ସଦାଶିବ ଉବାଚ — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିଜ୍ୱରପ୍ରତାପଶାନ୍ତ୍ୟର୍ଥଂ ଜଳଧାରା ଶିବପ୍ରିୟା ।ଘୃତଧାରା ଶିବେ କାର୍ଯ୍ୟା ଯାବନ୍ମନ୍ତ୍ରସହସ୍ରକଂ ।ତଦା ବଂଶସ୍ୟ ବିସ୍ତାରୋ ଜାୟତେ ନାତ୍ର ସଂଶୟଃ। ୪୧ ।
ଅର୍ଥ :- ମହାଦେବ କହିଲେ ଜଳରେ ଶିବଙ୍କୁ ଅଭିଷେକ କଲେ ଜ୍ୱରରୋଗ ଶାନ୍ତହୁଏ । ସହସ୍ର ମନ୍ତ୍ର ପଢ଼ି ଘୃତରେ ଅଭିଷେକ କଲେ ବଂଶ ବୃଦ୍ଧିହୁଏ ଏଥିରେ ସଂଶୟ ନାହିଁ । ୪୧ ।
ପ୍ରମେହରୋଗଶାନ୍ତ୍ୟର୍ଥଂ ପ୍ରାପ୍ନୁୟାନ୍ ମନସୀପ୍ସିତଂ ।କେବଳଂ ଦୁଗ୍ଧଧାରା ଚ ତଦା କାର୍ଯ୍ୟା ବିଶେଷତଃ। ୪୨ ।ଅର୍ଥ :- କେବଳ ଦୁଗ୍ଧରେ ଅଭିଷେକକଲେ ପ୍ରମେହରୋଗ ଶାନ୍ତିହୁଏ ଏବଂ ମନୋବାଞ୍ଛିତ ଫଳମିଳେ । ୪୨ ।ଶର୍କରା ମିଶ୍ରିତା ତତ୍ର ଯଦା ବୁଦ୍ଧିଜଡ଼ୋଭବେତ୍ ।ଶ୍ରେଷ୍ଠବୁଦ୍ଧିର୍ଭବେତ୍ସୋଽପି କୃପୟା ଶଙ୍କରସ୍ୟ ହି। ୪୩ ।ଅର୍ଥ :- ଦୁଗ୍ଧ ସଙ୍ଗରେ ଶର୍କରା ମିଶାଇ ଅଭିଷେକକଲେ ଶିବଙ୍କ କୃପାରେ ଜଡ଼ବୃଦ୍ଧି ଲୋକର ବୁଦ୍ଧି ମାର୍ଜିତ ହୁଏ । ୪୩ ।ଶତ୍ରୁଣାଂ ତାପନାର୍ଥଂ ବୈ ତୈଳଧାରା ଶିବାୟ ଚ ।ବାସିତେନୈବ ତୈଳେନ ଭୋଗବୃଦ୍ଧିଃ ପ୍ରଜାୟତେ। ୪୪ ।ଅର୍ଥ :- ଶିବଙ୍କ ଶିରରେ ତୈଳଧାରା ଦେଲେ ଶତ୍ରୁର ସନ୍ତାପ ବୃଦ୍ଧିହୁଏ । ସୁବାସିତ ତୈଳଧାରା ଦେଲେ ଭୋଗ ବୃଦ୍ଧି ହୁଏ । ୪୪ ।ସ୍ୱଗୃହେ କଳହୋ ନିତ୍ୟଂ ଯଦା ଚୈବ ପ୍ରଜାୟତେ ।ଦୁଗ୍ଧଧାରାକୃତାୟାଂ ବୈ ସର୍ବଦୁଃଖଂ ବିଲୀୟତେ। ୪୫ ।
ଅର୍ଥ :- ଯାହାର ନିତ୍ୟ ଗୃହରେ କଳହ ଲାଗିଥିବ ସେ ଯେବେ ଶିବଙ୍କ ଶିରରେ ଦୁଗ୍ଧଧାରା ଦିଏ ତାହାର ସେ ସବୁ ଶାନ୍ତହୋଇ ସର୍ବଦୁଃଖ ନଷ୍ଟ ହୋଇଯାଏ । ୪୫ ।
ସାର୍ଷପେନ୍ମୈବ ତୈଳେନ ଶତ୍ରୁନାଶୋଭବେଦିହ ।ମଧୁନା ଯକ୍ଷ୍ମରାଜୋଽପି ଗଚ୍ଛେବ୍ବୈ ଶିବପୂଜନାତ୍। ୪୬ ।ଅର୍ଥ :- ସୋରିଷତେଲ ଧାରା ଶିବଙ୍କଶିରରେ ଦେଲେ ଶତ୍ରୁ ନାଶହୁଏ । ମହୁରେ ଅଭିଷେକ କଲେ ରାଜଯକ୍ଷ୍ମା ରୋଗ ନାଶହୁଏ ।ଧାରା କେକ୍ଷୁଭସସ୍ୟାପି ନାନା ସୁଖକରୀ ସ୍ମୃତା ।ଗଙ୍ଗାଜଳସମୁଭୂତା ଧାରା ମୋକ୍ଷଫଳପ୍ରଦା। ୪୭ ।ଅର୍ଥ :- ଆଖୁ ରସରେ ଅଭିଷେକ କଲେ ନାନାପ୍ରକାର ସୁଖଲାଭ ହୁଏ ଓ ଗଙ୍ଗା ଜଳରେ ଅଭିଷେକ କଲେ ମୋକ୍ଷଫଳ ଲାଭହୁଏ । ୪୭ ।ଇତି ପ୍ରଥମତନ୍ତ୍ରଃଦ୍ୱିତୀୟତନ୍ତ୍ରଃଶିବପୂଜା ପ୍ରୟୋଗର ଆବଶ୍ୟକ ପଦାର୍ଥ ।ଅଶ୍ୱସ୍ଥାନାଦ୍ଗଜସ୍ଥାନାଦ୍ ଗୋଗୃହାନ୍ ମୃଦମାନୟେତ୍ ।ଅଶ୍ୱତ୍ଥଦର୍ଭମୂଳାଚ୍ଚ ଶମୀମୂଳାର୍ତ୍ତଥୈବ ଚ। ୧ ।ଅର୍ଥ :- ଅଶ୍ୱଶାଳ, ଗଜଶାଳ ଓ ଗୋରୁଗୁହାଳରୁ ମାଟିଆଣିବ, ସେହିପରି ଅଶ୍ୱତ୍ଥମୂଳ, କୁଶମୂଳ ଓ ଶମୀବୃକ୍ଷମୂଳରୁ ମାଟି ଆଣିବ । ୧ ।ରାଜଦ୍ୱାରାତ୍ରମୁଳାଚ୍ଚ ବଲ୍ମୀକାତ୍ ସିନ୍ଧୁସଙ୍ଗମାତ୍ ।ତଥାଶୁଷ୍କସରାତ୍ସର୍ବାଃ ଖାନର୍ୟତ୍ୱାଭିଚୂର୍ଣ୍ଣୟେତ୍
। ୨ ।
ଅର୍ଥ :- ରାଜଦ୍ୱାରର ମୃତ୍ତିକା, ଆମ୍ବଗଛମୂଳରମାଟି, ହୁଙ୍କାମାଟି, ଗଙ୍ଗାସାଗରସଙ୍ଗମସ୍ଥାନରମାଟି, ଶୁଖିଲାପୋଖରୀମାଟି, ଏ ସମସ୍ତ ମାଟିକି ଆଣି ଚୂର୍ଣ୍ଣ କରିବ । ୨ ।
ନାରିକେଳଫଳଂ ଚୈବଂ ପଟ୍ଟଂ ଚୈବାମ୍ରକାଷ୍ଠକଂ ।ବିଲ୍ୱଚନ୍ଦନୟୋର୍ବାପି ଅଭାବେ ନିମ୍ବକାଷ୍ଠକଂ। ୩ ।ଅର୍ଥ :- ଏକ ନାରିକେଳଫଳ ବା ପଟ୍ଟକାଆମ୍ବକାଠ, ବେଲ ବା ଚନ୍ଦନକାଠ ତଦଭାବରେ ନିମ୍ବକାଠ । ୩ ।ସପାଦହସ୍ତପ୍ରମିତଂ ତଦର୍ଦ୍ଧଂ ପରଭାଷତଃ ।ଏକାଦଶାଙ୍ଗୁଳୋଚ୍ଚଂ ତୁ ଚତୁଷ୍କୋଣଂ ପ୍ରକଳ୍ପୟେତ୍। ୪ ।ଅର୍ଥ :- ସୱାହାତ ଲମ୍ବା ହାତେ ଓସାର ଏଗାର ଆଙ୍ଗୁଳି ଉଚ୍ଚ ଗୋଟିଏ ଚୌକଣିଆ ତିଆର କରିବ । ୪ ।ସପାଦସେଭକେନାର୍ପ ତାମ୍ରପାତ୍ରଂ ବିଶେଷତଃ ।ଶିବଲିଙ୍ଗସ୍ଥିତେରର୍ଥେ ବର୍ତ୍ତୁଳଂ ବିଧୂବିମ୍ବବତ୍। ୫ ।
ଅର୍ଥ :- ସୱାସେର ପରିମିତ ଗୋଟାଏ ତାମ୍ରପାତ୍ର ଚନ୍ଦ୍ରବିମ୍ବପରି ବର୍ତ୍ତୁଳାକାର ହୋଇଥିବ ତାହା ଶିବଲିଙ୍ଗ ସ୍ଥାପନାର୍ଥରେ ଆୟୋଜନ କରିବ । ୫ ।
ମଣ୍ଡଳାରୋପଣାର୍ଥଂ ଚ କଦଳୀସ୍ତମ୍ଭକା ଶୁଭାଃ ।ସ୍ଥୂଳାଶ୍ଚ ସରଳାଶ୍ଚୈବ ଅତ୍ୟୁଚ୍ଚାଃ ସପ୍ତସଂଙ୍ଖ୍ୟକାଃ। ୬ ।
ଅର୍ଥ :- ମଣ୍ଡଳ ନିର୍ମାଣାର୍ଥକଦଳୀର ସ୍ତମ୍ଭ ଶୁଭ ସେ ଯେପରି ମୋଟ ଓ ସରଳ ହୋଇଥିବ ଏବଂ ଏଗାରହାତ ଉଚ୍ଚ ନ୍ୟୁନପକ୍ଷରେ ସାତହାତ ଉଚ୍ଚ ହୋଇଥିବ । ୬ ।
ନବାମ୍ରତରୁଜା ଶାଖା ସୁଦୀର୍ଘା ସରଳା ଶୁଭାଃ ।ସପୁଷ୍ପଲଘୁବୃକ୍ଷାଶ୍ଚ ଘ୍ରାଣତର୍ପଣକାରଣାଃ। ୭ ।
ଅର୍ଥ :- ଆମ୍ବଗଛର ନୂତନଡାଳ ରଖିବ । ସେ ଯେପରି ସରଳା ଆଉ ସୁଦୀର୍ଘ ହୋଇଥିବ । ଆଉ ଘ୍ରାଣର ତୃପ୍ତିନିମିତ୍ତ ଫୁଲଥିବ ଛୋଟ ଛୋଟ ବୃକ୍ଷ ମଣ୍ଡଳର ଚାରିପାଖରେ ଲଗାଇଦେବ । ୭ ।
କଳଶୋ ମୃଦଭାଣ୍ଡାନି ସଙ୍ଖ୍ୟୟାଦଶପଞ୍ଚ ଚ ।ସୁସୂକ୍ଷ୍ମଂ ଭଜନୀଚୂର୍ଣ୍ଣଂ ପଞ୍ଚପଲ୍ଲବକାନି ଚ ।ତୋରଣାନି ବିଚିତ୍ରାଣି ସପୁଷ୍ପଫଳକାନ୍ୟପି। ୮ ।ଅର୍ଥ :- ମାଟିର କଳଶ ପନ୍ଦରଗୋଟି, ଅତିସୂକ୍ଷ୍ମ ହଳଦୀଚୂନା, ପଞ୍ଚପଲ୍ଲବ, ଫଳ ପୁଷ୍ପ ସହିତ ବିଚିତ୍ର ତୋରଣମାନ ରଖିବ । ୮ ।ପଞ୍ଚରତ୍ନଂ ପତାକାଚ ହନୁମନ୍ମୂର୍ତ୍ତିସଂଯୁତା ।ଶୁଭ୍ରବସ୍ତ୍ରା ଶୁଭାକାରା ତଦିର୍ଥେ ଦଣ୍ଡମୁତ୍ତମଂ। ୯ ।ଅର୍ଥ :- ପଞ୍ଚରତ୍ନ, ହନୁମାନ ମୂର୍ତ୍ତିଯୁକ୍ତ, ଶୁଭ୍ରବସ୍ତ୍ର ଶୁଭାକାରା ପତାକା, ତନ୍ନିମିତ୍ତି ଉତ୍ତମଦଣ୍ଡ ଆୟୋଜନ କରିବ । ୯ ।ସୂତ୍ରଂ ଚ ରକ୍ତପୀତଂ ବା ଗୋମୟଂ ପୀତମୁତ୍ତିକା। ୧୦ ।ରୋଚନାଽପ୍ୟକ୍ଷତାନ୍ୟେଦି ସର୍ଷପଃ ପୀତବର୍ଣ୍ଣକଃ ।ଦୁଗ୍ଧଂ ଗଙ୍ଗୋଦକଂ ଚୈବ ଉପବୀତାନି ଚନ୍ଦନଂ। ୧୧ ।ପୁଷ୍ପାଣି କରବୀରାଣି ବିଲ୍ୱପତ୍ରାଣି ନିତ୍ୟଶଃ ।ଦୁର୍ବାଙ୍କୁରାଣି ଧତ୍ତୁରଫଳପୁଷ୍ପାଣି ନିତ୍ୟଶଃ। ୧୨ ।
ଅର୍ଥ :- ନାଲ ବା ହଳଦିଆସୂତା, ଗୋମୟ, ପୀତବର୍ଣ୍ଣ ମୃତ୍ତିକା, ଗୋରୋଚନା ଅକ୍ଷତ, ପୀତବର୍ଣ୍ଣ ସୋରିଷ, ଦୁଗ୍ଧ, ଗଙ୍ଗୋଦକ, ଉପବୀତ, ଚନ୍ଦନ, କରବୀରପୁଷ୍ପ; ବିଲ୍ୱପତ୍ର, ଦୁବନାଡ଼, ଦୁଦୁରାଫୁଲ । ୧୦ । ୧୧ । ୧୨ ।
ଅଷ୍ଟଗନ୍ଧଂ ସୁଦୀପୌ ଦୌ ଗୋଘୃତଂ ବର୍ତ୍ତିକାସ୍ତଥା ।କର୍ପୂରଂ ଚୈବ ନୈବେଦ୍ୟଂ ଫଳାନି ବିବିଧାନ୍ୟପି। ୧୩ ।ଅର୍ଥ :- ଅଷ୍ଟଗନ୍ଧ, ଉତ୍ତମଦୀପ ଦୁଇଗୋଟା, ଗୁଆଘିଅ, ବତି, କର୍ପୂର; ନୈବେଦ୍ୟ ନାନାପ୍ରକାର ଫଳ । ୧୩ ।ପୂଗୀଫଳଂ ଲବଙ୍ଗାନି ତାମ୍ବୁଳସହିତାନି ବା ।ନିତ୍ୟଂ ଜାତୀଫଳଂ ତ୍ୱେକମୂପହାରାର୍ଥମାହରେତ୍। ୧୪ ।ଅର୍ଥ :- ପୂଗୀଫଳ, ଲବଙ୍ଗ, ତାମ୍ବୂଳ, ଜାଇଫଳ, ଏସବୁ ପଦାର୍ଥ ଉପହାର ନିମିତ୍ତ ଆୟୋଜନ କରିବ । ୧୪ ।ଯତ୍ ପଦାର୍ଥନ୍ତୁ ମୁଖ୍ୟତ୍ୱାତ୍ କାର୍ଯ୍ୟସିଦ୍ଧୌ ବିନଶ୍ଚିତଂ ।ରୁଦ୍ରାଣାଂ ସଂଖ୍ୟୟା ନିତ୍ୟମେକବିଂଶାଧିକଂ ଶତଂ। ୧୫ ।
ଅର୍ଥ :- ପ୍ରଥମ ତନ୍ତ୍ରରେ ଯେଉଁସବୁ ପଦାର୍ଥ କୁହାଯାଇଅଛି କାର୍ଯ୍ୟସିଦ୍ଧିବିଷୟରେ ସେ ସବୁ ପ୍ରଧାନ । ରୁଦ୍ରର ସଂଖ୍ୟା ଏକୋଇଶଶ । ୧୫ ।
ଅଥ ବୈକାଦଶାନ୍ୟେବ ଶତାନି ପରିକଳ୍ପୟେତ୍ ।ଅସ୍ୟାଗ୍ରେ ତୁ ଯଥା କାର୍ଯ୍ୟଂ ଗୌରବଂ ଲାଭାବଂ ତଥା। ୧୬ ।ଅର୍ଥ :- ଅଥବା ଏଗାରଶ ରୁଦ୍ର ନିର୍ମାଣ କରିବ କିନ୍ତୁ ଏହା ମଧ୍ୟରୁ ପ୍ରଥମକୁ ଯେପରି ନିର୍ମାଣ କରିବ ସବୁ ସେହିପରି କରିବ । ୧୬ ।ତାବତ୍ ସଂଖ୍ୟାକ୍ଷତାନ୍ୟୈବ ଦଶାଶଂ ହବନଂ କରେତ୍ ।ହବ୍ୟଂ ସଶର୍କରଂ ଚୈବ ସୁଚୂର୍ଣ୍ଣିତଫଳୈ ର୍ଭବେତ୍। ୧୭ ।ଶୁଷ୍କୈର୍ନାନାବିଧୈରେବ ନାନାଦେଶୀୟସମ୍ଭବୈଃ ।ସପାଦପାଦଂ ସେରଂ ତୁ ନିତ୍ୟମାନଂ ବିଧୀୟତେ। ୧୮ ।ପାଳାଶଂ ଚାମ୍ରଜଂ ବାପି ହବ୍ୟକାଷ୍ଠଂ ସମାନୟେତ୍। ୧୯ ।
ଅର୍ଥ :- ତେତିକି ସଂଖ୍ୟାରେ ଅକ୍ଷତରେ ହୋମ କରିବ । ଆଉ ଜପର ଦଶଭାଗ ହୋମ କରିବ । ହୋମ କଲାବେଳେ ଗୁଆଘିଅରେ ଶର୍କରା ଦେଇ ହୋମ କରିବ ଏବଂ ନାନାବିଧ ଓ ନାନାଦେଶ ଜାତ ଶୁଷ୍କ ଫଳକୁ ଉତ୍ତମରୂପେ ଚୂର୍ଣ୍ଣ କରି ସୱାପାସେରେ ପରିମିତ କରିବା ବିହିତ । ଏହାର ସମାନ ଶର୍କରା ଦେଇ ହୋମ କରିବ । ଆଉ ହୋମର କାଷ୍ଠ ଆମ୍ବ ବା ପଳାଶ କରିବ । ୧୭ । ୧୮ । ୧୯ ।
ନବଗ୍ରହାଣାଂ ପ୍ରୀତ୍ୟର୍ଥଂ ସମିଧୌ ନବସଂଖ୍ୟକାଃ ।ପ୍ରାଦେଶମାତ୍ରାଃ ସରଳାଃ ସୁସ୍ନିଗ୍ଧା ସ୍ତ୍ୱତକଣ୍ଡିତାଃ। ୨୦ ।ଅର୍କଃ ପଳାଶ ଖଦିରୌ ଅପାମାର୍ଗୋଽଥ ପିପ୍ପଳଃ ।ଔଦୁମ୍ବରଃ ଶମୀ ଦୁର୍ବା କୁଶାଶ୍ଚ ସମିଧଃ କ୍ରମାତ୍। ୨୧ ।
ଅର୍ଥ :- ନବଗ୍ରହଙ୍କ ପ୍ରୀତି ନିମିତ୍ତ ପ୍ରାଦେଶ ପରିମିତ ସରଳ ଚିକ୍କଣ ଅବ୍ରଣ ନଅଜାତି ସମିଧ କରିବ । ସେହି ସମିଧମାନଙ୍କର ନାମ ଯଥା-ଅର୍କ, ପଳାଶ, ଖଦିର, ଅପାମାର୍ଗ, ପିପ୍ପଳ, ଔଦୁମ୍ବର, ଶମୀ, ଦୁବ, କୁଶ, । ୨୧ ।
ନବବସ୍ତ୍ରଂ ଶୁଭ୍ରବର୍ଣ୍ଣଂ ହସ୍ତୈଃ ସାର୍ଦ୍ଧଦ୍ୱୟାନ୍ମିତଂ ।ମଣ୍ଡପାଚ୍ଛାଦନାର୍ଥଂ ଚ ଶୁଭ୍ରଂ ମଣ୍ଡପସମ୍ମିତଂ ।ପୁଷ୍ପଦାମାଦିକଂ ନିତ୍ୟଂ ପୂର୍ବତଃ ପରିସଞ୍ଚୟେତ୍। ୨୨ ।
ଅର୍ଥ :- ଅଢ଼େଇହାତ ପରିମାଣରେ ନୂତନ ଶୁକ୍ଳ ବସ୍ତ୍ର ଓ ମଣ୍ଡପ ଆଛାଦନନିମିତ୍ତ ମଣ୍ଡପପରିମାଣରେ ଶୁକ୍ଳବସ୍ତ୍ର, ଏବଂ ପୁଷ୍ପମାଳା ଏହା ସବୁ ପ୍ରତିଦିନ ଆୟୋଜନ କରୁଥିବ । ୨୨ ।