ରତ୍ନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୧
- ସ୍ଥିତି
- ସାର୍ବଜନୀନ (Public domain)
ରତ୍ନ ନାମ କିପାଁ ଏଡ଼େ ପ୍ରଗୌରବାନ୍ୱିତ,ଅଛି କେଉଁ ଗୁଣ ତାର ଔଜଲ୍ୟ ବ୍ୟତୀତ ।ମଣନ୍ତୁ ଧନିକେ ପଛେ ଜୀବନ-ସମ୍ବଳ,ମାତ୍ର ସେ ପ୍ରସ୍ତର ଧାତୁ- ବିକାର କେବଳ ।ରତନ ଧାରଣେ ମୂର୍ଖ ନ ହୁଏ ପଣ୍ଡିତ,କ୍ଷୁଧାର୍ତ୍ତର କ୍ଷୁଧା ତହିଁ ନୁହେଁ ପ୍ରଶମିତ ।କରିପାରେ ନାହିଁ ରତ୍ନ ପାପୀକୁ ଧାର୍ମିକ,ଭ୍ରାନ୍ତ ଧାରଣାର ତାହା ଚିତ୍ର କାଳ୍ପନିକ ।ସତ୍ୟ, ଜ୍ଞାନ, ଦୟା, କ୍ଷମା, ପାଣ୍ଡିତ୍ୟ, ଭକତି,ପବିତ୍ରତା, ଶାନ୍ତି, ପ୍ରୀତି, ସ୍ୱଧର୍ମ, ବିନତି,ଏ ସକଳ ଅପାର୍ଥିବ ପରଶ-ରତନ,ମାନବ-ଲୌହକୁ କରି ପାରନ୍ତି କାଞ୍ଚନ ।ଏ ଦୁର୍ଲଭ ମହାରତ୍ନ ଯାଏ ନାହିଁ ଚୋରି,କିମ୍ବା ନିତ୍ୟ ବ୍ୟବହାରେ ଯାଏ ନାହିଁ ଘୋରି ।ଏଥିରେ ଯାହାର ଅଙ୍ଗ ଚିର ଅଳଙ୍କୃତ,ସେ କିଁପା ଲୋଡ଼ିବ ଧାତୁ ପ୍ରସ୍ତର ପ୍ରାକୃତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ