ସନ୍ଧ୍ୟା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୬
- ସ୍ଥିତି
- ସାର୍ବଜନୀନ (Public domain)
ବୁଡ଼ିଅଛି ଡାଆଣିଆ ଖରାହୋଇଛି ଦିନର ଅବସାନ,ଅଳସ ଅବସ ଏବେ ଧରା,ଅବସନ୍ନ ପ୍ରକୃତି−ପରାଣ ।ଦୂରସ୍ଥିତ ନଦୀ−ସୈକତରେଦୀର୍ଘ ଛାୟା ଦିଗନ୍ତପଟରେମିଶି ଯାଇଅଛି ନୀରବରେ,ହେମପଦ୍ମ ଭାନୁ ଅସ୍ତମାନ ।ଦିବସର କୋଳାହଳ ନାହିଁପକ୍ଷୀ ଉଡ଼ି ଚାଲିଗଲା କାହିଁ !ବିଚାତ ଜୀବନମୁଖେ ଚାହିଁଶୁଣ ଶୁଣ ସ୍ମୃତି ଗାଏ ଗାନ ।ସନ୍ଧ୍ୟାଦେବୀ−ଧୂସର−ଅମ୍ବରାତେଜି ଚାଲି ଯାଇଛନ୍ତି ଧରା;ଆସିଛନ୍ତି ନିଶି କୁଷ୍ଣାମ୍ବରା,ବାରି ନୁହେ ଆଉ ବଡ଼ ସାନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ