ସାନ୍ଧ୍ୟତାରା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୯
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରତୀଚୀ ଭୂଧର ପଛେ ଲୁଚିଲେ ତପନ,ସୁନ୍ଦର ପାଟଳେ ଶୋହେ ବାରୁଣୀ ଗଗନ;ତେବେ ତା ଶାନ୍ତ କପାଳେ,ତୁହି, ସାନ୍ଧ୍ୟତାରା, ଏକା ତାରକା ସଂସାରେ ।ରବି ବୁଡ଼ିଗଲେ, ମର୍ତ୍ତ୍ୟ ଘୋଟଇ ଅନ୍ଧାର;ଘୁଞ୍ଚାଉ ତୁ ଢାଳି ଜ୍ୟୋତି ଦୁଃଖ ଦୈନ୍ୟ ତାର;ତୁହି ଅନ୍ତିମ ଭରସା,ତୋ ବିନା ଏ ଅବିଶ୍ୱାସ ଲଭନ୍ତା କି ଦଶା ?ଦୀପାୟିତ ନୁହେଁ ଖାଲି ଆକାଶ ତଳପ,ନିରାଶ ହୃଦୟେ ଆଶା ଜଗାଉ କଳପ,ରାଜୁ ନିଶା ଦେବୀ ଭାଲେ,ସୀମନ୍ତିନୀ ଶୁଭ ଟୀକା ସରି କି ସମ୍ଭାରେ !ପ୍ରକୃତି ଉଦ୍ୟାନେ ତୁ କି କମଳ କଳିକା ?ଅବା କେଉଁ ଦେବତାର ନୟନ ଚନ୍ଦିକା ?କେଉଁ ସୁରନାଗ ମଣି ?ଅବା କାହା ନେତ୍ର ତ୍ୟକ୍ତ ଅଶ୍ରୁ ବାରି କଣି ?ଅବା ଦିବା ରାତ୍ରି ଶୁଭ ବିଭେ ବେଦୀ ପାଶେ,ତୁ ଏକ ତ୍ରିଦିବ ଦୀପ ଜଳୁଛୁ ଆକାଶେ ?କି ବା ସୁରାସୁର ଗଣସମୁଦ୍ର ମନ୍ଥନ ତୋତେ ପାଇଛନ୍ତି ଧନ ?ଯାହା ତୁ ହେଉ, ରେ ସାନ୍ଧ୍ୟତାରା, ଯାହା ପ୍ରତି;ତୁ ତ ମୋର ଏକମାତ୍ର ପରାଣ ସମ୍ପତ୍ତି;ମୋର ନୀରସ ଜୀବନେତୁ ଏକା ସଞ୍ଚାରୁ ରସ କଣିକା ବିଜନେ ।ଜୀବନୁ ଲିଭିବ ଯେବେ ମୋ ସୁଖ ଆଲୋକ,ବ୍ୟଥିତେ ଚାହିଁବି ଶୂନ୍ୟେ ବହି ଦୃଦେ ଶୋକତେବେ ଆୟୁ ଶେଷ କ୍ଷଣେତୁହି, ସାନ୍ଧ୍ୟ ତାରା, ଉଇଁ ପ୍ଲାବିବୁ କିରଣେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର