ସାବଧାନ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୭
- ସ୍ଥିତି
- ସାର୍ବଜନୀନ (Public domain)
ବଙ୍ଗଳାଶ୍ରୀବିଗତ ଅତୀତ ହାସ୍ୟ ପରିହାସ,ନୀରବ ପ୍ରେମ ସଙ୍ଗୀତ,ଅନ୍ତ ତ ଯାବନ୍ତ ସୁଖର ବସନ୍ତ,ତାପେ ପରାଣ ତାପିତ ।ଚିତ୍ତେ ନିମଗନ ସୁଖର ସ୍ୱପନ-ଏବେ ଜାଗ୍ରତ ଯନ୍ତ୍ରଣା,ଛାଡ଼ି ଅବଶେଷେ ବନ୍ଧୁ ଦୂରଦେଶେଯାଇଛି ହୋଇ ବିମନା ।ସୁଖର ଦିବସ ଯାଇଛି କ୍ରମଶ,ଏବେ ଦିବା ଅବସାନ,କିଛି ନ ରହିବ ତୁମ୍ଭେ ଚାଲିଯିବ,ବେଳୁଁ ହୁଅ ସାବଧାନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି