ଫୁଲଚୁଇଁ ପକ୍ଷୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୨
- ସ୍ଥିତି
- ସାର୍ବଜନୀନ (Public domain)
ଟଙ୍କାର ବସନ୍ତ-ସଖି, କଣ୍ଠ-ବୀଣାତାର,ଶୁଣିବାକୁ ଇଚ୍ଛା ମୋର ତାହା ବାରମ୍ବାର ।ସୁଲଳିତସ୍ୱର ତୋର ଅମୃତେ ସିକତି,ଦେଇଛନ୍ତି କିବା ବିଶ୍ୱ- ଭୂମା ବିଶ୍ୱପତି ।ମାତ୍ର କେଉଁ ପାପେ କହ ତୋର ହୀନଦଶା,ତୁ ଥାଉଁ କୋକିଳ କିପାଁ ଲଭେ ସୁପ୍ରଶଂସା ।ସ୍ୱର ତା ମଧୁର ମାତ୍ର କାର୍କଶ୍ୟ ମିଶ୍ରିତ,ଶୁଦ୍ଧ ସୌକୁମାର୍ଯ୍ୟେ ହେବ ତୋ ପାଶେ ଲଜ୍ଜିତ ।ଅର୍ପିଲେ କୋବିଦେ ଯେବେ ପିକେ ଉଚ୍ଚାସନ,କରିଥିଲୁ କେଣେ ତୁହି ସେ କାଳେ ଗମନ ।ଶୁଣିଥିଲେ ତୋ ମଧୁର ଝଙ୍କାର ଲହରୀ,ଏଡ଼େ ପକ୍ଷପାତ କେବେ ନ ଥାନ୍ତେ ସେକରି ।କାହିଁ ଥାଉ ଫୁଲଚୁଇଁ ସଙ୍ଗୀତ-ପ୍ରବୀଣା,ବଜାଉ ଶୀତାନ୍ତେ ମଧୁ ଆଗମନୀ ବୀଣା ।ବସନ୍ତ ଗହଣେ ଆସି ପୁଣି ତା ସହିତ,ହୋଇଯାଉ ପ୍ରତିବର୍ଷ କହିଁ ଅନ୍ତର୍ହିତ ।କେବଣ ପ୍ରଦେଶେ କେଉ କଠୋର ସାଧନା,ଆଚରୁ ତାହା ସିନା ତୋତେ ଏକା ଜଣା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ