ରାମକେରୀ (୪)
୧୮୬୭–୧୯୪୩
- ସଂକଳନ: କୈବଲ୍ୟ-କଣିକା
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୫୧
- ସ୍ଥିତି
- ସାର୍ବଜନୀନ (Public domain)
ରଖ ଆର୍ତ୍ତତ୍ରାଣ ଆରତେକରି କୃପା ପ୍ରକାଶଡ଼ାକୁଅଛି ମୁହିଁ ଆକୁଳେତବ ଦାସାନୁଦାସ । ୧ ।ରିପୁ-ଚୌର ତୀବ୍ର ଲୁଣ୍ଠନେଶୂନ୍ୟ ହୃଦ ଭଣ୍ଡାରତଥାପି ଇନ୍ଦ୍ରିୟେ ଖୋଜନ୍ତିସଦା ପୂଜାସମ୍ଭାର । ୨ ।ଆଜୀବନ ତାଙ୍କୁ ପୂଜିଛିଛାଡ଼ି ତୁମ୍ଭର ପୂଜାତେବେହେଁ ଅତୃପ୍ତ ସକଳେମହା ମୂଢ଼ ଅବୁଝା । ୩ ।ତାହାଙ୍କ କୁହୁକେ ଭୁଲି ମୁଁଥିଲି ତୁମ୍ଭଙ୍କୁ ହରି,ଆଉ ନ ଭୁଲିବି ଏ ଭିକ୍ଷାଦିଅ କରୁଣା କରି । ୪ ।ଦୀର୍ଘ ତ୍ରିପଦୀ (୫)ପ୍ରାଣ-କୁଞ୍ଜେ ହରି ଶୁଭେ ଅବତରିବଜାଅ ମୋହନ ମୁରଲୀହୃଦ-ପଦ୍ମାସନ କରି ବିମଣ୍ଡନବିନୟେ ଆମନ୍ତ୍ରଣ କଲି । ୧ ।ଶୁଣି ସେ ସୂସ୍ୱର ମୁକତି-ମନ୍ତରଦୂର ହେଉ ପାପ ବିଦ୍ୱେଷ,ଢାଳି କୃପା-ଜଳ କର ସୂନିର୍ମଳପଙ୍କିଳ ହୃଦୟେ ସୁରେଶ । ୨ ।ଅଳୀକ ସଂସାରେ ଅଳୀକ ଆଶାରେକଟାଇଲି ବୃଥା ସମୟ,ଶେଷ ଦିନ କଥା ଭାବି ଲଭେ ବ୍ୟଥାଦିଅ ଦିଅ ପ୍ରଭୁ ଅଭୟ । ୩ ।ଅଗତିର ଗତି ତୁମ୍ଭେ, ତୁମ୍ଭ କତିପଶିଲି ଆରତେ ଶରଣ,ତାର ତାର ତାର ଆସନ୍ନ ଦୁର୍ଭାର-ବିପଦୁଁ ବିପଦ-ବାରଣ । ୪ ।ନଟବାଣୀ (୬)ବିଫଳ ଜନମବିଫଳ ଜୀବନନ ଦେଖି ମୋହରପ୍ରାଣ-ପ୍ରିୟଧନ । ୧ ।ଖୋଜୁଛି ସର୍ବତ୍ରଅବକାଶ ନାହିଁନ ଦେଖିଲି ଭକ୍ତ-ଚିତ୍ତଚୋରେ କାହିଁ । ୨ ।ଡ଼ାକୁଛି ରେ ପକ୍ଷିସୁଖେ ବସି ଡାଳେ,ଡ଼ାକୁଛି କି ସେହିଜଗତ-ଭୂପାଳେ । ୩ ।କି ନାମେ ଡ଼ାକୁଛୁକହ ତ୍ୱରା କରି,ଡାକିବି ମୁଁ ସଦାସେହି ନାମ ଧରି । ୪ ।ପ୍ରକାଶି ରେ ଭୃଙ୍ଗସ୍ୱର ଗୁଣ ଗୁଣ,ଗାଉଛୁ କି ସେହିଗୁଣାକର ଗୁଣ । ୫ ।ଶିଖାଅ ତା ମୋତେମୁହିଁ ରେ ନିର୍ଗୁଣ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର