ସମଲାଈ ଦେବୀଙ୍କ ପ୍ରତି
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୫
- ସ୍ଥିତି
- ସାର୍ବଜନୀନ (Public domain)
ଜୟ ମାତଃ ସମଲାଈ ରତ୍ନକିରୀଟିନୀ,କବରୀ ଶୋଭିତ ତୋର କେତକୀର ଦଳେଶ୍ୱେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀଧବଳ(୧) କୁସୁମମାଳ ଲମ୍ବୁଥାଏ ଗଳେ ।ଜବାପୁଷ୍ପ ଗଭା ମଧ୍ୟେ ଦୀରକର ଭୂଷା,ଚାହିଁ ମୋ’ ହୃଦୟ ହୁଏ ଆଶା-ପଦ୍ମାକର,ମଣି ତୋତେ ସଉଭାଗ୍ୟଦିନଶଂସୀ ଉଷା,ନିକଟେ ଲଭିବ ବୋଲି ସୁଖ ଦିବାକର ।ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ୱତୀ,ତୁ ପ୍ରତିଭା, ତୁହି ମାଗୋ ଲକ୍ଷ୍ମୀସ୍ୱରୂପିଣୀ,ଜଗତ-ଜନନୀ ତୁହି ଆଦ୍ୟା ଭଗବତୀ,ସମ୍ପତ୍ତିଦାୟିନୀ ସର୍ବ ବିପଦ-ନାଶିନୀ ।ଜଗତରେ ଯାହା ଅଛି ସବୁ ତୋର ସିନା,କି ଦେଇ ପୂଜିବି ପଦେ ପ୍ରେମ-ଭକ୍ତି ବିନା ?୧. ଆଶ୍ୱିନ ଅମାବାସ୍ୟା ଦିନ ସମଲାଈ ଶୁଭ୍ରାଙ୍ଗୀ ହୁଅନ୍ତି । ଲୋକେ ସେହି ସମଲାଈ-ଦର୍ଶନକୁ ‘ଗଙ୍ଗା-ଦର୍ଶନ’ ବୋଲି କହନ୍ତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ