ସନ୍ଧି
୧୮୪୮–୧୯୧୮
- ସଂକଳନ: ହିତୋପଦେଶ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୨
- ସ୍ଥିତି
- ସାର୍ବଜନୀନ (Public domain)
ପୁଣି ବିଷ୍ଣୁଶର୍ମ୍ମା କହେ ଶୁଣ ରାଜସୁତ ଆହେଶୁଣିଲତ ବିଗ୍ରହକୁ ଯଥାର୍ଥ କରି ।ଏବେ ସନ୍ଧି କହୁଥାଇ ଶୁଣ ତୁମ୍ଭେ ମନ ଦେଇଶୁଣିଲେ ସେ ବୁଦ୍ଧି ହୋଏ ଯାହାରି କାରି ।ତାହାର ଏ ସଂଗ୍ରହ ଶ୍ଳୋକ ।ଏଥିରେ ବିଚାର କଥା ଅଛି ଅନେକ ।୧।ବଡ଼ ସଂଗ୍ରାମ ହୁଅନ୍ତେ ବହୁତ ସୈନ୍ୟ ମରନ୍ତେଦୁଇ ରାଜାଙ୍କର ହେଲା ମହା ବଇର ।ଦେଖି ମନ୍ତ୍ରୀ ଗୃଧ୍ର ଚକ୍ର- ବାକ ଶକ୍ତ ଗୁରୁ ଶୁକ୍ରସମାନ ବୁଦ୍ଧି ଏ ଦୁହେଁ କଲେ ବିଚାର ।ବିଚାରିଣ କାଞ୍ଚନ ସନ୍ଧି ।କଲେ ଦୁଇ ରାଜାଙ୍କର ବିରୋଧ ବନ୍ଦି ।୨।ଶୁଣିଣ ରାଜକୁମର ପଚାରନ୍ତି ଦ୍ୱିଜବରହେଲା ଦୁଇ ରାଜାଙ୍କର କିରୂପେ ପ୍ରୀତି ।କହ କିଛି ଦେବା ନେବା ଅବା ପରସ୍ପର ସେବାକରିଣ ପ୍ରୀତି କରିବ କହିଛି ନୀତି ।ଦୁହେଁ କଲେ କାଞ୍ଚନ ସନ୍ଧି ।ଶୁଣିଣ ଆମ୍ଭର ମନ ହେଉଛି ଧନ୍ଦି ।୩।ଶୁଣି ବିଷ୍ଣୁଶର୍ମ୍ମା କହେ ଶୁଣ ରାଜପୁତ୍ର ଆହେଗଡ଼ ମଲା ଉତ୍ତାରୁ ସେ ହଂସ ରାଜନ ।କିଏସେ ଆମ୍ଭ ଗଡ଼ରେ ଅଗ୍ନି ପକାଇଲା ଘରେକିବା ପର ଆମ୍ଭ ଦୁର୍ଗ ନିବାସୀ ଜନ ।ଅବା କେହି ବିପକ୍ଷ ପକ୍ଷ ।ଆସି କରି କଲା ଏଡ଼େ କର୍ମ ଅଶକ୍ୟ ।୪।ଚକ୍ର କହଇ ବଚନ ତୁମ୍ଭର ଯେ ଅକାରଣବନ୍ଧୁ ଯେ ଭୃତ୍ୟ ସହିତେ ଦିଶୁ ଯେ ନାହିଁ ।ମୁଁ ଜାଣୁଛି ତାର ଏହି କର୍ମ ନାହିଁ ଆଉ କେହିଶୁଣି ରାଜା କ୍ଷଣେ ଚିନ୍ତା କରି କହଇ ।ଏକଥା ଏରୂପେ ହୁଅଇ ।ମନ୍ତ୍ରୀ ଦୋଷ କିଛି ନାହିଁ ଦୈବର ଏହି ।୫।ଯେ ସୁଘଟ ହୋଇଥାଇ ସେ କାର୍ଯ୍ୟ କ୍ଷଣକେ ନୋହିଦଇବରୁ ବଡ଼ କେହି ନାହିଁଟି ଜାଣ ।ଦଇବ ଯାହା କରଇ ତାହା କେହି ନ ପାରଇଦଇବ ସେ ହର୍ତ୍ତା କର୍ତ୍ତା ଧାତା ପ୍ରମାଣ ।ପୂର୍ବ ଜନ୍ମ କର୍ମ ଦଇବ ।ଏହି ହେତୁରୁ ମନୁଷ୍ୟ ସବୁ ସହିବ ।୬।ମନ୍ତ୍ରୀ ବୋଲେ ଏ ବଚନ ଶାସ୍ତ୍ରରେ କହିଛି ଶୁଣବିଷମ ଦଶାକୁ ଚାହିଁ ଯେବେ ଏ ନର ।ନିନ୍ଦା କରେ ଦଇବକୁ ନ ଜାଣେ କର୍ମ ଦୋଷକୁଯେଣୁ ସେ ମୂରୁଖ ନାହିଁ ତାର ବିଚାର ।ଯେଉଁ ଲୋକ ମିତ୍ର ବଚନ ।ନ କରଇ ତାର ଦଶା ଏରୂପେ ଜାଣ ।୭।ହିତକାରୀ ମିତ୍ରଜନ ଯେ ଉପଦେଶ ବଚନନ କରଇ ଯେଉଁଜନ ସେ ପଛେ ପୁଣି ।ମରଇ ଯେରୂପେ କୂର୍ମ କାଷ୍ଠରୁ ହୋଇଣ ଭ୍ରମପଡ଼ିଣ ଭୂମିରେ ଗତ ପ୍ରାଣ ସେକ୍ଷଣି ।ରାଜା ବୋଲେ କହ କିରୂପେ ।ଚକ୍ରବାକ କହୁଛି ସେ କଥା ସ୍ୱରୂପେ ।୮।ନାମରେ ଫୁଲ୍ଲ ଉତ୍ପଳ ମଗଧ ଦେଶରେ ସରତହିଁ ଦୁଇ ହଂସ କୂର୍ମ ତିନିହେଁ ମିତ ।ଥାଆନ୍ତି ଏକ ଦିନରେ କୈବର୍ତ୍ତ ଆସି ସେଠାରେକହିଲେ ଆଜ ରାତ୍ରରେ ହୋଇ ସଙ୍ଗତ ।ରହିବା ସେ କାଲି ସକାଳେ ।ମାରିବା ମତ୍ସ୍ୟ କଚ୍ଛପ ଯେ ଥିବେ ଜଳେ ।୯।କୂର୍ମ ସେ ବଚନ ଶୁଣି ହଂସଙ୍କୁ କହେ ଏ ବାଣୀଦୁଇ ମିତ ଶୁଣିଲ ଦାସଙ୍କ ବିଚାର ।କି କରିବି କହ ମୁହିଁ ବର୍ତ୍ତମାନେ ତୁମ୍ଭେ ଦୁଇରକ୍ଷା କଲେ ପରାଣ ରହିବ ମୋହର ।