେ ଥିଲେ ପାଶେ ଅଛ,ସର୍ବବ୍ୟାପୀ ହେ ଶ୍ରୀବତ୍ସ,ଶୁଣୁଅଛ ସକଳର ସର୍ବ ଗୁହାରି ।୮।ନୀଳାଚଳ ଯାହା ନାମ,ଉତ୍କଳେ ଦ୍ୱାରକା ଧାମ,ଅଛ ତହିଁ କଳି ଯୁଗେ ଲୀଳା ବିସ୍ତାରି ।୯।ଆର୍ତ୍ତେ କହେ ଦୀନକବି,ଭବଜାଳା ଅନୁଭବି,ବାସନା - ନର୍କରୁ ହରି ନିଅ ଉଦ୍ଧାରି ।୧୦।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ