ପରୋପକାର
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୩
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳପ୍ରତିଦିନ ସୂର୍ଯ୍ୟ ଦେବ ବିକାଶି କିରଣପୃଥିବୀର ଅନ୍ଧକାର କରନ୍ତି ହରଣ ।ପ୍ରକାଶି କିରଣ ଚନ୍ଦ୍ର ତାରକା ସକଳସନ୍ତାପିତ ପୃଥିବୀକୁ କରନ୍ତି ଶୀତଳ ।ଅନୁକ୍ଷଣ ପ୍ରବାହିତ ହୋଇ ସମୀରଣପ୍ରଦାନ କରନ୍ତି ପ୍ରାଣିଗଣଙ୍କୁ ଜୀବନ ।କରିବା ନିମନ୍ତେ ପ୍ରାଣିଗଣ ତୃଷ୍ଣା ଦୂରଧାରଣ କରନ୍ତି ନଦୀ ସଲିଳ ପ୍ରଚୁର ।ନ କଲେ ବାରିଦମାଳା ଜଳ ବରଷଣ,ପାରିବ କି କରି କେହି ଜୀବନ ଧାରଣ?ବ୍ରହ୍ମାଣ୍ଡ ମଧ୍ୟରେ ଜଡ଼ ଜଗତ ସମସ୍ତନିୟମେ ପାଳନ୍ତି ପରଉପକାର ବ୍ରତ ।କେତେ ସାଧୁ ଲୋକ ରକ୍ଷାପାଇଁ ପରପ୍ରାଣଦେଉଛନ୍ତି ଆପଣାର ପ୍ରାଣ ବଳିଦାନ ।ପୃଥିବୀମଧ୍ୟରେ ଛନ୍ତି ପ୍ରାଣୀ କୋଟିଲକ୍ଷ,ସମସ୍ତେ ତ ବଞ୍ଚିଛନ୍ତି ଦେଖୁଛ ପ୍ରତ୍ୟକ୍ଷ!କୀଟ ପତଙ୍ଗାଦି ପ୍ରାଣ ରଖିଛନ୍ତି ସଞ୍ଚି,ପଶୁ ପକ୍ଷୀ ବୃକ୍ଷ ଲତା ରହିଛନ୍ତି ବଞ୍ଚି ।ପର ଉପକାର ପଥେ ନ ହେଲେ ପଥିକ,କୀଟ ପତଙ୍ଗାଦିଠାରୁ କି ହେଲ ଅଧିକ?ପର ଉପକାର ବ୍ରତେ ଧରିବା ଜୀବନମାନବ ଜାତିର ଅଟେ ବିଶେଷ ଲକ୍ଷଣ ।ଯିଶୁ ଦେଲେ ପ୍ରାଣ ଲୋକମାନଙ୍କ ସକାଶେ,ଗୌତମ ପାରିଲେ ନାହିଁ ରହି ଗୃହବାସେ ।ପର ଉପକାରପାଇଁ ଯାହାର ଜୀବନ,ଜଗତ ମଧ୍ୟରେ ସେହି ଲୋକ ଧନ୍ୟ ଧନ୍ୟ ।ଅସ୍ଥିର ଜଗତ ମଧ୍ୟେ ସକଳ ଅସାର,ସାର ମାତ୍ର କରିବାର ପର ଉପକାର ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି